21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶବେଙ୍ଗାଲୁରୁ ବର୍ଷା ବିତ୍ପାତ: ୩ ମୃତ

ବେଙ୍ଗାଲୁରୁ ବର୍ଷା ବିତ୍ପାତ: ୩ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବର୍ଷା ବିପ୍ତାତରେ ୨୪ ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ଜଣଙ୍କ ମୃତ୍ୟୁ ହୋଇଛି । ୧୨ ଘଣ୍ଟା ମଧ୍ୟରେ ୧୩୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ପରେ ସହରରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ସହରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି । ପ୍ରବଳ ଜଳବନ୍ଦୀ ଯୋଗୁଁ ଅନେକ ଗଛ ଡାଳ ପଡ଼ିଯାଇଛି ଏବଂ ଯାନବାହନ ଭାଙ୍ଗି ଯାଇଛି, ଯାହା ଫଳରେ ସହରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି ।

ହଠାତ୍ ପ୍ରବଳ ବର୍ଷା ଯୋଗୁଁ ସହରର ଡ୍ରେନେଜ୍ ବ୍ୟବସ୍ଥା ବିଫଳ ହେବାରୁ ଲୋକମାନେ ଆଣ୍ଠୁଏ ଗଭୀର ପାଣିରେ ଫସି ଯିବା ଆସିବା କରୁଛନ୍ତି । ଅନେକ ଯାନବାହନ ଆଂଶିକ ଭାବରେ ବୁଡ଼ି ଯାଇଛି । ଆବାସିକ ଅଞ୍ଚଳର ଅନେକ ଘରେ ପାଣି ପଶି ଲୋକଙ୍କ ଜିନିଷପତ୍ର ଭିଜି ଯାଇଥିଲା ଏବଂ ଇଲେକ୍ଟ୍ରୋନିକ୍ ଜିନିଷଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ଅଧିକାରୀମାନେ ପ୍ରଭାବିତ ବାସିନ୍ଦାଙ୍କୁ ଏକ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରିଥିଲେ।

ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ , ଚିକ୍କାବାଲାପୁରା, ତୁମାକୁରୁ, ମାଣ୍ଡିଆ, ମିସୁରୁ, ହାସନ, କୋଡାଗୁ, ବେଲାଗାଭି, ବିଦାର, ରାଇଚୁର ଅନ୍ତର୍ଭୁକ୍ତ। ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ସାଇ ଲେଆଉଟ୍ ଏବଂ ହୋରାମାଭୁ ଅଞ୍ଚଳ ଥିଲା |

କିଛି ଅଞ୍ଚଳରେ ଜଳବନ୍ଦୀ ସଫା କରିବା ପାଇଁ କର୍ତ୍ତୃପକ୍ଷ ଜେସିବି ବ୍ୟବହାର କରିଛନ୍ତି , ବିଶେଷକରି ଯେଉଁଠାରେ ବାସିନ୍ଦାଙ୍କ ଘରେ ପାଣି ପ୍ରବେଶ କରିଛି । ଭାରତୀୟ ପାଣିପାଗ ବିଭାଗ ଉପକୂଳ କର୍ଣ୍ଣାଟକରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଥିବାବେଳେ ଉତ୍ତର ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ଅତି ପ୍ରବଳ ବର୍ଷା ପାଇଁ ଓରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି। ବେଙ୍ଗାଲୁରୁରେ, ପାଣିପାଗ ବିଭାଗ ଉଡୁପି, ବେଲାଗାଭି, ଧାରୱାଡ, ଗଡଗ, ହାଭେରୀ ଏବଂ ଶିବମୋଗା ସମେତ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି। ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମେ ୧୯ ରୁ ୨୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking