36.9 C
Bhubaneswar
Friday, April 10, 2026
Homeଓଡିଶାଦ୍ଵିତୀୟ ବିଶ୍ୱ ଯୁଦ୍ଧରେ ବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଇ ରୁଷିଆ ଦୂତାବାସରେ ସ୍ଥାପିତ ହେବ...

ଦ୍ଵିତୀୟ ବିଶ୍ୱ ଯୁଦ୍ଧରେ ବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଇ ରୁଷିଆ ଦୂତାବାସରେ ସ୍ଥାପିତ ହେବ ଫଳକ

ଉତ୍ସବରେ ଯୋଗ ଦେବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀଯାତ୍ରା

ଭୁବନେଶ୍ୱର : ଦ୍ଵିତୀୟ ବିଶ୍ୱ ଯୁଦ୍ଧ ରେ ନାଜିବାଦ ବିରୁଦ୍ଧରେ ରୁଷିଆର ବିଜୟ ଉତ୍ସବର ୮୦ତମ ବାର୍ଷିକୀ ଚଳିତ ମଇ ନଅ ତାରିଖ ଦିନ ପାଳନ କରାଯାଉଛି। ଏହି ଅବସରରେ ଆସନ୍ତକାଲି ଦିଲ୍ଲୀସ୍ଥିତ ରୁଷିଆ ଦୂତାବାସରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଅସୀମ ସାହସିକତା ପ୍ରଦର୍ଶନ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଷ୍ଟାଲିନ ଗ୍ରାଡ଼ ଅଭିଯାନ ରେ ସାମିଲ ହୋଇ ଅବରୁଦ୍ଧ ଲାଲ ବାହିନୀ କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଲାଲ ବାହିନୀ ର ବିଜୟ ପଥ ସୁଗମ କରିଥିଲେ।

ବିଜୁବାବୁ ଙ୍କ ଏହି ମହାନ ଅବଦାନକୁ ସମ୍ମାନ ଜଣାଇ ଆସନ୍ତା କାଲି ନୂଆ ଦିଲ୍ଲୀ ରୁଷ ଦୁତାବାସ ରେ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ ହେବ। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ରୁଷ ର ରାଷ୍ଟ୍ରଦୂତ ମିଃ ଡେନିଷ ଆଲିପୋଭ ବିଜୁବାବୁ ଙ୍କ ସୁପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରିଛନ୍ତି। ଏହି ନିମନ୍ତ୍ରଣ ରକ୍ଷା କରି କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନ ରେ ଦିଲ୍ଲୀ ଯାତ୍ରା କରିଛନ୍ତି। ଶ୍ରୀ ପଟନାୟକ ରୁଷ ଦୁତାବାସ ରେ ଉଭୟ ମଇ ସାତ ଓ ନଅ ତାରିଖ ଦୁଇ ଦିନ ର କାର୍ଯ୍ୟକ୍ରମ ରେ ଯୋଗ ଦେଵେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking