21.1 C
Bhubaneswar
Saturday, December 6, 2025
Homeଓଡିଶାଭାଲୁ ମଣିଷ ଲଢ଼େଇ: ୨ ଗୁରୁତର

ଭାଲୁ ମଣିଷ ଲଢ଼େଇ: ୨ ଗୁରୁତର

ଜୟପୁର: କୋରାପୁଟ ଜୟପୁରରେ ଭାଲୁ ଆକ୍ରମଣରେ ୨ ମହିଳା ଗୁରୁତର । ଭାଲୁକୁ ଗୋଡ଼ାଇ ଗୋଡ଼ାଇ ଗାଁରୁ ଘଉଡ଼ାଇଲେ ଲୋକେ । ଛତ୍ରିପୁଟ ଓ ଗଡପଦର ଅଞ୍ଚଳରେ ଦେଖିବାକୁ ମିଳିଛି ଭାଲୁ ଆତଙ୍କ  ।  ଶୌଚ ପାଇଁ କେନାଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ମହିଳା ଗୁରୁତର ହୋଇଛନ୍ତି  ।  ମହିଳାଙ୍କ ମୁଣ୍ଡ ଓ ଗୋଡ଼ ସହ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଉଭୟଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାପରେ ଭାଲୁକୁ ଘଉଡ଼ାଇବାକୁ ଏକାଠି ହୋଇଥିଲେ ଅଞ୍ଚଳବାସୀ ।  ଠେଙ୍ଗା ବାଡ଼ି ଧରି ଭାଲୁକୁ ଗୋଡ଼ାଇଥିଲେ  ।  ଢେଲା ପଥର ମାଡ଼ କରିଥିଲେ । ଏହାପରେ ଭାଲୁଟି ଏକ ପୋଲ ପାର ହେବା ସହ ଟ୍ରେନ ଲାଇନ ଡେଇଁ ଜଙ୍ଗଲ ମଧ୍ୟକୁ ଚାଲିଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।  ଏନେଇ ଲୋକେ ବନ ବିଭାଗକୁ ଖବର ଦେବା ପରେ ଭାଲୁ କୁ କାବୁ କରିବାକୁ ପ୍ରୟାସ ଜାରି ରଖିଛନ୍ତି ବନ କର୍ମଚାରୀ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking