17.1 C
Bhubaneswar
Friday, February 6, 2026
Homeଓଡିଶାପ୍ରଣବ ପ୍ରକାଶ ଦାସଙ୍କ ବାସଭବନରେ ଭିଡ଼ 

ପ୍ରଣବ ପ୍ରକାଶ ଦାସଙ୍କ ବାସଭବନରେ ଭିଡ଼ 

ଯାଜପୁର: ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡ଼ିର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି। ଏହି ନୂତନ ଦାୟିତ୍ଵ ଘୋଷଣା ପରେ ପରେ ଆରମ୍ଭ ହୋଇଯାଇଥିଲା ଭାରତ ପାକିସ୍ଥାନ ଯୁଦ୍ଧ। ଏବେ ଯୁଦ୍ଧ ବିରତି ପରେ ବିଜେଡ଼ି ସଂଗଠନ ତାର ସାଙ୍ଗଠନିକ କାର୍ଯ୍ୟକ୍ରମ ଜାରି ରଖିଛି। ଏହି କ୍ରମରେ ଆଜି ଯାଜପୁରରେ ପ୍ରଣବ ପ୍ରକାଶ ଦାସ ଓରଫ୍ ବବିଙ୍କ ବାସଭବନରେ ଦେଖିବାକୁ ମିଳିଥିଲା ଭିଡ଼। ଏଠାରେ ଶହ ଶହ ସଂଖ୍ୟାରେ କର୍ମୀ ଉପସ୍ଥିତ ରହିଥିଲେ। ଦଳୀୟ କର୍ମୀ ଓ କର୍ମକର୍ତ୍ତା ମାନେ ବବିଙ୍କୁ ତାଙ୍କ ବାସଭବନରେ ପହଞ୍ଚି ସମ୍ବର୍ଦ୍ଧନା ଦେଇଥିଲେ। ଏଥିସହ ମିଠା ବାଣ୍ଟି ଖୁସି ମନାଇଥିଲେ। ଦଳୀୟ ମହଲରେ ମଧ୍ୟ ଉତ୍ସାହ, ଉଦ୍ଦିପନା ବଢ଼ିଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking