28.1 C
Bhubaneswar
Wednesday, April 29, 2026
Homeଓଡିଶାପ୍ରିୟଙ୍କା ବି ଯାଇଥିଲେ ପହଲଗାମ ଆଉ ପାକିସ୍ତାନ

ପ୍ରିୟଙ୍କା ବି ଯାଇଥିଲେ ପହଲଗାମ ଆଉ ପାକିସ୍ତାନ

ଭୁବନେଶ୍ୱର: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ଲିଙ୍କ୍‌ରେ ପୁରୀରେ ଖୋଳତାଡ଼ । ଜ୍ୟୋତିଙ୍କ ଲିଙ୍କରେ ଥିବା ପୁରୀର ପ୍ରିୟଙ୍କା ସେନାପତିଙ୍କୁ ଜେରା କରୁଛି ଗୁଇନ୍ଦା ବିଭାଗ । ପୁରୀ ପୋଲିସ ସହାୟତାରେ ତାଙ୍କୁ ପଚରା ଉଚରା କରାଯାଉଛି । ଜ୍ୟୋତିଙ୍କ ସମ୍ପର୍କରେ ଥିଲେ ପ୍ରିୟଙ୍କା ସେନାପତି । ତାଙ୍କ ସହ ବିଭିନ୍ନ ସ୍ଥାନ ବୁଲିଥିଲେ । ଏପରିକି ପାକିସ୍ତାନ ମଧ୍ୟ ଯାଇଛନ୍ତି ପ୍ରିୟଙ୍କା । କର୍ତ୍ତାରପୁର ଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ପ୍ରିୟଙ୍କାଙ୍କ ବାପା । ଖାଲି ଏତିକି ନୁହେଁ ୪ ମାସ ତଳେ ପହଲଗାମ ମଧ୍ୟ ଯାଇଥିବା ଜଣାପଡ଼ିଛି । ତେବେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ କହିଛନ୍ତି । ଜ୍ୟୋତି ଗିରଫ ହେବା ପରେ ଏବେ ପ୍ରିୟଙ୍କାଙ୍କୁ ପଚରାଉଚରା ଜାରି ରହିଛି । ଆକ୍ରମଣ ପୂର୍ବରୁ ପେହେଲଗାଁ ଯାଇଥିବା ପ୍ରିୟଙ୍କା ଜଣାପଡିବା ପରେ ସେ ଜ୍ୟୋତି ଙ୍କୁ କିଛି ତଥ୍ୟ ଦେଇଥିଲେ କିନାହିଁ ସେଥିନେଇ ଗୁଇନ୍ଦା ର ସନ୍ଦେହ ବଢିଛି, ଆଉ ସେ ପାକିସ୍ତାନ ଯିବା ପଛର କାରଣ ବି ଖୋଜା ହେଉଛି, କିପରି ପାକିସ୍ତାନ ଗଲେ ଓ କିଏ ସାହାଯ୍ୟ କରିଥିଲେ ଓ କାହାସହ ସେଠାରେ ମିଶିଥିଲେ ଏସବୁ ର ଏବେ ଖୋଳତାଡ଼ ଆରମ୍ଭ ହୋଇଛି, ସବୁଠୁ ବଡ଼କଥା ପ୍ରିୟଙ୍କା ଏପର୍ଯ୍ୟନ୍ତ ଲୋକଲୋଚନ କୁ ଆସି କିଛି ବି ସ୍ପଷ୍ଟ କରୁନାହାନ୍ତି, ଗଣମାଧ୍ୟମ ଠାରୁ ନିଜକୁ ଦୁରେଇ ରଖୁଛନ୍ତି, ୟୁଟୁବର ହୋଇବି ନିଜର କଥା ମଧ୍ୟ ପୋଷ୍ଟ କରୁନାହାନ୍ତି,ହୁଏତ ସେ ଏବେ ମାନସିକ ଚାପରେ ଥିବେ କି ପୋଲିସ ତାଙ୍କୁ ଏବେ କିଛି ନକହିବାକୁ ପରାମର୍ଶ ଦେଇଥିବ, ସେ ମୁହଁ ଖୋଲିଲେ ଯାଇ ସବୁକଥା ସ୍ପଷ୍ଟ ହେବ

ଗତ ସେପ୍ଟେରରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଜ୍ୟୋତି । ସିଂହଦ୍ୱାରରେ ଫଟୋ ଓ ଭିଡିଓ ଉଠାଇଥିଲେ। ପୁରୀ ବେଳାଭୂମି ବୁଲିବା ସହ ସେଠାରେ ବି ଭିଡିଓ ଏବଂ ଫଟୋ ଉଠାଇଥିଲେ ଜ୍ୟୋତି । ଯାହାର ଭିଡିଓ ଓ ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଛନ୍ତି । ତେବେ ୟୁଟ୍ୟୁବର ଜ୍ୟୋତି ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫଙ୍କ ମଧ୍ୟ ଭେଟିଥିବା ଜଣାପଡ଼ିଛି । ସେନା କର୍ମଚାରୀ ସହ ଅନେକ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଭେଟିଛନ୍ତି । ଯାହାର ତଦନ୍ତ କରୁଛି ଗୁଇନ୍ଦା ବିଭାଗ । ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ମଲହୋତ୍ରା। ଶ୍ରୀମନ୍ଦିର ଓ ଆଖପାଖରେ ସେ ଫଟୋ ଉଠାଇଥିଲେ। ତେଣୁ ଓଡ଼ିଶାର କିଛି ଗୁପ୍ତ ତଥ୍ୟ ପାକିସ୍ତାନକୁ ଲିକ୍ ହୋଇଛି କି ନାହିଁ ତାକୁ ନେଇ ସନ୍ଦେହ ବଢୁଛି। ବର୍ଷ ବର୍ଷ ଧରି ଶତ୍ରୁରାଷ୍ଟ୍ର ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଜ୍ୟୋତି ଗିରଫ ହୋଇଥିବାବେଳେ କେଉଁ ତଥ୍ୟ ପାକିସ୍ତାନକୁ ଲିକ୍ ହୋଇଛି ତାହାକୁ ନେଇ ଚାଲିଛି ଖୋଳତାଡ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking