34.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶପିଓକେରେ ବଢ଼ୁଛି ଉତ୍ତେଜନା

ପିଓକେରେ ବଢ଼ୁଛି ଉତ୍ତେଜନା

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ବାଣିଜ୍ୟ ନୀତିକୁ ବିରୋଧ କରି ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନର ଅନେକ ହଜାର ଉତ୍ତେଜିତ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଚାଇନା ଓ ପାକିସ୍ତାନକୁ ସଂଯୋଗ କରୁଥିବା ସିପିଇସି (ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର)ର ମୁଖ୍ୟ ଭାଗ କୋରାକୋରମ ରାଜପଥକୁ ୩ ଦିନ ହେଲା ଅବରୋଧ କରିଛନ୍ତି। ଫଳରେ ଏହି ପ୍ରମୁଖ ରାସ୍ତା ଦେଇ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଶାସକ ଦଳ ପିଏମ୍‌ଏଲ୍‌(ଏନ୍‌) ସମେତ ଅନ୍ୟ ରାଜନୈତିକ ଦଳଗୁଡ଼ିକର ସମର୍ଥନରେ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନର ଆମଦାନୀ ଓ ରପ୍ତାନିକାରୀମାନେ ସରକାରଙ୍କ ବାଣିଜ୍ୟ ନୀତିକୁ ବିରୋଧ କରିଆସୁଛନ୍ତି। ଏଭଳି ନୀତି ଶୋଷଣକାରୀ ଏବଂ ଅର୍ଥନୀତିର ହତ୍ୟାକାରୀ ବୋଲି ସେମାନେ ଅଭିହିତ କରିଛନ୍ତି। ସରକାର ଆତଙ୍କବାଦୀଙ୍କୁ କ୍ଷତିପୂରଣ ଦେଉଥିବାବେଳେ ବ୍ୟବସାୟୀମାନଙ୍କୁ ସହାୟତା କରିବାରେ ବିଫଳ ହୋଇଥିବା ଶେହବାଜଙ୍କ ଦଳର ଜଣେ ନେତା କହିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭକାରୀମାନେ ରାସ୍ତାରୁ ହଟିବେ ନାହିଁ ବୋଲି କହିଛନ୍ତି।

ବିକ୍ଷୋଭକାରୀଙ୍କ ସହ ହୁଞ୍ଜା, ଗିଲ୍‌ଗିଟ୍‌ ଓ ଅନ୍ୟ ସହରରୁ ବ୍ୟବସାୟୀ, ବୁଦ୍ଧିଜୀବୀ, ସିଭିଲ ସୋସାଇଟି ସଦସ୍ୟମାନେ ସାମିଲ ହୋଇଛନ୍ତି। ଇସ୍‌ଲାମାବାଦ ପାକ୍‌ ଅଧିକୃତ କଶ୍ମୀରକୁ ଅବହେଳା କରୁଥିବାରୁ ଏହାର ଫଳ ସ୍ବରୂପ ସେଠାରେ ନିୟମିତ ବ୍ୟବଧାନରେ ଆନ୍ଦୋଳନ ମୁଣ୍ଡ ଟେକୁଛି। ମାସେ ପୂର୍ବରୁ ଏକ ପ୍ରସ୍ତାବିତ ବିଲ୍‌କୁ ନେଇ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନରେ ଜୋର୍‌ଦାର ବିକ୍ଷୋଭ ହୋଇଥିଲା। ଉକ୍ତ ବିଲ୍‌ କାର୍ଯ୍ୟକାରୀ ହେଲେ ସେମାନଙ୍କ ଜମି ଓ ଉକ୍ତ ଅଞ୍ଚଳରୁ ଖଣିଜକୁ ସରକାର ନେଇଯିବା ସହ ଦୀର୍ଘଦିନ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସେମାନେ ଅଭିଯୋଗ କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ଏବଂ ଦରଦାମ୍‌ ବୃଦ୍ଧି ଲାଗିରହିଥିବାବେଳେ ୨୦୨୩ ଅକ୍ଟୋବରରେ ଭାରତର କାର୍‌ଗିଲକୁ ସଡ଼କ ପଥ ଖୋଲାଯିବା ଦାବିରେ ସ୍ଥାନୀୟ ଲୋକେ ବିକ୍ଷୋଭ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking