14.1 C
Bhubaneswar
Friday, December 19, 2025
Homeଓଡିଶାସରକାରୀ କର୍ମଚାରୀଙ୍କୁ ବିଧାୟକ ମାଡ ମାରିଥିବା ଅଭିଯୋଗରେ ସତ୍ୟତା ଥିବା ସ୍ପଷ୍ଟ କଲା ପୋଲିସ 

ସରକାରୀ କର୍ମଚାରୀଙ୍କୁ ବିଧାୟକ ମାଡ ମାରିଥିବା ଅଭିଯୋଗରେ ସତ୍ୟତା ଥିବା ସ୍ପଷ୍ଟ କଲା ପୋଲିସ 

ଯାଜପୁର: ବରୀ ବିଧାୟକଙ୍କୁ ନେଇ ବଢ଼ିଲା ଅଡୁଆ। ସରକାରୀ କର୍ମଚାରୀଙ୍କୁ ବିଧାୟକ ମାଡ ମାରିଥିବା ଅଭିଯୋଗରେ ସତ୍ୟତା ଥିବା ସାମ୍ବାଦିକ ସମିଳନୀରେ ସ୍ପଷ୍ଟ କଲା ପୋଲିସ। ବିଧାୟକଙ୍କ ସମେତ ଦୁଇ ଜଣ ସହଯୋଗୀଙ୍କୁ ଧାରା ବିଏନଏସଏସ ୩୫ (୩)ରେ ନୋଟିସ କଲା ପୋଲିସ। ଗୋଟିଏ ପଟେ ବରୀ ବିଧାୟକ ବିଶ୍ବ ରଞ୍ଜନ ମଲ୍ଲିକ କାର୍ଯ୍ୟରତ କନିଷ୍ଠ ରାଜସ୍ବ ସହାୟକ ରଞ୍ଜନ କୁମାର ନାୟକଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାର ପ୍ରତିବାଦ ତୀବ୍ର ରୂପ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଜାରି ରହିଥିବା ବେଳେ ପୋଲିସ ଆଇନ ସମ୍ମତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜସ୍ୱ ଅମଲା ସଂଘଙ୍କ କଳାବ୍ୟାଚ ଓ କଲମଛାଡ ଆନ୍ଦୋଳନ ପରେ ଧାରଣା ଫଳ ରେ ବିଭନ୍ନ କାର୍ଯ୍ୟ ଠପ୍ହୋଇ ଯାଇ ଥିଲା। ଏନେଇ ବରୀ ବ୍ଲକର କନିଷ୍ଠ ରାଜସ୍ବ ସହାୟକ ଅମର ରଞ୍ଜନ ନାୟକ ଙ୍କୁ ଦୁର୍ବ୍ୟବହାର କରିବା ସହ ବିଧାୟକ ବିଶ୍ୱରଂଜନ ଆକ୍ରମଣ କରିଥିବା ଅଭିଯୋଗ ରେ ସତ୍ୟତା ଥିବା ପ୍ରାଥମିକ ତଦନ୍ତ ପରେ ଯାଜପୁର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ। ଏଥିସହ ପାଲଟା ଅଭିଯୋଗରେ କୌଣସି ସତ୍ୟତା ନଥିବା ସ୍ପଷ୍ଠିକରଣ କରିଛନ୍ତି ଯାଜପୁର ଏସଡିପିଓ। ବିଧ୍ୟାୟକଙ୍କ ସହ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଆଇନ ଅନୁସାରେ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ। ଭାଇସ ଚେୟାର ମାନ ଅଭି ଯୋଗ ର ସତ୍ୟତା ନାହିଁ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking