25.1 C
Bhubaneswar
Wednesday, December 10, 2025
Homeଓଡିଶାଆଇନଜୀବୀ ମାନସ ମଲ୍ଲିକ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ନିଯୁକ୍ତ

ଆଇନଜୀବୀ ମାନସ ମଲ୍ଲିକ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର: ଭାରତୀୟ ଯୁବକଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ଆଇନଜୀବୀ ମାନସ କୁମାର ମଲ୍ଲିକଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ରାଜ୍ୟ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମଲ୍ଲିକା ର୍ଜ୍ଜୁନ ଖର୍ଗେଙ୍କ ଅନୁମୋଦନ କ୍ରମେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀ କେ.ସି. ଭେନୁ ଗୋପାଲ ଆଇନଜୀବି ଶ୍ରୀ ମଲ୍ଲିକଙ୍କୁ ଉକ୍ତ ନିଯୁକ୍ତି ଦେଇଛନ୍ତି।ଓଡ଼ିଶାରେ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ଓ ଅନୁସୂଚିତ ଜାତି ବର୍ଗର ଲୋକମାନଙ୍କୁ ପୁଣି ଥରେ କଂଗ୍ରେସ ଦଳକୁ ଫେରାଇ ଆଣିବା ପାଇଁ ଆଇନଜୀବୀ ଶ୍ରୀ ମଲ୍ଲିକ ଦକ୍ଷତାର ସହିତ କାମ କରିବେ ବୋଲି ଆଶା କରାଯାଉଛି। ଆଇନଜୀବୀ ଶ୍ରୀ ମଲ୍ଲିକ ଛାତ୍ର ଜୀବନରୁ କଂଗ୍ରେସ ଦଳରେ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏଥି ପୂର୍ବରୁ ସେ ରାଜ୍ୟ କଂଗ୍ରେସର ଉପସଭାପତି, ଅଖିଳ ଭାରତୀୟ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନର ରାଷ୍ଟ୍ରୀୟ ଆବାହାକ, ଯୁବକଂଗ୍ରେସରରାଷ୍ଟ୍ରୀୟସମ୍ପାଦକ, ଯୁବକଂଗ୍ରେସରରାଜ୍ୟଉପସଭାପତି, ଆମ ଆଦ୍‌ମୀ କାସିପାହୀରରାଜ୍ୟସଂଯୋଜକ, କେନ୍ଦ୍ରାପଡ଼ାଜିଲ୍ଲାକାର୍ଯ୍ୟକାରୀସଭାପତିଭାବେସୁଚାରୁରୂପେ କାର୍ଯ୍ୟକରିଛନ୍ତି।

ରାଜ୍ୟ ଯୁବକଂଗ୍ରେସରଏକମାତ୍ରକର୍ମକର୍ତ୍ତାଭାବେଶ୍ରୀମଲ୍ଲିକ ଦେଶର ୧୨ ଟିବାହାରରାଜ୍ୟ ଯଥା ପଞ୍ଜାବ, ଗୁଜୁରାଟ, ରାଜସ୍ଥାନ, ଝାଡଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ବିହାର, କାଶ୍ମୀରଏବଂ ଆସାମରେ କଂଗ୍ରେସ ଦଳରବିଭିନ୍ନ ଦାୟିତ୍ୱସମ୍ପାଦନ କରିଛନ୍ତି।ତାଙ୍କ ନୂତନ ନିଯୁକ୍ତିରେ ଆଇନଜୀବୀ ଶ୍ରୀମଲ୍ଲିକଭାରତୀୟଜାତୀୟକଂଗ୍ରେସସଭାପତିଶ୍ରୀମଲ୍ଲିକାର୍ଜୁନ ଖର୍ଗେ, ବିରୋଧଦଳ ନେତାଶ୍ରୀରାହୁଲଗାନ୍ଧୀ, ସାଧାରଣସମ୍ପାଦିକା ପ୍ରିୟଙ୍କାଗାନ୍ଧୀ, ଏଆଇସିସିସଂଯୋଜକ ତଥା ଝାଡଖଣ୍ଡ ପ୍ରଭାରୀଶ୍ରୀକେ. ରାଜୁ, ଓଡ଼ିଶା ପ୍ରଭାରୀଶ୍ରୀ ଅଜୟ କୁମାରଲାଲ୍ଲୁ, ଓଡ଼ିଶା ପ୍ରଦେଶ କଂଗ୍ରେସକମିଟିସଭାପତିଶ୍ରୀଭକ୍ତ ଚରଣ ଦାସ, ରାଜୀବଗାନ୍ଧୀ ପଂଚାୟତିରାଜସଂଗଠନର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁଶ୍ରୀମିନାକ୍ଷୀ ନଟରାଜନ୍‌, ପୂର୍ବତନ ପିସିସିସଭାପତିଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ଶ୍ରୀଶରତ ପଟ୍ଟନାୟକ ଅନୁସୂଚିତ ଜାତିବିଭାଗରରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀରାଜେଶଲିଲୋଠିଆ, ଏଆଇସିସିସମ୍ପାଦକ ସାହାନୱାଜଚୌଧୁରୀ,ଏଆଇସିସି ସମ୍ପାଦିକା ରୋଜାଲିନାତିର୍କୀ ଏବଂ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking