16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶମଣିପୁରରେ ପୁଣି ବୀରେନ୍ ସରକାର!

ମଣିପୁରରେ ପୁଣି ବୀରେନ୍ ସରକାର!

ଇମ୍ଫାଲ: ମଣିପୁରରେ ପୁଣିଥରେ ଏନ୍ ବୀରେନ୍ ସିଂହଙ୍କ ସରକାର ଆସିପାରେ । ଏଭଳି ଚର୍ଚ୍ଚା ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ରାଜନୀତିରେ ଏକପ୍ରକାର ହଟଚମଟ ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ ମଣିପୁରରେ ଏବେ ପୁଣି ଥରେ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ବିଜେପି ବିଧାୟକମାନଙ୍କ ଏକ ୧୦ଜଣିଆ ପ୍ରତିନିଧି ଦଳ ବୁଧବାର ସକାଳେ ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ରାଜ୍ୟପାଳଙ୍କ ଭେଟିବା ପୂର୍ବରୁ ବୀରେନ୍‌ଙ୍କ ଦଳର ବିଧାୟକମାନେ ଏକ ବୈଠକ କରିଥିଲେ । ଏହି ବୈଠକ ପରେ ବୀରେନଙ୍କ ଏକାନ୍ତ ଅନୁଗତ ବିଧାୟକ ରାଧେଶ୍ୟାମ ଘୋଷଣା କରିଛନ୍ତି ଯେ, ତାଙ୍କ ପାଖରେ ୪୪ ଜଣ ବିଧାୟକଙ୍କ ସ୍ଥିର ସମର୍ଥନ ରହିଛି ।

କିଛି ମାସ ପୂର୍ବରୁ, ବିଧାୟକଙ୍କ ଆଭ୍ୟନ୍ତରୀଣ ବିରୋଧ ପରେ ରାଜ୍ୟରେ ବିଜେପି ସରକାରର ପତନ ଘଟିଥିଲା ଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ଏବେ ବି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ରହିଛି । ତେବେ ଏସବୁ ମଧ୍ୟରେ ପ୍ରଦେଶ ବିଜେପି ପୁଣିଥରେ ସରକାର ଗଠନ କରିବାକୁ ଅଣ୍ଟା ଭିଡିଛି । ଅବଶ୍ୟ ଏଥିପାଇଁ କେନ୍ଦ୍ରୀୟ ହାଇକମାଣ୍ଡ୍‌ଙ୍କ ପକ୍ଷରୁ ସେମାନଙ୍କୁ ଗ୍ରୀନ୍ ସିଗ୍‌ନାଲ ମିଳିଥିବା ବିଧାୟକ ରାଧେଶ୍ୟାମ ଗଣମାଧ୍ୟମକୁ କହିଛନ୍ତି । ରାଧେଶ୍ୟାମ କହିଛନ୍ତି, ସମସ୍ତ ବିଜେପି ବିଧାୟକ ଏକଜୁଟ୍ ଅଛନ୍ତି ଏବଂ ଲୋକଙ୍କ ଇଚ୍ଛା ଅନୁଯାୟୀ ସରକାର ଗଠନ କରିବାକୁ ପ୍ରତିବଦ୍ଧ । ସେମାନେ ରାଜ୍ୟପାଳଙ୍କୁ ଆମର ସଂଖ୍ୟା ଗରିଷ୍ଠତାକୁ ସ୍ୱୀକାର କରିବାକୁ ଏବଂ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଆଶା କରାଯାଉଛି ରାଜ୍ୟପାଳ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ଏବଂ ଏକ ସ୍ଥିର ସରକାର ପାଇଁ ଅନୁମତି ପ୍ରଦାନ କରିବେ । ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ବିଧାୟକମାନଙ୍କ ସମର୍ଥନର ଏକ ଆନୁଷ୍ଠାନିକ ପତ୍ର ପ୍ରଦାନ କରିଥିଲେ, ଯେଉଁଥିରେ ସେମାନେ ସେମାନଙ୍କର ସ୍ଥିତି ସ୍ପଷ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking