19.1 C
Bhubaneswar
Wednesday, December 10, 2025
Homeଓଡିଶାଛତିଆରେ ବୋମା ବିସ୍ଫୋରଣରେ ଦୁଇ ମୃତ୍ୟୁ; ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି: ବିଜେଡି

ଛତିଆରେ ବୋମା ବିସ୍ଫୋରଣରେ ଦୁଇ ମୃତ୍ୟୁ; ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି: ବିଜେଡି

– ପ୍ରତିଦିନ ରାଜ୍ୟରେ ତିନିରୁ ଅଧିକ ହତ୍ୟା ଘଟୁଛି
– ରାଜଧାନୀ ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲା ଅପରାଧର ହଟସ୍ପଟ୍‌
– ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଖରେ ସ୍ପଷ୍ଟୀକରଣ ରଖନ୍ତୁ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଛତିଆ ଠାରେ ଆଜି ବୋମା ମାଡ଼ ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି, ଯାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି। ଗତ ଦୁଇ ସପ୍ତାହ ଭିତରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଧିକ ବିପର୍ଯ୍ୟସ୍ତ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିବା ସହିତ ରାଜ୍ୟର ଗୃହମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି ରଖିଛି।

ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ପିପିଲି ନିର୍ବାଚନମଣ୍ଡଳୀରେ ଦୁଇ ଦିନ ତଳେ ଏକ ନାବାଳିକାର ଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଛି। ସେହିପରି, ମେ ମାସ ପ୍ରଥମ ସପ୍ତାହରେ, କୋରାପୁଟ ଜିଲ୍ଲାର ଲମତାପଟୁ ର ଗୁନେଇପଡା ଏସଟିଏସସି ବାଳିକା ଛାତ୍ରୀ ନିବାସରେ ଆଠ ବର୍ଷ ବାଳକି । ଧର୍ଷଣର ଶିକାର ହୋଇଥିଲା। ଏପ୍ରିଲ ୨୬ ତାରିଖରେ, ଯାଜପୁର ଜିଲ୍ଲାରେ ଏକ ମହିଳାଙ୍କୁ ଅପହରଣ ଓ ଗଣ ଦୁଷ୍କର୍ମ ଭଳି ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିଲା। ସେହି ଏପ୍ରିଲ ୨୬ ତାରିଖ ଦିନ, ଜଣେ ୨୩ ବର୍ଷର ଦଳିତ ଯୁବତୀଙ୍କୁ ତାଳଚେର ରେଳ ଷ୍ଟେସନ ନିକଟରୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା କରା ଯିବା ପରେ ତାଙ୍କୁ ଏସିଡ ପକାଇ ପୋଡ଼ିଦେବା ଭଳି ନାରକୀୟ କାଣ୍ଡ ଘଟିଥିଲା।

ସେ ଆହୁରି କହିଛନ୍ତି, ରାଜ୍ୟରେ ଏବେ କଥା କଥାକେ ମୁଣ୍ଡ ଗଡୁଛି। ଏପ୍ରିଲ ୨୧ ତାରିଖରେ, ଜଣେ ଯୁବକର ମୁଣ୍ଡ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରୁ ମିଳିଥିବା ବେଳେ ଗଣ୍ଡି ଭଦ୍ରକ ଷ୍ଟେସନ ନିକଟରୁ ମିଳିଥିଲା। ପ୍ରତିଦିନ ରାଜ୍ୟରେ ତିନିରୁ ଅଧିକ ହତ୍ୟା ଘଟଣା ସାମ୍ନାକୁ ଆସୁଛି। ରାଜଧାନୀ ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲା ଏବେ ହତ୍ୟାର ହଟସ୍ପଟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ଦେଢ଼ ମାସ ଭିତରେ ଗଞ୍ଜାମ ଜିଲ୍ଲାରେ ୧୬ ହତ୍ୟା, ୨୮ ହତ୍ୟା ଉଦ୍ୟମ ଓ ୩୫ଟି ମନ୍ଦିରରୁ ଚୋରି ହୋଇଛି, ଯାହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାଜନକ। ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଦିନକୁ ଦିନ ଅଧିକ ବିପର୍ଯ୍ୟସ୍ତ ହୋଇ ପଡୁଥିବା ବେଳେ ରାଜ୍ୟ ସରକାରଙ୍କ ଏଥି ପ୍ରତି ନିଘା ନାହିଁ। ଗୃହ ମନ୍ତ୍ରାଳୟର ଦାୟିତ୍ୱରେ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ରାଜ୍ୟବାସୀଙ୍କ ସମ୍ମୁଖରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଡ଼ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking