22.1 C
Bhubaneswar
Friday, February 6, 2026
Homeଓଡିଶାକୋଟିଏ ଟଙ୍କା ଠକାମି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ

କୋଟିଏ ଟଙ୍କା ଠକାମି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ

ଭୁବନେଶ୍ୱର: ଅନଲାଇନ ଗେମରେ କ୍ରିକେଟ ବେଟିଂ  ମାଧ୍ୟମରେ  ୧ କୋଟି ୮ ଲକ୍ଷ ଟଙ୍କା ଠକାମି କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ  ଦୁଇଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି,   ପଶ୍ଚିମବଙ୍ଗର ବାସିନ୍ଦା ଏସ୍.କେ. ୱାସିଉଲ୍ ଇସଲାମ୍ ଓରଫ ରୋହନ୍ ଏବଂ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର ଜ୍ୟୋତି ପ୍ରକାଶ ପଲ୍ଲାଇ। ପୋଲିସ ଅଭିଯୁକ୍ତଙ୍କ ଠାରୁ ପାସବୁକ୍, ଚେକ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, GST ସାର୍ଟିଫିକେଟ୍, ଆଧାର ଏବଂ ପାନ କାର୍ଡ ଜବତ କରିଛି। ଏହା ସହ ଉଭୟ ଅଭିଯୁକ୍ତଙ୍କ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ୍ କରିଛି।ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳର ଜଣେ ବ୍ୟକ୍ତି ଅନଲାଇନ ଗେମରେ କ୍ରିକେଟ ବେଟିଂ  ମାଧ୍ୟମରେ  ୧ କୋଟି ୮ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ସଂକ୍ରାନ୍ତରେ ସାଇବର ଥାନାରେ ଅଭିଯୋଗ ହୋଇଥିଲା।

ପ୍ରାରମ୍ଭରେ ସାଇବର ଅପରାଧୀମାନେ ତାଙ୍କୁ ଅନଲାଇନ କ୍ରିକେଟ୍ ବେଟିଂର ଦୁଇଟି ୱେବସାଇଟ୍ ଲିଙ୍କ୍ ସେୟାର କରିଥିଲେ।Www.dream444.com ଏବଂ www.dream666.com ଆଇଡି ବ୍ୟବହାର କରି  କ୍ରିକେଟ୍ ବେଟିଂ ମାଧ୍ୟମରେ ଟଙ୍କା ରୋଜଗାର କରିବାକୁ ଉପରୋକ୍ତ ଦୁଇ ସାଇବର ଅପରାଧୀ ପ୍ରଲୋଭିତ କରିଥିଲେ। ସେହି ଅନୁଯାୟୀ ବ୍ୟକ୍ତି ଜଣକ ପ୍ରଥମେ ଅଳ୍ପ କିଛି ଟଙ୍କା ବିନିଯୋଗ କରିଥିଲେ। ଅନ୍ୟ ପକ୍ଷରେ ଅପରାଧୀ ମାନେ ମଧ୍ୟ ତାଙ୍କୁ କିଛି କିଛି ଟଙ୍କା ଫେରସ୍ତ କରିଥିଲେ। ଯାହା ଫଳରେ ଟଙ୍କା ଫେରସ୍ତ ପାଇବାକୁ ତାଙ୍କର ବିଶ୍ୱାସ ସୃଷ୍ଟି ହୋଇଥିଲା। ଅଭିଯୋଗକାରୀ ଜଣକ ତାଙ୍କ ପତ୍ନୀ, ବନ୍ଧୁ ଏବଂ କର୍ମଚାରୀଙ୍କ ଆକାଉଣ୍ଟ ମାଧ୍ୟମରେ  ବିଭିନ୍ନ ପର୍ଯ୍ୟାୟରେ ୧.୦୮ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। ଅନ୍ୟପକ୍ଷରେ ସାଇବର ଅପରାଧୀମାନେ ତାଙ୍କୁ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ।  ଅଗଷ୍ଟ ୨୦୨୨ ରୁ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ୱେବସାଇଟ ମାଧ୍ୟମରେ ସେ ଉପରୋକ୍ତ ପରିମାଣର ଟଙ୍କା ଜମା କରିଥିଲେ। ତେବେ ଦିନ ଗଡ଼ିବା ସତ୍ତ୍ୱେ ଟଙ୍କା ଫେରସ୍ତ ନ ପାଇବାରୁ ବ୍ୟକ୍ତି ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking