ଯାଜପୁର: ଯାଜପୁର ଜିଲ୍ଲାରେ ମଦ୍ୟପ ଙ୍କ ସଂଖ୍ୟା ବୃଦ୍ଧି ପାଇଛି l ବିଶେଷ ଭାବ ରେ ଯୁବ ପିଡି ମାନେ ମଦ୍ୟପ ପ୍ରତି ଆସକ୍ତ ହେଉଛନ୍ତି l ଅସାମାଜିକ କର୍ଯ୍ୟ କଳପର ଲିପ୍ତ ହେଉ ଥିବା ର ଦେଖା ଯାଉଛି l ନିଶା ଗ୍ରସ୍ତ ହୋଇ ବାଇକ୍ ଚଳାଇ ଦୁର୍ଘଟଣା ଗ୍ରସ୍ତ ହେବା ସଂଗେ କୁ ଭାଷାରେ ଗାଳି ଗୁଲଜ କରିବା ସଂଗେ ଟ୍ରାଫିକ ନିୟମ କୁ ଭଙ୍ଗ କରୁ ଛନ୍ତି ଟ୍ରାଫିକ ନିମୟମ କୁ ଭଙ୍ଗ କରିବା ରୁ ପୋଲିସ ବାଧା ଦେବା ରୁ ସଙ୍ଗ ବଦ୍ଧ ହୋଇ ଜଣେ କାର୍ଯ୍ୟ ରତ ପୋଲିସ କର୍ମଚାରୀ କୁ ଆକ୍ରମଣ କରି ଥିବା ର ଯାଜପୁର ରୋଡ ସହର ରେ ଦେଖିବାକୁ ମିଳୁଛି l
ଯାଜପୁର ରୋଡ ସହରସ୍ଥିତ ଚୋରଦା ବାଇପାସରେ ଡିୟୁଟି ରେ ଥିବା ପୋଲିସ କର୍ମଚାରୀ କୁ ୫ ଜଣ ମଦୁଆ ଯୁବକଆକ୍ରମଣ କରିଚନ୍ତି l ଗଣ୍ଡଗୋଳ ରେ ଘଟଣାରେ ସମ୍ପୃକ୍ତ ୨ ଯୁବକ ଗିରଫ ହୋଇଥିବାବେଳେ ତିନିଜଣ ଯୁବକ ଫେରାର ଥିବା ସୂଚନା ମିଳିଛି l ସୂଚନା ମୁତାବକ ସନ୍ଧ୍ୟା ବେଳେ ଚୋରଦା ବାଇପାସ ଟ୍ରାଫିକ ଛକରେ ଡ୍ୟୁଟିରେ ଥିବା ପୋଲିସ ଟ୍ରାଫିକ ନୀୟତ୍ର କରୁଥିବବେଳ ସେହି ସମୟରେ ୫ ଯୁବକ ମଦ ପିଇ ଆସି ହଠାତ୍ ପୋଲିସ୍ କର୍ମ ଚାରି ଙ୍କ ବାଇକକୁ ବାଡ଼େଇ ଥିଲେ ଓ ବାଇକ୍ ର ମିରରକୁ ମୋଡି ଭାଙ୍ଗି ଦେଇଥିଲେ l ଏହାଜୁ ଦେଖି କନେଷ୍ଟବଳ ଏହାକୁ ବିରୋଧ କରିଥିଲେ l ଯାହାକୁ ନେଇ ୨ ଯୁବକ ହଠାତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପୋଲିସ କର୍ମୀଙ୍କୁ ନିର୍ଧୁମ ଛେଚିଥିଲେ l
ଖବର ପାଇ ଯାଜପୁର ରୋଡ଼ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ୨ ଜଣ ଯୁବକଙ୍କୁ ଧରି ଛେଚିଥିବା ବେଳେ ବାକି ୩ ଜଣ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ସ୍ଥାନୀୟ ଲୋକେ କହନ୍ତି l ତେବେ ୨ ଜଣ ଯୁବକକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଯାଜପୁର ରୋଡ଼ ପୋଲିସ l ତେବେ ୨ ଜଣ ଯୁବକଙ୍କ ଘର ମଧ୍ୟରୁ ଜଣେ ଜହ୍ନା ଗ୍ରାମର ସିପୁନ ବିଶ୍ୱାଳ ହୋଇଥିବା ବେଳେ ଅନ୍ୟଜଣେ ଶଙ୍ଖଚିଲା ସ୍ଥିତ ଲକ୍ଷ୍ମୀନଗରର ବୋଲି ଜଣାପଡିଛି l ବାକି ୪ ଜଣଙ୍କ ନା ଏଯାଏଁ ଜଣା ପଡ଼ିନଥିବା ବେଳେ ଘଟଣାକୁ ନେଇ ଥାନାଧିକାରୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ l ତେବେ ୩ ଜଣ ଯୁବକଙ୍କୁ ଖୁବଶୀଘ୍ର ଧରିବା ସହ ସେମାନଙ୍କ ବିରଦ୍ଧରେ ଦୁଢ଼ କାର୍ଯ୍ୟ ନୁଷ୍ଟlନ ଗ୍ରହଣ କରା ଯିବ ବୋଲି ପୋଲିସ୍ ସୂତ୍ର ରୁ ସୂଚନା ମିଳିଛି l










