25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶଭାରତ ଠାରୁ ୨ଲକ୍ଷ କୋଟି ଟଙ୍କାର ଋଣ ନେଇଛି ଆମେରିକା

ଭାରତ ଠାରୁ ୨ଲକ୍ଷ କୋଟି ଟଙ୍କାର ଋଣ ନେଇଛି ଆମେରିକା

ନୂଆଦିଲ୍ଲୀ: ଆମେରିକା ଭଳି ଏକ ଆର୍ଥିକ ସମ୍ବୃଦ୍ଧ ରାଷ୍ଟ୍ର ଭାରତ ଠାରୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା (୨୧୬ ବିଲିୟନ ଡଲାର) ଋଣ ନେଇଛି। ଆମେରିକା, ଭାରତକୁ ଏହି ଅର୍ଥ ପରିଶୋଧ କରିବ। ଜାତୀୟ ଗଣମାଧ୍ୟମରେ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି। ଆମେରିକା ଟ୍ରେଜେରୀ ବଣ୍ଡ୍‌, ବିଲ୍ ଏବଂ ସିକ୍ୟୁରିଟିଜ ଇତ୍ୟାଦି ଜାରି କରି ଭାରତ ଠାରୁ ଏହି ଋଣ ନେଇଥିଲା। ଏହି ଆର୍ôଥକ ଉପକରଣଗୁଡ଼ିକ ଋଣ ଚୁକ୍ତି ଭାବେ କାର୍ଯ୍ୟ କରେ, ଯାହା ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ସୁଧ ସହିତ ଋଣ ପରିଶୋଧ କରିବାକୁ ପ୍ରତିଶ୍ରୁତି ଦିଏ। ଭାରତ ଏହି ବଣ୍ଡ୍‌ଗୁଡ଼ିକୁ ନିଜର ବୈଦେଶିକ ମୁଦ୍ରା ଭଣ୍ଡାର ନିବେଶ କରିବା ପାଇଁ ଏକ ନିରାପଦ ମାଧ୍ୟମ ଭାବେ କିଣିଛି। ତେବେ କେବଳ ଆମେରିକା ନୁହେଁ ଏହା ସହିତ ଜାପାନ ଓ ଚୀନ୍ ମଧ୍ୟ ଭାରତ ଠାରୁ ଏପ୍ରକାର ଋଣ ନେଇଥିବା ଜଣାପଡ଼ିଛି, ଯଦିଓ ଏହି ଋଣର ପରିମାଣ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିନାହିଁ।

ଭାରତ ଆମେରିକୀୟ ଟ୍ରେଜେରୀ ବଣ୍ଡ୍‌ରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ନିବେଶ କରିଛି, ଯାହା କେବଳ ଆମେରିକୀୟ ଅର୍ଥନୀତିକୁ ସମର୍ଥନ କରୁନାହିଁ ବରଂ ଭାରତର ଆର୍ôଥକ ସ୍ଥିରତାକୁ ମଧ୍ୟ ଦୃଢ଼ କରୁଛି। ଆମେରିକାର ଜାତୀୟ ଋଣ ୩୪ ଟ୍ରିଲିୟନ ଡଲାର ଅତିକ୍ରମ କରିଥିଲେ ମଧ୍ୟ, ବିଶ୍ୱ ଅର୍ଥନୀତିରେ ଡଲାରର ପ୍ରାଧାନ୍ୟ ଏବଂ ଆମେରିକୀୟ ସରକାରଙ୍କ ଋଣ ପରିଶୋଧ କ୍ଷମତା ଉପରେ ବିଶ୍ୱବ୍ୟାପୀ ଆସ୍ଥା ଏହାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅର୍ଥନୀତି ଭାବେ ସ୍ଥାନ ଦେଇଛି। ଏହି କାରଣରୁ ଭାରତ ସମେତ ବିଶ୍ୱର ଅନେକ ଦେଶ, ଆମେରିକୀୟ ବଣ୍ଡ୍‌କୁ ଏକ ନିରାପଦ ନିବେଶ ଭାବେ ଗ୍ରହଣ କରୁଛନ୍ତି। ଏହି ନିବେଶରୁ ଭାରତ ଏକ ନିଶ୍ଚିତ ଓ କମ କ୍ଷତିଯୁକ୍ତ ଆୟ ପାଉଛି, ଯାହା ଦୀର୍ଘକାଳୀନ ଆର୍ôଥକ ସ୍ଥିରତା ନିଶ୍ଚିତ କରୁଛି। ଏହି ରଣନୀତି ଭାରତର ବିଶ୍ୱ ଅର୍ଥନୀତିରେ ସ୍ଥାନକୁ ନିଶ୍ଚିତ ଭାବେ ମଜବୁତ କରୁଛି। ଏହା ଭାରତର ଆର୍ôଥକ ଭବିଷ୍ୟତକୁ ଗଢ଼ିବାରେ ନିଶ୍ଚିତ ରୂପେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking