23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶପାକିସ୍ତାନରେ ମାସକର ରାସନ ପାଇଁ ଦୋକାନରେ ଭିଡ଼

ପାକିସ୍ତାନରେ ମାସକର ରାସନ ପାଇଁ ଦୋକାନରେ ଭିଡ଼

ଇସଲାମାବାଦ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଡ୍ରୋନ୍ ଏବଂ ତୋପ ଦ୍ବାରା ଆକ୍ରମଣ କରାଯାଉଛି। ଏହା ୩୦ ବର୍ଷ ମଧ୍ୟରେ ଦୁଇଦେଶ ମଧ୍ୟରେ ବଡ଼ ଧରଣର ଲଢ଼େଇ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନର କିଛି ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରି ପ୍ରତିଶୋଧ ନେଇଥିଲା। ଭାରତ କହିତିଲା ଯେ, ଏହି ସ୍ଥାନଗୁଡ଼ିକ ଆତଙ୍କବାଦୀ ଶିବିର ଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ଉ;ତ୍ତେଜନା ବୃଦ୍ଧି ପାଇଥିଲା। ପାକିସ୍ତାନର ଲାହୋର ସହରରେ ଲୋକମାନେ ଭୟଭୀତ ଅଛନ୍ତି। ସ୍କୁଲଗୁଡ଼ିକ ବନ୍ଦ ଅଛି। ଲୋକମାନେ ଖାଦ୍ୟ, ଗ୍ୟାସ ସିଲିଣ୍ଡର ଏବଂ ଔଷଧ ମହଜୁଦ କରୁଛନ୍ତି। ପାକିସ୍ତାନର ଦୈନିକ ଅଶୋଧିତ ତୈଳ ବ୍ୟବହାର ୦.୨୫ ନିୟୁତ ବ୍ୟାରେଲ। ଏହାର ୭୮ ପ୍ରତିଶତ ଆମଦାନୀ କରାଯାଇଥାଏ। ଏବେ ଦେଶରେ କେବଳ ୨୨ ଦିନର ଜରୁରୀକାଳୀନ ସଂରକ୍ଷଣ ଅଛି। ଯେତେବେଳେ ୨୦୨୫-୨୬ ରେ ଗହମ ଉତ୍ପାଦନ ୨୭.୫ ନିୟୁତ ଟନ୍ ରହିଛି। ପାକିସ୍ତାନରେ ୩୨୩ ଦିନ ପାଇଁ ଗହମ ମହଜୁଦ ଅଛି। ସେହପରି ଚାଉଳ ଷ୍ଟକ୍ ୪୮୭ ଦିନ ପାଇଁ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking