25.1 C
Bhubaneswar
Friday, December 19, 2025
Homeଦେଶ ବିଦେଶବଦଳିଲା ପେନ୍‌ସନ୍ ନିୟମ: ବହିଷ୍କୃତ ପିଏସୟୁ କର୍ମଚାରୀଙ୍କୁ ମିଳିବନି ପେନସନ୍‌

ବଦଳିଲା ପେନ୍‌ସନ୍ ନିୟମ: ବହିଷ୍କୃତ ପିଏସୟୁ କର୍ମଚାରୀଙ୍କୁ ମିଳିବନି ପେନସନ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ପେନସନ୍ ନିୟମରେ କେତେକ ପରିବର୍ତ୍ତନ କରିଛନ୍ତି । ଏହିକ୍ରମେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ (ପିଏସ୍‌ୟୁ)ରେ କାମ କରୁଥିବା ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଅବସର ପରେ ପେନ୍‌ସନ୍ ପାଇବା ପାଇଁ ସରକାରଙ୍କ ନୂଆ ନିୟମ ଅଧୀନରେ ରଖାଯାଇଛି । ରିପୋର୍ଟ ଅନୁସାରେ ପିଏସୟୁ ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗର କୌଣସି କର୍ମଚାରୀଙ୍କୁ ଯଦି ତାଙ୍କ ଚାକିରି କାଳ ମଧ୍ୟରେ ବହିଷ୍କାର କରାଯାଇଥାଏ ତେବେ ତାଙ୍କୁ ଅବସରକାଳୀନ କୌଣସି ସୁବିଧା ମିଳିବ ନାହିଁ ।

ମଙ୍ଗଳବାର ଏସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସରକାର କହିଛନ୍ତି ଯେ, ଏପରି ବହିଷ୍କାରର ନିଷ୍ପତ୍ତି ସମ୍ପୃକ୍ତ ପ୍ରଶାସନିକ ମନ୍ତ୍ରଣାଳୟ ଦ୍ୱାରା ସମୀକ୍ଷା କରାଯିବ । କାର୍ମିକ ମନ୍ତ୍ରଣାଳୟ ଏହି ସମ୍ବନ୍ଧରେ କେନ୍ଦ୍ରୀୟ ସିଭିଲ ସେବା (ପେନସନ) ନିୟମ, ୨୦୨୧ରେ ବଡ଼ ପରିବର୍ତ୍ତନ କରିଛି । ଅର୍ଥାତ୍‌, ଯଦି ଜଣେ କର୍ମଚାରୀ ବେଆଇନ କାମରେ ଜଡିତ ବୋଲି ଜଣାପଡ଼େ ଏବଂ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଏ, ତେବେ ତାଙ୍କୁ ପେନସନ ମିଳିବ ନାହିଁ । ନିକଟରେ ଅଧିସୂଚିତ କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ୍ (ପେନସନ୍‌) ସଂଶୋଧନ ନିୟମ, ୨୦୨୫ ଅନୁଯାୟୀ, ଯଦି କୌଣସି କର୍ମଚାରୀ ସରକାରୀ କମ୍ପାନୀରେ ଚାକିରି ପାଆନ୍ତି ଏବଂ କୌଣସି ଦୁର୍ନୀତି ପାଇଁ ସେହି କମ୍ପାନୀରୁ ବହିଷ୍କାର ହୁଅନ୍ତି, ତେବେ ତାଙ୍କର ଅବସରକାଳୀନ ସୁବିଧା ବାଜ୍ୟାପ୍ତ ହେବ ବୋଲି ନିୟମ ଆଣିଥିରେ କେନ୍ଦ୍ର ସରକାର । କେନ୍ଦ୍ରୀୟ ସିଭିଲ୍ ସେବା (ପେନସନ୍‌) ନିୟମ, ୨୦୨୧ ଡିସେମ୍ବର ୩୧, ୨୦୦୩ ରେ କିମ୍ବା ପୂର୍ବରୁ ନିଯୁକ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ । ତେବେ ସରକାରଙ୍କ ଏହି ପେନସନ୍ ନିୟମ ରେଳ କର୍ମଚାରୀ, କାଜୁଆଲ ଏବଂ ଦୈନିକ ମଜୁରୀ ନିଯୁକ୍ତିରେ ନିୟୋଜିତ ବ୍ୟକ୍ତି ଏବଂ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ପୁଲିସ ସେବା (ଆଇପିଏସ) ଏବଂ ଭାରତୀୟ ବନ ସେବାର ଅଧିକାରୀମାନଙ୍କ ପାଇଁ ପ୍ରଯୁଜ୍ୟ ହେବନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking