22.1 C
Bhubaneswar
Friday, February 6, 2026
Homeଓଡିଶାକିଶୋର ସାମଲଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି; ଜଣାଇଲା ପୁରାତନ ଛାତ୍ର ସଂସଦ

କିଶୋର ସାମଲଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି; ଜଣାଇଲା ପୁରାତନ ଛାତ୍ର ସଂସଦ

ଭୁବନେଶ୍ୱର: ଲୋକପ୍ରିୟ ସଂଗଠକ, ଜଣାଶୁଣା ସମାଜସେବୀ, ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କାଉନସିଲର ତଥା ଚୌଦ୍ୱାର କଲେଜର ପୁରାତନ ଛାତ୍ର ସଂସଦର ଉପସଭାପତି କିଶୋର ସାମଲଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ରବିବାର ସନ୍ଧ୍ୟାରେ ସ୍ଥାନୀୟ ଦୋଳଯାତ୍ରା ପଡ଼ିଆ ସନ୍ନିକଟ କଳାନିକେତନ କ୍ଲବ ପରିସରରେ ଚୌଦ୍ୱାର କଲେଜ ପୁରାତନ ଛାତ୍ର ସଂସଦ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସଂସଦର ସଭାପତି ବିବେକାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାମୋଦର ସାହୁ, ଚୌଦ୍ୱାର ପୌର ସଂସ୍ଥାର ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ବିଜେପିର ବରିଷ୍ଠ ନେତା ପ୍ରଶାନ୍ତ କୁମାର ହୋତା ଏବଂ କଟକ ଜିଲ୍ଲା ଯୁବ କଂଗ୍ରେସର ବରିଷ୍ଠ ନେତା ଜୀନେଶ ଦାସଙ୍କ ସମେତ ଦଳମତ ନିର୍ବିଶେଷରେ ବିଭିନ୍ନ ବର୍ଗର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ସ୍ୱର୍ଗୀୟ ସାମଲଙ୍କ ସମାଜସେବା ଏବଂ ଚୌଦ୍ୱାର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ବିଶେଷ ଅବଦାନ ସର୍ବୋପରି ଗରିବ ଲୋକମାନଙ୍କୁ ସହାୟତା ପ୍ରଦାନ କରିବାର ଅଗ୍ରଣୀ ଭୂମିକା ଉପରେ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଚୌଦ୍ୱାର କଲେଜର ପ୍ରତିଷ୍ଠା, କଲେଜର ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଚୌଦ୍ୱାର କଲେଜ ଛାତ୍ର ସଂସଦ ଗଠନ ଠାରୁ ଆରମ୍ଭ କରି ବିଭିନ୍ନ ଗଠନମୂଳକ କାର୍ଯ୍ୟକ୍ରମରେ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିିଥିବା ସ୍ୱର୍ଗତଃ ସାମଲଙ୍କ ଅକାଳ ବିୟୋଗ ସମଗ୍ର ଅଞ୍ଚଳ ପାଇଁ ଏକ ବଡ଼ କ୍ଷତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ବର୍ତ୍ତମାନ ସମାଜରେ ଏଭଳି ନିସ୍ୱାର୍ଥପର ସେବକଙ୍କର ଅଭାବ ପରିଲକ୍ଷିତ ହେଉଛି ବୋଲି ସେମାନେ କହିଥିଲେ ।

ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କାଉନସିଲର ବିଷ୍ଣୁଚରଣ ପରିଡ଼ା, କିରଣବାଳା ନାୟକ, ଯାଜପୁର ଜିଲ୍ଲା ପରିଷଦ ୨୦ ନମ୍ବର ଜୋନ୍ ସଭ୍ୟା ଜୟଶ୍ରୀ ସାମଲ, ଆନନ୍ଦ ସାମଲ, ନିର ସାମଲ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନୁରୂପ ଭାବେ ପୁରାତନ ଛାତ୍ର ସଂସଦର ସମ୍ପାଦକ କେଶବ ସାହୁ, ବରିଷ୍ଠ ସଦସ୍ୟ ବିଭୂତି ଭୂଷଣ ସାହୁ, ଝୁଲେନ୍ଦ୍ର ନାୟକ, ଅଞ୍ଜନ କୁମାର ଜେନା, ରବୀନ୍ଦ୍ର କୁମାର ମହାପାତ୍ର, ସୌମିତ୍ର ସ୍ୱାଇଁ, ମୁରଲୀଧର ବେଉରା, ବିଜୟ ବେହେରା, ହରିହର ପରିଡ଼ା, କୈଳାସ ସାହାଣୀ, କ୍ଷୀରୋଦ ବେହେରା, ବିଚିତ୍ରାନନ୍ଦ ସାହୁ, ଗଙ୍ଗାଧର ସାହୁ, ଅଜୟ କୁମାର ବଳ, ଲିଙ୍ଗରାଜ ମୁଦୁଲି, ହେମନ୍ତ ମହାନ୍ତି, ବିଜୟ ସ୍ୱାଇଁ, ବିଜୟ ନାୟକ, ଦୀପକ ପରିଜା, ଶ୍ରୀକାନ୍ତ ବେହେରା, ସରୋଜ ନାୟକ, ରାଜୀବ ମହାନ୍ତି, ରାଜକିଶୋର ସାମନ୍ତରାୟ, ସମର ନାୟକ, ହିମାଂଶୁ ସାହୁ, ଅବୋଧ ନାୟକ, ଛବିନ ନାୟକ, ମକରନ୍ଦ ମାହାଳି, ରାମଚନ୍ଦ୍ର ଓଝା, ଲାଲମୋହନ ପରିଡ଼ା, ମୋହନଚାନ୍ଦ ନାୟକ, ସୁବାଷ ଦଳେଇ, ଶ୍ରୀନିବାସ ସାହୁ, କିଶୋର ନାରାୟଣ ସାହୁଙ୍କ ସମେତ ବହୁ ପୁରାତନ ସଭ୍ୟସଭ୍ୟା ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ୍ ହୋଇ ସ୍ୱର୍ଗୀୟ ସାମଲଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking