30.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଏଲଓସିରେ ଉତ୍ତେଜନା; ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଏଲଓସିରେ ଉତ୍ତେଜନା; ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର: ଭାରତର ସମ୍ଭାବ୍ୟ ଆକ୍ରମଣରେ ପାକିସ୍ତାନ ମାତ୍ରାଧିକ ଭୟଭୀତ ହୋଇପଡିଛି। ତେବେ ନିଜ ଭୟକୁ ଲୁଚାଇବା ପାଇଁ ପାକ୍ ସେନା ଏବେ ଏଲ୍‌ଓସିରେ ଗୁଳିମାଡ଼ କରିବା ଆରମ୍ଭ କରିଦେଇଛନ୍ତି। କ୍ରମାଗତ ୮ମ ଦିନରେ ମଧ୍ୟ ପାକିସ୍ତାନୀ ସୈନିକମାନେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ପୂର୍ବକ ଗୁଳିଗୋଳା ମାଡ଼ କରିଛନ୍ତି। ଭାରତର ଚେତାବନୀ ସତ୍ତ୍ୱେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି।

ରିପୋର୍ଟ ଅନୁସାରେ କୁପୱାଡା, ବାରମୂଲା, ପୁଞ୍ଚ, ନୌସେରା ଏବଂ ଅଖନୁର ଅଞ୍ଚଳରେ ପାକିସ୍ତାନୀ ସେନାମାନେ ରାତିର ଅନ୍ଧକାରର ସୁଯୋଗ ନେଇ ରହି ରହି ଗୁଳିମାଡ କରୁଛନ୍ତି। ତେବେ ପାକିସ୍ତାନ ସେନାର ଗୁଳିମାଡର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ। ରିପୋର୍ଟ ଅନୁସାରେ ଅଧିକାଂଶ ପାକ୍ ରେଞ୍ଜରମାନେ ଭାରତୀୟ ସେନାର ଜବାବୀ ହମ୍‌ଲାରେ ଭୟଭୀତ ହୋଇ ଆଉଟ୍‌ପୋଷ୍ଟ ଛାଡି ପଳାୟନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking