20.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶବାବାଙ୍କୁ ଘାରିଛି ପ୍ରେମ ନିଶା, ଔଷଧ ଦେବା ବାହାନାରେ ମହିଳାଙ୍କୁ ରୁମକୁ ଡ଼ାକି..

ବାବାଙ୍କୁ ଘାରିଛି ପ୍ରେମ ନିଶା, ଔଷଧ ଦେବା ବାହାନାରେ ମହିଳାଙ୍କୁ ରୁମକୁ ଡ଼ାକି..

ଉତ୍ତରପ୍ରଦେଶ: ବାବାକୁ ଘାରିଥିଲା ଦେହ ନିଶା। ମହିଳାଙ୍କ ରୋଗ ଭଲ କରିଦେବ କହି ମଠକୁ ଡାକୁଥିଲା। ଆଉ ନିଜ କକ୍ଷରେ ମହିଳା ପହଞ୍ଚିବା ପରେ ତାଙ୍କ ସହ ଜୋର ଜବରଦସ୍ତି ରଖୁଥିଲା ଶାରୀରିକ ସମ୍ପର୍କ। ଯାହାର ଏବେ ପର୍ଦ୍ଦାଫାସ ହୋଇଛି। ଏମିତି ପୂର୍ବରୁ ବାରମ୍ୱାର ହେଉଥିଲେ ମଧ୍ୟ କେହି ଲୋକଲଜ୍ଜ୍ୟା କାରଣରୁ ମୁହଁ ଖୋଲୁନଥିଲେ। କିନ୍ତୁ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ କ୍ୟାନସର ରୋଗ ଭଲ କରିବା ପାଇଁ ବାବାଙ୍କ ପାଖରୁ ମେଡିସିନ ଆଣିବାକୁ ଯାଇ ବାବାଙ୍କ ଆକ୍ରୋଷର ଶିକାର ହେଲେ। ପରେ ସମସ୍ତ ଘଟଣା ସାମ୍ନାକୁ ଆସିଲା।

ଏହି ଘଟଣାଟି ଉତ୍ତରପ୍ରଦେଶର ବୁଲନ୍ଦସହରର ବୋଲି ଜଣାପଡିଛି। ଜଣେ ମହିଳାଙ୍କ ସ୍ୱାମୀଙ୍କୁ କ୍ୟାନସର ହୋଇଥିଲା। ତେଣୁ ସେ ତାଙ୍କ ସ୍ୱାମୀଙ୍କୁ ଭଲ କରିବା ପାଇଁ ସବୁ ଉପାୟ କରୁଥିଲେ।ଏହି ଘଟଣାଟି ଉତ୍ତରପ୍ରଦେଶର ବୁଲନ୍ଦସହରର ବୋଲି ଜଣାପଡିଛି। ଜଣେ ମହିଳାଙ୍କ ସ୍ୱାମୀଙ୍କୁ କ୍ୟାନସର ହୋଇଥିଲା। ତେଣୁ ସେ ତାଙ୍କ ସ୍ୱାମୀଙ୍କୁ ଭଲ କରିବା ପାଇଁ ସବୁ ଉପାୟ କରୁଥିଲେ।ଆଉ ମହିଳା ଜଣକ ବାବାଙ୍କ ପାଖରେ ପହଞ୍ଚିବା ପରେ ବାବା ଜଣକ ଔଷଧ ଦେବା ବାହାନାରେ ଉପର ଘରକୁ ମହିଳା ଜଣଙ୍କୁ ଡାକିଲେ। ଆଉ ମହିଳା ଜଣକ ବାବାଙ୍କ ଉପର ଘରେ ପହଞ୍ଚିବା ପରେ ବାବା ଜଣକ ତାଙ୍କୁ ଘରର କବାଟ ବନ୍ଦ କରିବାକୁ କହିଲେ। ହେଲେ ବାବାଙ୍କର ଏପରି କଥାରେ ଟିକେ ଅସଞ୍ଜତ ଅନୁଭବ କଲେ ମହିଳା ଜଣକ। ଏବଂ କବାଟ ବନ୍ଦ କରିବାକୁ ମନା କଲେ। ହେଲେ ବାବା ଜଣଙ୍କୁ ଘାରି ଥିଲା ଦେହ ନିଶା। ତେଣୁ ସେ ନିଜେ ଯାଇ ଘରର କବାଟ ବନ୍ଦ କରିଦେଲେ।

ଆଉ ମହିଳା ଜଣଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କଲେ। ହେଲେ ମହିଳା ଜଣକ କଷ୍ଟେ ମଷ୍ଟେ ବାବାଙ୍କ ପାଖରୁ ଖସି ଆସି ସିଧା ପୋଲିସ ପାଖରେ ପହଞ୍ଚିଲେ। ପରେ ସାମ୍ନାକୁ ଆସିଲା ସମସ୍ତ ଘଟଣା। ମହିଳା ଜଣକ ପୋଲିସ ପାଖରେ କାନ୍ଦି କାନ୍ଦି କହିଲେ କି ମୁଁ ଔଷଧ ଆଣିବାକୁ ଯାଇଥିଲି, ସେ କହିଲେ ଉପର ମହଲାକୁ ଆସ, ତା’ପରେ ଦ୍ୱାର ବନ୍ଦ କରି ମୋ ସହିତ ଖରାପ ବ୍ୟବହାର କରିବାକୁ ଚେଷ୍ଟା କଲେ। ମହିଳାଙ୍କ ଅଭିଯୋଗ ପାଇବା ମାତ୍ରେ ଅହମଦଗଡ଼ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏବଂ ଅଭିଯୁକ୍ତ ବାବାଙ୍କୁ ତୁରନ୍ତ ଗିରଫ କରାଗଲା। ପୋଲିସ ଅନୁଯାୟୀ, ଅଭିଯୁକ୍ତ ବାବା ପୂର୍ବରୁ ଫୌଜଦାରୀ ମାମଲାରେ ଜେଲ ଯାଇସାରିଛନ୍ତି। ତାଙ୍କ ବିରୁଦ୍ଧରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବାର ମାମଲା ରୁଜୁ ହୋଇଛି। ଏଥର ପୀଡିତାଙ୍କ ଅଭିଯୋଗ ଉପରେ ଗୁରୁତର ଧାରା ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଉଛି ଏବଂ ତାଙ୍କୁ ଜେଲ ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking