19.1 C
Bhubaneswar
Sunday, February 15, 2026
Homeଓଡିଶାରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର

ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ମହାପ୍ରଭୁଙ୍କ ରଥଯାତ୍ରାକୁ ଚଳିତ ବର୍ଷ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ମହାପ୍ରଭୁଙ୍କ ୯ ଦିବସୀୟ ରଥଯାତ୍ରା ସମୟ ପାଖେଇ ଆସୁଛି। ଆଉ ମାତ୍ର ୨୦ ଦିନ ପରେ ରଥଯାତ୍ରାର ଆୟୋଜନ ହେବ। ଏଥି ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରା ସଂପର୍କିତ କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ରଥଖଳାରେ ବିଭିନ୍ନ ସେବାୟତମାନେ ମଧ୍ୟ ରଥ ନିର୍ମାଣକୁ ତୀବ୍ର କରିଦେଇଛନ୍ତି।

ଆଜି ଥିଲା ରଥ ନିର୍ମାଣର ୩୫ତମ ଦିବସ। ଆଜି ସୁଦ୍ଧା ତିନି ରଥର ଚକ ଅଖ ଥାକ ସହ ଦିଗ ନିର୍ଣ୍ଣୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥର ଦଣ୍ଡା ଫ୍ରେମ୍‌ର ବିଭିନ୍ନ ଅଂଶଗୁଡ଼ିକର ନମ୍ବର କରାଯାଇ କଳସା ପାଇଁ ମାପ ଚିହ୍ନ ଗାରିଆ ହୋଇସାରିଛି। ରଥଖଳାରେ ରଥର ବିଭିନ୍ନ ଅଂଶ ନିର୍ମାଣ ଜାରି ରହିଥିଲା। ଅପରାହ୍‌ଣରେ ତିନିରଥର ମୁଖ୍ୟ ମହାରଣା ଏବଂ ଭୋଇ ସେବକଙ୍କ ସହାୟତାରେ ଚକରେ ଅଖ ସଂଯୋଗ ପୂର୍ବକ ଚକ ଅଖ ଥାକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ନନ୍ଦିଘୋଷ ରଥ ଅଖଗୁଡ଼ିକର ସଂଶୋଧନ କରିବାକୁ ପଡ଼ିବାରୁ ଚକର ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହୋଇପାରିନାହିଁ। ତାଳଧ୍ୱଜ ରଥ ଓ ଦର୍ପଦଳନ ରଥର ଅଖଗୁଡ଼ିକର ସଂଶୋଧନ କାର୍ଯ୍ୟ ବିଶେଷ ନଥିବାରୁ ଚକ ଅଖକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହୋଇଛି। ଚକ ଆଗକୁ ଗଡ଼ି ନଯିବା ପାଇଁ ଚକ ଦୁଇ ପାର୍ଶ୍ୱରେ ବାନ୍ଧ ଲାଗି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking