19.1 C
Bhubaneswar
Wednesday, February 11, 2026
Homeଓଡିଶାବିଦ୍ୟାଳୟ ପାଲଟିଛି ବିବାହ ମଣ୍ଡପ

ବିଦ୍ୟାଳୟ ପାଲଟିଛି ବିବାହ ମଣ୍ଡପ

ଯାଜପୁର: ଯାଜପୁର ବିଧାୟିକା ସୁଜାତା ସାହୁ ବେ ନିୟମ କାର୍ଯ୍ୟ ସଂପର୍କ ରେ ପୋଲିସ ପ୍ରଶାସନ ନିକଟ ରେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ନିରବ ରହି ଥିବାରୁ ଶେଷ ଗଣ ମଧ୍ୟମ ରେ ବାଧ୍ୟ ହୋଇ ସୁଚନା ଦେଲେ ଏପରି ବିଦ୍ୟାଳୟ ପାଲଟିଛି ମଣ୍ଡପ। ବିଦ୍ୟାଳୟ ପରିସରରେ ବିବାହ ଭୋଜି ପାଇଁ ଚାଲିଛି ଆୟୋଜନ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲାର ଯାଜପୁର ବ୍ଲକ୍ ର ଏକ ସ୍କୁଲରେ ଘଟଣାକୁ ସବୁ ବର୍ଗର ବିରୋଧ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାଜପୁର ବ୍ଲକ ବିଚିତ୍ରପୂର୍ ପଞ୍ଚାୟତ ଅନ୍ତର୍ଗତ ବାଣପୁର ପ୍ରାଥମିକ ବିଦ୍ୟାଳୟ ରେ ଏଭଳି ଉଦ୍ୟମ ହେଉଥିବା ବେଳେ ଏହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ।

ଏନେଇ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶକ୍ରମେ ପ୍ରଧାନ ଶିକ୍ଷୟତ୍ରୀ ଯାଜପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ପୋଲିସ ହାତ ବାନ୍ଧି ରହିଥିବାରୁ ଆଜି ଭୋଜିଭାତ ପାଇଁ ଆୟୋଜନ ଚାଲିଥିବା ଜଣାପଡିଛି। ସେହି ଗ୍ରାମରେ ସରକାରଙ୍କ ପକ୍ଷରୁ କଲ୍ୟାଣ ମଣ୍ଡପ ସମେତ ଗ୍ରାମ ରେ ବହୁ ଖାଲି ସ୍ଥାନ ଥିବା ସତ୍ବେ ସନ୍ତୋଷ କୁମାର ସାହୁ ନାମକ ଜନୈକ ବ୍ୟକ୍ତି ବିଦ୍ୟାଳୟ ପରିସରରେ କାହାକୁ ଖାତିର ନ କରି ଜୋର ଜବରଦସ୍ତ ଟେଣ୍ଟ ବାନ୍ଧିଛନ୍ତି। ବିଦ୍ୟାଳୟ ଭଳି ପବିତ୍ର ସ୍ଥାନରେ ଏଭଳି ବେଆଇନ ଭାବେ ଭୋଜି ଆୟୋଜନ ହେଉଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ପରେ ଆଜି ଏ ସମ୍ପର୍କ ରେ ଖୋଦ୍ ଯାଜପୁର ବିଧାୟିକା ସୁଜାତା ସାହୁ ଥାନା ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଏସପି ଙ୍କୁ ଅବଗତ କରିଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ବିଧାୟିକା। ଅନ୍ୟପଟେ ସୋସିଆଲ ମେଡିଆ ରେ ଏହାକୁ ନେଇ ତେଜିଲାଣି ବିବାଦ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking