15.1 C
Bhubaneswar
Monday, December 15, 2025
Homeଅପରାଧମା'କୁ ହତ୍ୟା କଲା ପୁଅ

ମା’କୁ ହତ୍ୟା କଲା ପୁଅ

ପୁରୀ: ମା କୋଳେଇ କାଖେଇ ବଡ଼ କରିଥିଲା, ନିଜ ପଣତ କାନିରେ ଲୁହ ପୋଛି ଦେଉଥିଲା । କିନ୍ତୁ ଆଜି ସେହି ମାକୁ ହତ୍ୟା କଲା ହତଭାଗା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ସଦର ସମଙ୍ଗରାରେ । ସୂଚନା ଅନୁସାରେ, ସକାଳ ପ୍ରାୟ ୭ଟାରେ ଗାଁ ଦାଣ୍ଡରେ ଗୋରୁଙ୍କୁ ଖାଇବାକୁ ଦେଉଥିଲେ ପୁରୀ ପେଣ୍ଠକଟା ମେରାଇନ ଥାନା ସମଙ୍ଗରା ଗାଁର କନକ ପ୍ରଧାନ । ଏହି ସମୟରେ ହଠାତ ନିଶା ଖାଇବାକୁ ଟଙ୍କା ମାଗିଥିଲା ପୁଅ ବିକ୍ରମ ଓରଫ ପିଙ୍କୁ । କିନ୍ତୁ କନକ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏହି ସମୟରେ ସବୁବେଳେ ନିଶା ଗ୍ରସ୍ତ ରହୁଥିବା ପିଙ୍କୁ ରାଗରେ ନିଜର ହିତାହିତ ଜ୍ଞାନ ହରାଇ ପାଖରେ ଥିବା କୋଦାଳ ବା ଫାଉଡ଼ାରେ ମାଆର ମୁଣ୍ଡକୁ ଚୋଟ ମାରିଥିଲା । ଏଥିରେ କନକଙ୍କ ମୁଣ୍ଡ 2 ଫାଳ ହୋଇଯାଇଥିଲା । ପ୍ରବଳ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ହିଁ କନକଙ୍କ ଜୀବନ ଚାଲିଯାଇଥିଲା ।

ମାଆକୁ ହତ୍ୟା ପରେ ସେଠାରୁ ପଳାଇ ଯିବାକୁ ଉଦ୍ୟମ କରୁଥିବାବେଳେ ପିଙ୍କୁକୁ କାବୁ କରିଥିଲେ ଗାଁ ଲୋକ । ଗୋଡାଇ ଗୋଡାଇ ପିଟିଥିଲେ । ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏସଆଇ ଚିତ୍ତରଞ୍ଜନ ମହାନ୍ତି, ଏଏସଆଇ ପି.ଏଲ୍.ଏନ୍ ଦୋରା, ହାବିଳଦାର ପ୍ରକାଶ କୁମାର ଆଚାର୍ଯ୍ୟ ଓ ଭ୍ୟାନ ଡ୍ରାଇଭର ଅଜିତ କୁମାର ସାହୁ ଗ୍ରାମବାସୀଙ୍କ କବଳରୁ ପିଙ୍କୁକୁ ଉଦ୍ଧାର କରିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ। ଏହି ଚାରିଜଣ ମଧ୍ୟ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ମାଡ଼ରେ ରକ୍ତାକ୍ତ ହୋଇଥିବା ପିଙ୍କୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ହତ୍ୟା ମାମଲା ରୁଜୁ କରି ମୃତଦେହ ଜବତ କରିଛି ପୁଲିସ। ପୂର୍ବରୁ ନିଶାଗ୍ରସ୍ତ ଅବସ୍ଥାରେ ମାରପିଟ କରିବା ଯୋଗୁଁ ପିଙ୍କୁର ପତ୍ନୀ ତାଙ୍କର 2 ପୁଅଝିଅଙ୍କୁ ନେଇ ବାପଘରକୁ ପଳାଇଥିଲେ। ପିଙ୍କୁ ବାପାମାଆଙ୍କୁ ମାଡ଼ ମାରି ପୂର୍ବରୁ ଜେଲ ଯାଇଥିଲା ବୋଲି ପୁଲିସ କହିଛି। ଜାମିନରେ ଫେରିବା ପରେ ବି ତା’ ଆଚରଣରେ ସୁଧାର ଆସି ନଥିଲା। ଆଉ ଆଜି ଟଙ୍କା କେଇଟା ପାଇଁ ମାଆର ଜୀବନ ନେବାକୁ ପଛାଇଲାନି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking