19.1 C
Bhubaneswar
Monday, December 8, 2025
Homeଓଡିଶାଆବାସ ଯୋଜନାରୁ ବଞ୍ôଚତ ଦିବ୍ୟାଙ୍ଗ ମହିଳା

ଆବାସ ଯୋଜନାରୁ ବଞ୍ôଚତ ଦିବ୍ୟାଙ୍ଗ ମହିଳା

ଜଗତ୍‌ସିଂହପୁର: ସରକାର ଗରିବ, ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବହୁ ଯୋଜନା କରିଛନ୍ତି । ତେବେ ଏହି ସମସ୍ତ ଯୋଜନା ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚି ପାରୁ ନଥିବା ଦେଖା ଯାଇଛି । ଏହା ବ୍ୟତିତ ଅଞ୍ଚଳର ବିକାଶ ନିମନ୍ତେ ଏବଂ କୌଣସି ହିତାଧିକାରୀ ଯେପରି ସରକାରୀ ଯୋଜନାରୁ ବଂଚିତ ନରୁହନ୍ତି, ସେଥିପ୍ରତି ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ଅଞ୍ଚଳର ବିଧାୟକମାନଙ୍କୁ ସରହ ଛାଡି ଗାଁକୁ ଯାଇ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ହୋଇ ଥିଲେ ମଧ୍ୟ ସେମାନେ ସଠିକ୍ ଦାୟିତ୍ୱ ତୁଲାଉ ନଥିବା ଦେଖା ଯାଇଛି । ଅନ୍ୟପକ୍ଷରେ ସରକାରଙ୍କ ପ୍ରାୟ ଯୋଜନା ମାନ ଦରଖାସ୍ତ କରିବା ପାଇଁ ଅନ୍‌ଲାଇନର ବ୍ୟବସ୍ଥା କରା ଯାଇଥିବା ବେଳେ, ସେଥିରୁ ଅନେକ ଡିଜିଟାଲ ଶିକ୍ଷା ଅଭାବ ଯୋଗୁ ହିତାଧିକାରୀ ମାନେ କିଛି ଜାଣି ନପାରି ଚୁପ ହୋଇ ବସି ରହୁଥିବା ଦେଖା ଯାଇଛି । ସେମାନଙ୍କୁ ସହାୟତା କରିବା ପାଇଁ ଅଞ୍ଚଳର ବହୁ ନେତା କାର୍ଯ୍ୟ କରୁଥିଲେ ମଧ୍ୟ ସ୍ୱାର୍ଥର ଅଭାବ ସ୍ଥାନ ମାନଙ୍କରେ ହିତାଧିକାରୀ ଅଣଦେଖା ହୋଇ ଯାଉଥିବା ଅଭିଯୋଗ ହୋଇଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ମରିଚପୁର ପଞ୍ଚାୟତର ମରିଚପୁର ଗ୍ରାମର ଏକ ଗରିବ ଦିନ ମଜୁରିଆ ଦିବ୍ୟାଙ୍ଗ ମହିଳାଙ୍କ ପରିବାରରେ ।

ପ୍ରକାଶ, ବାଲିକୁଦା ବ୍ଲକ ଅନ୍ତର୍ଗତ ମରିଚପୁର ପଞ୍ଚାୟତର ମରିଚପୁର ଗ୍ରାମର ଗରୁବ ଦିନ ମଜୁରିଆ ସର୍ବେଶ୍ୱର ମୁଦୁଲିଙ୍କ ପରିବାର କହିଲେ, ସ୍ତ୍ରୀ ପୂଜାରାଣୀ ମୁଦୁଲିଙ୍କ ସହିତ ଏଜ ନାବାଳିକା ଝିଅ ଓ ପୁଅ ଚାରି ପ୍ରାଣୀ ପକ୍କା ଘରଟିଏ ନଥିବାରୁ ବହୁ ଦୟନୀୟ ଅବସ୍ଥାରେ ବସବାସ କରି ଆଶୁଛନ୍ତି । ଏହା ବ୍ୟତିତ ସର୍ବେଶ୍ୱରଙ୍କ ସ୍ତ୍ରୀ ପୂଜାରାଣୀ ଦିବ୍ୟାଙ୍ଗ ହୋଇ ଥିଲେ ମଧ୍ୟ ପ୍ରଧାନ ମନ୍ତ୍ରୀ ଅ।।ବାସ ଯୋଜନାରେ ଘରଟିଏ ପାଇବା ପାଇଁ ପଂଚାୟତ କାର୍ଯ୍ୟାଳୟକୁ ଦୌଡି ଦୌଡି ଥକିଲେଣି । ପଂଚାୟତ ଅଧିକାରୀ ଓ ସରପଂଚ ତାଙ୍କୁ ଘର ଆସି ନାହିଁ, କାଲି ଆସ ଦେଖିବା ଇତ୍ୟାଦି ଇତ୍ୟାଦି ସଫେଇ ଦେଉଥିବା ଅଭିଯୋଗ କରିଛନ୍ତି । ସର୍ବେଶ୍ୱର ଓ ତାଙ୍କ ସ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଭାବରୁ ନିଜେ ଅନଲାଇନରେ ଘର ପାଇଁ ଦରଖାସ୍ତା କରିପାରୁ ନଥିବା କି କାହାର ସହଯୋଗ ମିଳୁନଥିବା ପୂଜାରାଣୀ କରିଛନ୍ତି । ଅନ୍ୟ ପକ୍ଷରେ ପୂଜାରାଣୀ ଏହି ଅଭିଯୋଗ, ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାରେ କରିଆଶୁ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି । ସର୍ବେଶ୍ୱରଙ୍କ ସେପରି କିଛି ସାମର୍ଥ୍ୟ ନଥିବାରୁ ଘରଟିଏ ନିର୍ମାଣ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡିଛି । ସର୍ବେଶ୍ୱରଙ୍କ ମଜୁରୀ ଓ ରେସନ କାର୍ଡ ଉପରେ ପରିବାର ସମ୍ପୂର୍ଣ୍ଣ ନିର୍ଭରଶୀଳ । ଯାହାକି ଦୁଇ ଓଳି ଖାଇବା, ପିଲାଙ୍କ ପାଠପଢା ଓ ପଥି ପାଇଁ ଯଥେଷ୍ଟ ହେଉ ନଥିବା ପୂଜାରାଣୀ ଅଭିଯୋଗ କରିଛନ୍ତି । ତେଣୁ ଉକ୍ତ ଗରିବ ଦୁବ୍ୟାଙ୍କ ପରିବାରଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ଆବାସ ଯୋଜନାରେ ପକ୍କା ଘରଟିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking