18.1 C
Bhubaneswar
Sunday, February 8, 2026
Homeଓଡିଶାଆଇସିଏମ୍‌ଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା

ଆଇସିଏମ୍‌ଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଦେଶରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍ ଆଣ୍ଡ ମ୍ୟାନେଜେମେଂଟ ଆକାଉଂଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏମ୍‌ଏଆଇ) ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି। ଆଇସିଏମ୍‌ଏଆଇ ଭୁବନେଶ୍ୱର ପକ୍ଷରୁ ଏହାର ବରିଷ୍ଠ ଅଧିକାରୀ ଶ୍ରୀ ହେମନ୍ତ କୁମାର ବିଶ୍ୱାଳ ସୋଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କୁ ସାକ୍ଷାତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ଅବଦାନ ନିମନ୍ତେ ସୋଆ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛି। ସେହିଭଳି ଶ୍ରୀ ନାୟକଙ୍କ ଔଦ୍ୟୋଗିକତା ଯାତ୍ରା ଏବଂ ସମାଜ ପ୍ରତି କିଛି କରିବାର ପ୍ରତିବଦ୍ଧତା ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ଆଇସିଏମ୍‌ଏଆଇ ପକ୍ଷରୁ ପ୍ରଶଂସା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking