29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶସାରା ଦେଶ ଆମ ସହିତ ଅଛି: କିରଣ ରିଜିଜୁ

ସାରା ଦେଶ ଆମ ସହିତ ଅଛି: କିରଣ ରିଜିଜୁ

ନୂଆଦିଲ୍ଲୀ: ସର୍ବଦଳୀୟ ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା। ସର୍ବଦଳୀୟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସମସ୍ତ ନେତା ସେମାନଙ୍କର ଏବଂ ଦଳର ମତାମତ ରଖିଥିଲେ। ମୁଁ ବିଶ୍ୱାସ କରେ ଯେ ସମସ୍ତ ନେତା ପରିପକ୍ୱତା ଦେଖାଇଛନ୍ତି। ଯେତେବେଳେ ଦେଶ ଏକ ଚ୍ୟାଲେଞ୍ଜିଂ ପରିସ୍ଥିତି ଦେଇ ଗତି କରୁଛି, ସେତେବେଳେ ରାଜନୀତିର କୌଣସି ସ୍ଥାନ ନାହିଁ। ଆମ ସେନା ଏହି କାର୍ଯ୍ୟାନୁଷ୍ଠାନ ପାଇଁ ଅଭିନନ୍ଦନ ଜଣାଇଥିଲେ। ସାରା ଦେଶ ଆମ ସହିତ ଅଛି।

ବୈଠକ ଶେଷ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବଡ ବୟାନ । ଅପରେସନ ସିନ୍ଦୂରରେ ୧୦୦ ଆତଙ୍କୀ ନିପାତ ହୋଇଥିବା ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସବୁ ତଥ୍ୟ ସାର୍ବଜନୀନ କରିହେବନି । ଅପରେସନ ସିନ୍ଦୂର ଜାରି ରହିଛି, ଏହି କାରଣରୁ ଏହା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରାଯାଇପାରିବ ନାହିଁ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ । କଂଗ୍ରେସ ତରଫରୁ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଏହି ବୈଠକରେ ଯୋଗ ଦେଥିଲେ । ସାମ୍ପ୍ରତ୍ତିକ ସ୍ଥିତିକୁ ନେଇ ସରିଲା ସର୍ବଦଳୀୟ ବୈଠକ । ଅପରେସନ ସିନ୍ଦୂର ନେଇ ବିରୋଧୀଙ୍କୁ ଅବଗତ କଲେ ସରକାର । ଘଡିସନ୍ଧି ମୁହୂର୍ତ୍ତରେ ପୂରା ସମର୍ଥନ ରହିଛି କହିଲେ ଏଆଇସିସି ସଭାପତି ଖଡଗେ । ରାହୁଲ ଗାନ୍ଧି ମଧ୍ୟ କହିଲେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking