29.1 C
Bhubaneswar
Tuesday, February 10, 2026
Homeଓଡିଶାଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ

ଭୁବନେଶ୍ୱର: ଶତ୍ତ୍ୱିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗ ପକ୍ଷରୁ ଶନିବାର ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସିଜୋଫ୍ରେନିଆ ରୋଗ ର ସଂପୂର୍ଣ୍ଣ ଚିକିତ୍ସା ତଥା ନୂତନ କୌଶଳ ଓ ଚିକିତ୍ସା ପଦ୍ଧତି ଦ୍ୱାରା ଏହି ରୋଗ ସହିତ ଜଡିତ ଅନେକ ଭ୍ରାନ୍ତ ଧାରଣାକୁ କିପରି ଲୋକଙ୍କ ମନରୁ ଦୂର କରି ହେବ ସେ ବିଷୟରେ ଆଲୋକପାତ କରିଥିଲେ। ସେହିପରି ଅନ୍ୟତମ ମୁଖ୍ୟ ଅତିଥି ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସିଜୋଫ୍ରେନିଆର ସାମାଜିକ ତଥା ବ୍ୟକ୍ତିଗତ ଦିଗ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନସିକ ରୋଗ ବିଭାଗ ର ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଏହି ବର୍ଷର ଶୀର୍ଷକ ‘ରିଥିଙ୍କ୍ ଲେବଲ୍‌, ରିକ୍ଳେମ୍ ଦ ଷ୍ଟୋରୀ’ର ମହତ୍ୱ କୁ ବୁଝାଇଥିଲେ। ସେହିପରି ବିଶ୍ୱ ସିଜୋଫ୍ରେନିଆ ଦିବସ ୨୦୨୫ର ସମ୍ମାନନୀୟ ଅତିଥି ଭାବେ ପ୍ରସିଦ୍ଧ ହାସ୍ୟ କଳାକାର ଶ୍ରୀ ଦୀପକ ତ୍ରିପାଠୀ (ଟୁକୁନା ଷ୍ଟାଇଲିଷ୍ଟ) ଯୋଗ ଦେଇ ନିଜର ମଜାଦାର ତଥା ନିଆରା ଢଙ୍ଗରେ ସିଜୋଫ୍ରେନିଆ ଭଳି ରୋଗର ସାଧାରଣ ଜନତାଙ୍କ ମନରେ ଥିବା ଭୁଲ ଧାରଣା ଗୁଡିକୁ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତି ମିଶ୍ର ମଧ୍ୟ ନିଜ ବକ୍ତବ୍ୟରେ ଏହି କ୍ଷେତ୍ରରେ ନର୍ସିଂ କର୍ମୀଙ୍କ ଯୋଗଦାନ ବିଷୟରେ ମତ ରଖିଥିଲେ। ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ, ଡାକ୍ତର ସୋମ୍ୟରଂଜନ ଦାଶ ଓ ଡାକ୍ତର ସ୍ନେହାଶୁ ଦେ ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିବା ସହ ବକ୍ତବ୍ୟ ରଖିଥିଲେ। କ୍ଳିନିକାଲ୍ ସାଇକୋଲୋଜିଷ୍ଟ ସୁଶ୍ରୀ ମନିଷା ପଟ୍ଟନାୟକ ରୋଗର ମନସ୍ତାତ୍ୱିକ ଦିଗ ଉପରେ ଆଲୋଚନା କରିଥିଲେ। ଡାକ୍ତର ନିର୍ଲୀପ୍ତ ଦାଶ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆୟୋଜକ ଥିଲେ ଓ ତାଙ୍କୁ ଡାକ୍ତର ଅମୀୟ କୃଷ୍ଣ ସାହୁ, ଡାକ୍ତର ରାକେଶ ମହାନ୍ତି, ଡାକ୍ତର ରୂପେଶ କୁମାର ସେନାପତି , ଡାକ୍ତର ହିରଣ୍ମୟ ମହାପାତ୍ର, ଡାକ୍ତର କିର୍ତୀ ଅନୁରାଗ ଓ ଡାକ୍ତର ତିତାସ୍ ଚୋଧୁରୀ ସହଯୋଗ କରିଥିଲେ। ପିଜି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଚେତନତା ସୃଷ୍ଟି ନିମନ୍ତେ ଏହି କାର୍ଯ୍ୟକ୍ରମରେ ପରିବେଷିତ ଏକ ନାଟକ ବେଶ ଆଦୃତ ହୋଇଥିଲା। ବିଭାଗୀୟ ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking