27.1 C
Bhubaneswar
Sunday, February 22, 2026
Homeଅପରାଧଅନୈତିକ ସମ୍ପର୍କ ସନ୍ଦେହ, ମହିଳାଙ୍କୁ କାଠ ଫାଳିଆରେ ପିଟି ହତ୍ୟା

ଅନୈତିକ ସମ୍ପର୍କ ସନ୍ଦେହ, ମହିଳାଙ୍କୁ କାଠ ଫାଳିଆରେ ପିଟି ହତ୍ୟା

ଗୁଣପୁର: ରାମନାଗୁଡ଼ା ଥାନା ଅନ୍ତର୍ଗତ କରଡା ଗ୍ରାମରେ ଅନୈତିକ ସମ୍ପର୍କ ସନ୍ଦେହରେ ଜଣେ ମହିଳାଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରାଯାଇଛି। ମୃତ ମହିଳା ଜଣକ କରଡା ଗ୍ରାମର ରଞ୍ଜିତା କଣ୍ଡାଗିରି(୨୫) ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡରେ ସଂମ୍ପୃକ୍ତି ଅଭିଯୋଗରେ ରାମନାଗୁଡ଼ା ପୁଲିସ୍ ତିନି ଜଣକୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି। ବିବାହିତ ଯୁବକ ଅକ୍ଷୟ ପାତିକା କରଡା ଗ୍ରାମର ରଞ୍ଜିତାଙ୍କ ସହ ଅନୈତିକ ସଂମ୍ପର୍କ ରଖିଥିବା ସନ୍ଦେହ କରିଥିଲେ ପରିବାର ଲୋକେ। ଅକ୍ଷୟଙ୍କ ବଡଭାଇ ମାଧବ ପାତିକା, ମା’ ଦୁଃଖି ପାତିକା ଓ ଶାଳକ ଡମ୍ବୁରୁ କାଡ୍ରାକା ତିନିଜଣ ମିଶି ରଞ୍ଜିତାଙ୍କୁ କାଠ ଫାଲିଆରେ ପିଟି ହତ୍ୟା କରିଥିବା ନେଇ ମୃତ ମହିଳାର ଭାଇ ଅଭିଯୋଗ କରିଛନ୍ତି ।

ବାଙ୍ଗୀ ଗ୍ରାମର ଅକ୍ଷୟ ପାତିକା ପୁର୍ବରୁ ରାଜ ବିକ୍ରମପୁର ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି। ଅନ୍ୟପଟେ ରଞ୍ଜିତାଙ୍କ ଅକ୍ଷୟ ଭଲ ପାଉଥିବା ନେଇ ଆଲୋଚନା ହୋଇଥିଲା। ଅକ୍ଷୟ ଯାହାକୁ ବିବାହ କରିଛନ୍ତି ସେହି ମହିଳା ଜଣକ ଏହି ବିଷୟ ଜାଣିବା ପରେ ଶ୍ଵଶୁର ଘରେ ଜଣାଇଥିଲେ। ଏହାପରେ ଅକ୍ଷୟଙ୍କ ମା’, ବଡଭାଇ , ଶାଳକ ଏହି ତିନି ଜଣ ଗୁରୁବାର କରଡା ଗ୍ରାମର ରଞ୍ଜିତାଙ୍କ ପାଖକୁ ଯାଇ କାଠଫାଳିଆରେ ପିଟି ପିଟି ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ରଞ୍ଜିତା ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରୁ ପରିବାର ଲୋକେ ରଞ୍ଜିତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୁଣୁପୁର ମେଡିକାଲକୁ ନେଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପାରଳାଖେମୁଣ୍ଡି ପରେ ବ୍ରହ୍ମପୁର ନେବା ବେଳେ ରଞ୍ଜିତାଙ୍କ ମୃତ୍ୟୁ ହୋଇଥିଲା। ଆଜି ରଞ୍ଜିତାଙ୍କ ମୃତଦେହକୁ ପୁଲିସ୍ ଜବତ ପରେ ଗୁଣୁପୁର ଉପଖଣ୍ଡସ୍ତରିୟ ମେଡିକାଲକୁ ବ୍ୟବଛେଦ ପାଇଁ ଆଣିଛି। ଅନ୍ୟପଟେ ତିନିଜଣକୁ ପୋଲିସ୍ ଅଟକ ରଖି ପଚରାଉଚୁରା କରୁଛି ଓ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking