27.1 C
Bhubaneswar
Sunday, December 14, 2025
Homeଦେଶ ବିଦେଶବାଡୁଅ ରହିବେ ସାଢେ ତିନି କୋଟି ଚୀନ୍ ଯୁବକ

ବାଡୁଅ ରହିବେ ସାଢେ ତିନି କୋଟି ଚୀନ୍ ଯୁବକ

ଚୀନ: ତିରିଶ ବର୍ଷ ଧରି ଚୀନରେ ‘ଏକକ ସନ୍ତାନ ନୀତି’ର ପାର୍ଶ୍ୱ ପ୍ରତିକ୍ରିୟା ବା ସାଇଡ୍ ଇଫେକ୍ଟ କଣ ହୋଇପାରେ ତାହା ସାରା ଦୁନିଆ ଦେଖୁଛି । ଯାହାର ପ୍ରଭାବ ଚୀନ ଯୁବକଙ୍କ ଉପରେ ପଡ଼ିଛି । ଚୀନ ଏବେ ‘ବାଡୁଅ ଯୁବକଙ୍କ ଦେଶ’ ଭାବେ ପରିଗଣିତ ହୋଇଛି । ଏହା ସହ କିଣା ପତ୍ନୀ, ମହିଳା ଚାଲାଣ ମାମଲା ବଢିବା ପରେ ଚିନ୍ତାରେ ପଡ଼ିଛି ଜିନପିଙ୍ଗ ସରକାର । ଯେହେତୁ ଦେଶରେ ପୁରୁଷ-ମହିଳାଙ୍କ ଅନୁପାତରେ ଫରକ ପଡ଼ିଛି ତେଣୁ ଏଠାକାର ଅବିବାହିତ ଯୁବକମାନେ ବାଧ୍ୟ ହୋଇ ବାହାର ଦେଶ ବିଶେଷ କରି ପାକିସ୍ତାନ ଓ ବାଂଲାଦେଶରୁ ନିଜ ପାଇଁ ପତ୍ନୀ କିଣି ଆଣୁଛନ୍ତି । କିନ୍ତୁ କଥା ଏତିକିରେ ସରି ଯାଉନି, କିଛି ଦଲାଲ ଉଭୟ ପାକିସ୍ତାନ ଓ ବାଂଲାଦେଶରେ ଏଜେନ୍ସି ଖୋଲି କନ୍ୟା ବିକ୍ରି ରାକେଟରେ ସାମିଲ ଅଛନ୍ତି । ଅନେକ ଅସହାୟ ମହିଳା ଅର୍ଥ ଲୋଭ, ବିଦେଶରେ ରହିବାର ସୁଯୋଗ ଆଶାରେ ଏହି ଏଜେନ୍ସିଙ୍କ ଜରିଆରେ ବିଦେଶୀ ପୁଅଙ୍କୁ ପାର୍ଟନର ଭାବେ ଗ୍ରହଣ କରୁଛନ୍ତି । ଚୀନର ଯୁବକମାନେ ମଧ୍ୟ ଏହି ଟ୍ରେଣ୍ଡରେ ପଡ଼ି ନିଜ ପାଇଁ ପାର୍ଟନର ବାଛି ନେଉଛନ୍ତି । ଏବେ କିନ୍ତୁ ଏଥିରେ ବ୍ରେକ୍ ଲାଗିଛି ।

ବାଂଲାଦେଶ ରାଜଧାନୀ ଢାକା ସ୍ଥିତ ଚୀନ ଦୂତାବାସ ପକ୍ଷରୁ ଜାରି ହୋଇଥିବା ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ. କୌଣସି ଚୀନ୍ ଯୁବକ ବାଂଲାଦେଶୀ କିମ୍ବା ପାକିସ୍ତାନୀ ଯୁବତୀଙ୍କୁ ବିବାହ କରନ୍ତୁ ନାହିଁ । ଏଥିରୁ କ୍ଷାନ୍ତ ରୁହନ୍ତୁ ନଚେତ ପରିମାଣ ଖୁବ୍ ଭୟାବହ ହେବ । ଏହା ସହ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମର ବିଜ୍ଞାପନରେ ପ୍ରଲୋଭିତ ହୋଇ କନ୍ୟା କିଣିବାକୁ ଆଗ୍ରହୀ ନ ହେବାକୁ ପରାମର୍ଶ ବି ଦିଆଯାଇଛି । ଇଣ୍ଟରନ୍ୟାସନାଲ ମ୍ୟାଚମେକିଙ୍ଗ୍ ସର୍ଭିସ ଏଜେନ୍ସିଗୁଡ଼ିକୁ ଚୀନରେ ଅନୁମତି ନାହିଁ । ଫଳରେ ଅନେକ ଏଜେନ୍ସି ପାକିସ୍ତାନ ଓ ବାଂଲାଦେଶରେ ନିଜର କାରବାର ଚଳାଇଥିବା ଅଭିଯୋଗ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଢାକା ସ୍ଥିତ ଚୀନ୍ ଦୂତାବାସ । ଦୂତାବାସ ପକ୍ଷରୁ ଚୀନ ନାଗରିକଙ୍କୁ ସୀମା ପାର୍ ବିବାହକୁ ଏଡାଇବା ସହ ଅନଲାଇନ୍ ରୋମାନ୍ସ ସ୍କାମରୁ ଦୂରେଇ ରହିବାକୁ କୁହାଯାଇଛି । ଏହା ଦ୍ବାରା ଆର୍ଥିକ ଓ ମାନସିକ ନିର୍ଯ୍ୟାତନା ଆଶଙ୍କା ଥିବାରୁ ଏଥିରୁ ଦୂରେଇ ରହିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking