28.1 C
Bhubaneswar
Tuesday, March 31, 2026
Homeଓଡିଶାରାଜ୍ୟରେ ଛାତ୍ର ଛାତ୍ରୀ ମୃତ୍ୟୁର ସ୍ଥିତି ଅତ୍ୟନ୍ତ ଉଦ୍‌ବେଗ ଜନକ : ଛାତ୍ର କଗ୍ରେସ

ରାଜ୍ୟରେ ଛାତ୍ର ଛାତ୍ରୀ ମୃତ୍ୟୁର ସ୍ଥିତି ଅତ୍ୟନ୍ତ ଉଦ୍‌ବେଗ ଜନକ : ଛାତ୍ର କଗ୍ରେସ

ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ଛାତ୍ରୀ ମୃତ୍ୟୁର ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ଓ ଭୟାନକ ସ୍ଥିତିରେ ଆସି ପହଂଚିଛି। ଏହି ଅଳ୍ପ କିଛି ଦିନ ମଧ୍ୟରେ ରାଜ୍ୟ ରାଜଧାନୀରେ ଦୁଇଟି ବିଶ୍ୱ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମୃତ୍ୟୁବରଣ କରିଛନ୍ତି। ସିଭିରମଣ ଗ୍ଲୋବାଲ ବିଶ୍ୱ ବିଦ୍ୟାଳୟରେ ଜଣେ ତୃତୀୟ ବର୍ଷ ଛାତ୍ର ଆତ୍ମ ହତ୍ୟା କରିବା ଅତ୍ୟନ୍ତ ଦୁଃଖ ଦାୟକ ଘଟଣା। ଲଗାତର ଛାତ୍ରଛାତ୍ରୀ ଆତ୍ମ ହତ୍ୟା ଘଟଣାକୁ ନେଇ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ବହୁ ସଂଖ୍ୟାକ ଛାତ୍ର କଂଗ୍ରେସର କର୍ମୀ ଓ ନେତୃବୃନ୍ଦ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଂଟିନ ଛକରେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କର କୁଶପୁତଳିକା ଦାହ କରିବା ସହିତ ରାଜ୍ୟ ସରକାର ଏଭଳି ସ୍ଥିତି ପ୍ରତି ତିକ୍ଷ୍ମ ଦୃଷ୍ଟି ଦେବା ସହିତ ବିଶ୍ୱ ବିଦ୍ୟାଳୟମାନଙ୍କରେ ଛାତ୍ର ଛାତ୍ରୀମାନଙ୍କର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ତାଙ୍କୁ ରେଗୁଲାର କାଉଂସିଲଙ୍ଗ କରିବା ପାଇଁ ଶ୍ରୀ ପ୍ରଧାନ ଦାବି କରିଛନ୍ତି।

କାହିଁକି ଓ କେଉଁ ପରିସ୍ଥିତିରେ ନେପାଳୀ ଛାତ୍ରୀ ଜଣଙ୍କ କିଟ୍ ବିଶ୍ୱ ବିଦ୍ୟାଳୟରେ ପରିସରରେ ମୃତ୍ୟୁ ବରଣ କଲେ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାର ଆବଶ୍ୟକ ରହିଛି? କିନ୍ତୁ ଏ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଏ ସ୍ଥିତିକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରନ୍ତୁ, ଛାତ୍ର ଛାତ୍ରୀମାନଙ୍କ ଜୀବନ ଓ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଜିତ ଦାସ, ଜାନକୀବଲ୍ଲଭ ପଟ୍ଟନାୟକ, ରଜନୀ ମହାନ୍ତି, ପ୍ରକାଶ ଜେନା, ପ୍ରଶାନ୍ତ ଚମ୍ପତି, ଅଶୋକ ଦାସ, ସୁବ୍ରତ ମହାପାତ୍ର, ଚୁନୁ ସିଂ, ସାହାରୁଖ୍ ଖାନ, ସୁନିଲ କୁମାର ଗାନ୍ଧୀ, ଆଶିଷ କୁମାର ମହନ୍ତ, ସିଦ୍ଧାନ୍ତ ଓମ୍ ପ୍ରକାଶ, ସୁଭମ ରାଜ, ବିଜୟ ବିଶ୍ୱାଳ, ଆଶିଷ କୁମାର ଦାସ, ରୋଷନ ରାଉତ, ଓମ୍ ପ୍ରକାଶ ପରିଡା, ସରୋଜ ଜେନା ଓ ଅୟସ କାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking