21.1 C
Bhubaneswar
Thursday, December 18, 2025
Homeଓଡିଶାରାଷ୍ଟ୍ର ନିର୍ମାଣରେ ଏନ.ସି. ସି.ର ଭୂମିକା ଗୁରୁତ୍ୱପୂର୍ଣ - ରାଜ୍ୟପାଳ

ରାଷ୍ଟ୍ର ନିର୍ମାଣରେ ଏନ.ସି. ସି.ର ଭୂମିକା ଗୁରୁତ୍ୱପୂର୍ଣ – ରାଜ୍ୟପାଳ

ଭୁବନେଶ୍ୱର: ରାଷ୍ଟ୍ର ନିର୍ମାଣରେ ଏନ.ସି. ସି.ର ଭୂମିକା ଗୁରୁତ୍ୱପୂର୍ଣ ବୋଲି ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପାଟି କହିଛନ୍ତି I ଚଳିତ ମଇ ୧୭ ତାରିଖ ଦିନ ଓଡିଶା ଏନ.ସି. ସି. ନିର୍ଦେଶାଳୟ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଓ.ୟୁ.ଏ.ଟି. ପ୍ରେକ୍ଷାଳୟରେ ଆୟୋଜିତ ସେମିନାରକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି Iଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏନ.ସି. ସି. ଏକ ସକ୍ରିୟ ଯୁବ ଆନ୍ଦୋଳନ ଭାବରେ ଉଭା ହୋଇଛି, ଯାହା ଶୃଙ୍ଖଳା, ଚରିତ୍ର ଗଠନ ଏବଂ ନିଃସ୍ୱାର୍ଥପର ସେବା ମାଧ୍ୟମରେ ଦାୟିତ୍ୱବାନ ନାଗରିକ ଏବଂ ଦେଶର ଭବିଷ୍ୟତକୁ ଗଠନ କରୁଛି I ଦେଶ ଗଠନରେ “ଏନ.ସି. ସି. ଏକ ଶକ୍ତି ଗୁଣାଙ୍କ” ଶୀର୍ଷକ ବିଷୟ ବସ୍ତୁ ରଖାଯାଇ ସେମିନାର ଆୟୋଜନ କରାଯାଇଥିବାରୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଏହା ଜାତୀୟ ସୁରକ୍ଷା, ସାମାଜିକ ଏବଂ ସାଂସ୍କୃତିକ ଅବଦାନ, ଯୁବ ବିକାଶ, ଡିଜିଟାଲ ଉପକରଣ ବ୍ୟବହାର ଉପରେ ଅଧିକ ପର୍ଯ୍ୟବେସିତ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ I

ଏନ.ସି. ସି. କିପରି ଅଧିକ ଶକ୍ତିଶାଳୀ ରାଷ୍ଟ୍ର ଗଠନରେ ଯୋଗଦାନ ଦିଏ ସେ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ I ମହିଳା ସଶକ୍ତିକରଣ, ଜନଜାତି, ଗ୍ରାମୀଣ ଓ ସହରାଞ୍ଚଳର ଯୁବକମାନଙ୍କୁ ସାମିଲ କରି ରାଜ୍ୟର ସମାଵେଶୀ ବିକାଶ ଲକ୍ଷ ସାଧିତ କରିବା ପାଇଁ ଏନ.ସି. ସି. ର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ I ଏନ.ସି. ସି. ଅଧିକାରୀ ଓ କ୍ୟାଡେଟମାନଙ୍କର ଉତ୍ସର୍ଗୀକୃତ ସେବା ଏବଂ ଶକ୍ତି ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ସେମାନଙ୍କର ପ୍ରତିବଦ୍ଧତା ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଥିଲେ I ଏହି ସେମିନାର ଓଡ଼ିଶାରେ ଏନ.ସି. ସି. ଆନ୍ଦୋଳନକୁ ଅଧିକ ସୁଦୂରପ୍ରସାରୀ କରିବ ଏବଂ ଜାତୀୟ ପ୍ରଗତିରେ ଏକ ଅର୍ଥପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଥିଲେ I ଏନ.ସି. ସି. ଓଡ଼ିଶାର ନିର୍ଦେଶକ କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁଙ୍କ ସମେତ ଏନ.ସି. ସି. ଏବଂ ସେନାର ବରିଷ୍ଠ ଅଧିକାରୀ ଉଦଘାଟନୀ ସମାରୋହରେ ଉପସ୍ଥିତ ଥିଲେ I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking