17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଶାହବାଜ ସରିଫଙ୍କୁ ଶୃଗାଳ କହିଲେ ପାକ୍ ସାଂସଦ

ଶାହବାଜ ସରିଫଙ୍କୁ ଶୃଗାଳ କହିଲେ ପାକ୍ ସାଂସଦ

ନୂଆଦିଲ୍ଲୀ: ପାକିସ୍ତାନ ସଂସଦର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ସାଂସଦ ଶାହବାଜ ସରିଫଙ୍କୁ କାପୁରୁଷ ବୋଲି କହିଛନ୍ତି। ପାକିସ୍ତାନୀ ସାଂସଦ ଜଣକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଏହି ପାକିସ୍ତାନୀ ସାଂସଦ ହେଲେ ଶାହିଦ ଅହମ୍ମଦ । ସେ ଶାହବାଜ ସରିଫଙ୍କୁ ଏକ ଶୃଗାଳ ବୋଲି ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ନେବାକୁ ଡରୁଛନ୍ତି।

ସାଂସଦ ଶାହିଦ ଅହମ୍ମଦ ଆହୁରି ମଧ୍ୟ କହିଛନ୍ତି କି,”ମୋତେ ଟିପୁ ସୁଲତାନାଙ୍କ ଏକ ଉକ୍ତି ମନେ ପଡୁଛି, ‘ଯଦି ସିଂହଙ୍କ ସେନାର ନେତୃତ୍ୱ ଏକ ଶୃଗାଳ କରେ, ତେବେ ସେମାନେ ଲଢ଼ିପାରିବେ ନାହିଁ ଏବଂ ସେମାନେ ଯୁଦ୍ଧରେ ହାରିଯାଆନ୍ତି’। ସୀମାରେ ଠିଆ ହୋଇଥିବା ଆମର ସୈନିକ ମାନେ ଆମକୁ ସାହସର ସହିତ ଲଢ଼ିବାକୁ ଆଶା କରନ୍ତି, କିନ୍ତୁ ଯେତେବେଳେ ଆମର ପ୍ରଧାନମନ୍ତ୍ରୀ, ଆମର ନେତା ଜଣେ କାପୁରୁଷ, ଆମର ସୀମାରେ ଲଢ଼ୁଥିବା ଲୋକଙ୍କୁ କ’ଣ ବାର୍ତ୍ତା ଦେବେ?”

ତେବେ ଗତକାଲି ମଧ୍ୟ ଜଣେ ସାଂସଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସାଂସଦ କାନ୍ଦୁଥିବାର ଦେଖାଯାଇଥିଲା। ପାକିସ୍ତାନୀ ସାଂସଦ ତାହିର ଇକବାଲ କହିଥିଲେ,”ହେ ଆଲ୍ଲା, ଆଜି ଆମକୁ ରକ୍ଷା କର।” ଆମେ ପ୍ରାର୍ଥନା କରୁଛୁ ଯେ ଆଲ୍ଲା ଆମ ଦେଶକୁ ରକ୍ଷା କରନ୍ତୁ ଏବଂ ଆମକୁ ଏକତା ଦିଅନ୍ତୁ।”

ସୂଚନାଥାଉକି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଉତ୍ତେଜନାର ଶୀର୍ଷରେ ଅଛି। ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଭାରତ ପାକିସ୍ତାନକୁ ତାର ଘୃଣ୍ୟ କାର୍ଯ୍ୟକଳାପ ପାଇଁ ଉଚିତ୍ ଶିକ୍ଷା ଦେଉଛି। ଭାରତ-ପାକିସ୍ତାନ ସୀମାରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ପାକିସ୍ତାନ ଲଗାତାର ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରୁଛି। ସେହି ସମୟରେ, ଭାରତ ପାକିସ୍ତାନର ପ୍ରତ୍ୟେକ ଆକ୍ରମଣର ଉଚିତ ଜବାବ ଦେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking