21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶସୁଟକେସ୍‌ରୁ ମିଳିଲା ମହିଳାଙ୍କ ମୃତଦେହ; ହତ୍ୟା କରି ଟ୍ରେନରୁ ଫିଙ୍ଗିଦେଇଥିବା ସନ୍ଦେହ

ସୁଟକେସ୍‌ରୁ ମିଳିଲା ମହିଳାଙ୍କ ମୃତଦେହ; ହତ୍ୟା କରି ଟ୍ରେନରୁ ଫିଙ୍ଗିଦେଇଥିବା ସନ୍ଦେହ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏକ ସୁଟକେସ୍ ମଧ୍ୟରୁ ଜଣେ ଅଜ୍ଞାତ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଠାରେ ଥିବା ରେଳ ପୋଲ ନିକଟରେ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଏକ ଛିଣ୍ଡା ନୀଳ ରଙ୍ଗର ସୁଟକେସ୍‌କୁ ନେଇ ସନ୍ଦେହ ହେବାରୁ ପୁଲିସ୍‌କୁ ସୂଚନା ଦିଆଯାଇଥିଲା। ତେବେ ପୁଲିସ୍ ଟିମ୍ ଯେତେବେଳେ ଏହି ସୁଟ୍‌କେସ୍‌କୁ ଖୋଲିଲା, ସେଥିରେ ଜଣେ ମହିଳାଙ୍କ ମୃତଦେହ ଖଣ୍ଡଖଣ୍ଡ ଅବସ୍ଥାରେ ଦେଖିବାକୁ ମିଳିଥିଲା। ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୁଟକେସ୍‌ଟି ବେଙ୍ଗାଲୁରୁର ଚନ୍ଦାପୁରା ପୁରୁଣା ରେଳ ପୋଲ ନିକଟରେ ସ୍ଥାନୀୟ ଲୋକ ଠାବ କରିଥିଲେ, ଏବଂ ପୁଲିସ୍ ସନ୍ଦେହ କରୁଛି ଯେ ଏହା ଏକ ଚଳନ୍ତା ଟ୍ରେନରୁ ଫିଙ୍ଗି ଦିଆଯାଇଥିଲା। ଅନ୍ୟପକ୍ଷେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମହିଳାଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରାଯାଇଥିଲା ଏବଂ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ଚଳନ୍ତା ଟ୍ରେନରୁ ଫିଙ୍ଗି ଦିଆଯାଇଥିଲା। ମୃତଦେହ ପାଖରେ କୌଣସି ପରିଚୟ ପତ୍ର ମିଳିନଥିବା ବେଳେ ପୁଲିସ୍ ଟିମ୍ ମହିଳାଙ୍କ ବିଷୟରେ ତଥ୍ୟ ଜାଣିବାକୁ ଚେଷ୍ଟା ଚଳାଇଛି। ପୁଲିସ୍ ଏକ ଅପରାଧିକ ମାମଲା ରୁଜୁ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପ୍ରକାଶ, ଗତ ମାର୍ଚ୍ଚ ମାସରେ ଏକ ସମାନ ଘଟଣାରେ, ବେଙ୍ଗାଲୁରୁର ହୁଲିମାଭୁରେ ଏକ ଘରେ ୩୨ ବର୍ଷୀୟ ମହିଳା ଗୌରୀ ଅନିଲ ସାମ୍ବେକରଙ୍କ ମୃତଦେହ ସୁଟକେସରେ ଭର୍ତ୍ତି ଅବସ୍ଥାରେ ମିଳିଥିଲା। ତାଙ୍କ ସ୍ୱାମୀ ରାକେଶ ସାମ୍ବେକରଙ୍କୁ ପୁଣେରୁ ଗିରଫ କରାଯାଇଥିଲା। ରାକେଶ ଆଇଟି କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିବା ବେଳେ, ଗୌରୀ ଚାକିରି ଖୋଜୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking