17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶକରାଚୀ:  ଭୁକମ୍ପରେ ଖସି ପଳାଇଲେ କଏଦୀ

କରାଚୀ:  ଭୁକମ୍ପରେ ଖସି ପଳାଇଲେ କଏଦୀ

ନୂଆଦିଲ୍ଲୀ: ପାକିସ୍ତାନର କରାଚୀରେ ସୋମବାର ରାତିରେ ଭୁମିକମ୍ପ  ପରେ ଅରାଜକତା ସୃଷ୍ଟି ହୋଇଛି । ୨୦୦ରୁ ଅଧିକ କଏଦୀ କରାଚୀର ଉଚ୍ଚ ସୁରକ୍ଷା ମାଲିର ଜେଲରୁ ଖସି ପଳାଇଛନ୍ତି ।  ସେହି ସମୟରେ ପୋଲିସ  ଗୁଳି ବିନିମୟ  କରିଥିଲା । ଫଳରେ ଅନେକ କଏଦୀ ଆହତ ହୋଇଥିଲେ । ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା । ଆହତମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।  ଏହାକୁ ନେଇ କରାଚୀକୁ ପୁରାପୁରି ହାଇ ଆଲର୍ଟରେ ରଖାଯାଇଛି ।  ଭୁମିକମ୍ପ ଯୋଗୁଁ ଏନେକ କଏଦୀ ମୁଖ୍ୟ ଫାଟକ ଦେଇ ଖସି ପଳାଇଛନ୍ତି ।  ସେଠାରୁ ଅସ୍ତ୍ର ଶସ୍ତ୍ର ଜବତ କରି  ଅଧିକାରୀଙ୍କ ଉପରେ ଗୁଳି ଚଳାଇଥିଲେ । କଏଦୀମାନେ ରାସ୍ତାରେ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପୋଲିସ ଖୋଜାଖୋଜି କରିବାରେ ଲାଗିଛି  । ହେଲେ ସାଧାରଣ ନାଗରିକ ଆତଙ୍କିତ ହୋଇପଡିଛନ୍ତି । ଏହି ଅଭିଯାନରେ ରେଞ୍ଜର୍ସ , ପୋଲିସ, ଏଫସି ସମେତ ସମସ୍ତ ସୁରକ୍ଷା ବାହିନୀ  ତଲାସୀ ଆରମ୍ଭ କରିଥିଲେ  ା ମଙ୍ଗଳବାର  ସକାଳ ସୁଦ୍ଧା ୭୫ ଜଣ କଏଦୀଙ୍କୁ ଗିରଫ କରାଯାଇଛି ।    ସହର ବ୍ୟାପୀ ଚେକପୋଷ୍ଟ ସ୍ଥାପନ କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  ସେଠାକାର କର୍ତ୍ତୁପକ୍ଷ ନିଶ୍ଚିତ କରିଛନ୍ତି ଯେ ଖସି ପଳାଇଥିବା କଏଦୀଙ୍କୁ ଖୋଜି ଧରିବା ପାଇଁ ପ୍ରୟାସ ଜାରି ରହିଛି ।  ସେମାନଙ୍କୁ ଅତି ସହଜରେ ଧରିବା ପାଇଁ ସେମାନଙ୍କ ପରିଚୟ ଏବଂ ଅପରାଧିକ ରେକର୍ଡ ଯାଞ୍ଚ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking