22.1 C
Bhubaneswar
Monday, December 15, 2025
Homeଓଡିଶାପିସିସି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ପିସିସି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ଵର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରନ୍ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଶ୍ରାଦ୍ଧବାର୍ଷିକୀ ଆଜି କଂଗ୍ରେସ ଭବନ, ଭୁବନେଶ୍ଵର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ସ୍ଥାନୀୟ ରାଜୀବ ଭବନ ପରିସରରେ ଥୁବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ରାଜୀବଳୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଏହି ଉପଲକ୍ଷେ ପିସିସି କାର୍ଯ୍ୟାଳୟରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଅଧ୍ଯକ୍ଷତା କରି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଲେ ଯେ ପ୍ରଧାନମନ୍ତ୍ରୀ ଭାବରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଅବଦାନ ଅବିସ୍ମରଣୀୟ । ଏକବିଂଶ ଶତାବ୍ଦୀରେ ଏକ ଆଧୁନିକ, ଉନ୍ନତ ଓ ସମ୍ପୂର୍ଣ୍ଣ ସ୍ବାବଲମ୍ବୀ ଭାରତବର୍ଷର ସ୍ୱପ୍ନ ସେ ଦେଖୁଥିଲେ । ବିଜ୍ଞାନ, କାରିଗରୀ, ସୂଚନା ଓ ପ୍ରଯୁକ୍ତି, କ୍ଷେତ୍ରରେ ଭାରତରେ ଆଜି ଯାହା ଅଗ୍ରଗତି ହୋଇଛି ତାହାର ସମସ୍ତ ଶ୍ରେୟ କେବଳ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର । କମ୍ପ୍ୟୁଟର ଏବଂ ବିଶେଷ କରି ଟେଲିଫୋନର ବିକାଶ ଏବଂ ଘରେ ଘରେ ଏବେ ତାହାର ଯେଉଁ ବ୍ୟବହାର ହେଉଛି ତାହା କେବଳ ରାଜୀବ ଗାନ୍ଧୀଙ୍କ ପାଇଁ ସମ୍ଭବ ହୋଇପାରିଛି । ପ୍ରତି ବ୍ୟକ୍ତିର ପକେଟରେ ଗୋଟେ ସ୍ମାର୍ଟଫୋନ ରହିପାରୁଛି । କେନ୍ଦ୍ର ବଜେଟରେ ସାମରୀକ କ୍ଷେତ୍ରରେ ସେ ଅଧୁକ ଅର୍ଥ ବ୍ୟବସ୍ଥା କରିଥିଲେ । ମୌଳିକ ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସେ ପୌଢ଼ ଶିକ୍ଷା, ବ୍ଲାକବୋର୍ଡ ଅଭିଯାନ ଏପରିକି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଅଧିକରୁ ଅଧିକ ଯୁବକମାନେ ନିର୍ବାଚନୀ ବ୍ୟବସ୍ଥାରେ ନିଜର ମତ ବ୍ୟକ୍ତ କରିବାପାଇଁ ସେ ଭୋଟ ଦେବା ଅଧିକାର ୨୧ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ କରିଥିଲେ । ଏପରିକି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବାପାଇଁ ସେ ଦଳ ବଦଳ ବିରୋଧ ଆଇନ ପ୍ରଣୟନ କରିଥିଲେ । ସେ ପଞ୍ଚାୟତ ରାଜ ଏବଂ ନଗରପାଳିକା ନିର୍ବାଚନୀ ବ୍ୟବସ୍ଥାରେ ସୁଧାର ଆଣିବା ସହ ଏଥିରେ ମହିଳାମାନଙ୍କର ଏକ ତୃତୀୟାଂଶ ଆରଂକ୍ଷଣ ପାଇଁ ୧୯୮୩ ମସିହାରେ ସମ୍ବିଧାନ ସଂଶୋଧନ ବିଲ ଆଣିଥିଲେ । ଆଜୀବ ଗାନ୍ଧୀଙ୍କ ପାଇଁ ପ୍ରାୟ ଏହି ବ୍ୟବସ୍ଥାରେ ପ୍ରାୟ ୩୨ଲକ୍ଷ ନିର୍ବାଚନ ପ୍ରତିନିଧୁ ମାନଙ୍କ ମଧ୍ୟରେ ୧୪ଲକ୍ଷରୁ ଉର୍ଦ୍ଧ୍ବମହିଳା ରହିଛନ୍ତି ଯେଉଁମାନେ କି ଶିକ୍ଷା, ଆର୍ଥିକ ବ୍ୟବସ୍ଥା, କାନୁନୀ ସାକ୍ଷରତା ଏବଂ ମହିଳା ସଶକ୍ତି କ୍ଷେତ୍ରରେ ନିଷ୍ପରି ଗ୍ରହଣ କରିଛନ୍ତି । ପିସିସି ସଭାପତି ଶ୍ରୀ ଦାସ ରାଜୀବ ଗାନ୍ଧୀ କିପରି କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିଲେ ଏବଂ ଗରିବ, ଖଟିଖୁଆ, ଭୋକିଲା ଓ ଦୁଗ୍ଧ ଲୋକଙ୍କ ଘରେ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କର ଦୁଃଖ ନିବାରଣ ପାଇଁ କ’ଣ କାର୍ଯ୍ୟକ୍ରମ କରିଥିଲେ ସେ ସମ୍ପର୍କରେ କହିଥିଲେ ।

ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଟିଆ, ଶ୍ରୀ ଜଗନ୍ନାଥ ପଟ୍ଟନାୟକ, ଶ୍ରୀ ଅନନ୍ତ ପ୍ରସାଦ ସେଠୀ ଏବଂ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ପ୍ରମୁଖ ଭାରତର ନିର୍ମାଣ ସାମଗ୍ରୀକ ବିକାଶ, ସାଧାରଣ ନାଗରିକଙ୍କର ନ୍ୟାର୍ଯ୍ୟ ଅଧୂକାରୀ ପ୍ରାପ୍ତିରେ ଉନ୍ନତି, ମହିଳା ସଶକ୍ତିକରଣ, ଆଧୁନିକ ଭାରତବର୍ଷ ଗଠନ କ୍ଷେତ୍ରରେ ଭାରତରନ୍ ରାଜୀବ ଗାନ୍ଧୀଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ସନ୍ତ୍ରାସବାଦ ବିରୋଧରେ ତାଙ୍କର ସଂଗ୍ରାମ ଏବଂ ଜୀବନ ଉତ୍ସର୍ଗ ସମ୍ପର୍କରେ ମଧ୍ଯ ବକ୍ତବ୍ୟ ରଖୁଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ରାଉତ, ସୁରେଶ କୁମାର ରାଉତରାୟ, ସମୀର କୁମାର ରାଉତରାୟ, ଯୁଧୁଷ୍ଠୀର ଜେନା, ଦେବାଶିଷ ପଟ୍ଟନାୟକ, ମଙ୍ଗୁ ଖୁଲ, ବିଶ୍ୱଜିତ ଦାଶ, ଡ. ଲଲାଟେନ୍ଦୁ ମହାପାତ୍ର, ଜିଆଉଲ ହକ, ଶୁଭେନ୍ଦୁ ମହାରି, ୟାସିର ନୱାଜ, ଅଭୟ ସାହୁ, ମାନସ ରଞ୍ଜନ ଆଚାର୍ଯ୍ୟ, କିଶୋର ଜେନା, ପୃଥ‌ିବୀ ବଲ୍ଲଭ ପଟ୍ଟନାୟକ, ପ୍ରକାଶ ମିଶ୍ର, ପ୍ରଶାନ୍ତ ଚମ୍ପତ୍ତି, ନଜିବୁର ରହେମାନ ଖାଁ, ରଜନୀ ମହାନ୍ତି, ମନୋରଞ୍ଜନ ଦାଶ, ଉଦିତ ପ୍ରଧାନ, ବାଙ୍କନିଧୂ ବେହେରା, ପ୍ରଦୀପ ମହାପାତ୍ର, ମିହିର ଆଚାର୍ଯ୍ୟ, ମାନସ ମଲ୍ଲିକ, ସୁବ୍ରତ ମହାପାତ୍ର, ଅଶୋକ ଦାସ, ସୁଶାନ୍ତ ତ୍ରିପାଠୀ, ରାଜକିଶୋର ବାରିକ, ଦୀପକ କୁମାର ସାହୁ, ପ୍ରଣତୀ ମିଶ୍ର, ଶାଜନ୍ମ ସାହୁ, ଅନିମା ମିଞ୍ଜ, ଜୟଶ୍ରୀ ପଟ୍ଟନାୟକ, ଶିଳ୍ପଶ୍ରୀ ହରିଚନ୍ଦନ, ସସ୍ମିତା ପଣ୍ଡା, ସନ୍ତୋଷ ଜେନା, ବିନୋଦ ପାତ୍ର, ସିଲି ସେଠୀ, ଉଷାରାଣୀ ବେହେରା, ଜ୍ୟୋତିଷ ସାହୁ, ଲିଙ୍ଗରାଜ ସାହୁ, ଅଳୟ ସାହୁ, ଆଲୋକ ମହାନ୍ତି, ଜ୍ୟୋତି ମହାନ୍ତି, ଖଗେଶ୍ବର ମଲ୍ଲିକ, ଭାରତ ଭୂଷଣ ବେମାଲ, ମୋଟରାଳ ଡୁଙ୍ଗଡୁଙ୍ଗ, ମନୋରଞ୍ଜନ ମହାପାତ୍ର, ମିନାକ୍ଷୀ ପ୍ରଧାନ, ତାପସ ସେଠୀ, ପୟୋଧର ରାୟ, ପ୍ରଦୀପ ସ୍ୱାଇଁ, ବିଜୟ ଦ୍ବିବେଦୀ, ଆଲୋକ ନନ୍ଦ, ସୁଭାଷ ପ୍ରଧାନ, ବିପ୍ରରଞ୍ଜନ ଜେନା, ସୁବ୍ରତ ବିଶୋଇ, ହରିବନ୍ଧୁ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking