27.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଡାଲ ହ୍ରଦରେ ଓଲଟିଲା ବୋଟ୍‌; ସାହାଯ୍ୟ ପାଇଁ ଚିତ୍କାର କଲେ ଲୋକେ

ଡାଲ ହ୍ରଦରେ ଓଲଟିଲା ବୋଟ୍‌; ସାହାଯ୍ୟ ପାଇଁ ଚିତ୍କାର କଲେ ଲୋକେ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପ୍ରସିଦ୍ଧ ଡାଲ୍ ହ୍ରଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୁକ୍ରବାର ଏକ ଶିକାରା (ନୌକା), କିଛି ଲୋକ(ପର୍ଯ୍ୟଟକ)ଙ୍କୁ ଧରି ନୌକା ବିହାର କରୁଥିବା ବେଳେ ମଝିହ୍ରଦରେ ପ୍ରବଳ ପବନ ଯୋଗୁଁ ଓଲଟି ପଡ଼ିଛି। ହ୍ରଦରେ ପ୍ରଖର ସ୍ରୋତ ସାଙ୍ଗକୁ ପ୍ରବଳ ବେଗରେ ପବନ ବହିବା ଦୁର୍ଘଟଣାର କାରଣ ବୋଲି କୁହାଯାଉଛି। ତେବେ ଏହି ଦୁର୍ଘଟଣାରେ ଅନେକ ପର୍ଯ୍ୟଟକ ହ୍ରଦକୁ ଖସି ପଡିଥିବା ଜଣାପଡ଼ିଛି।

ଘଟଣାସ୍ଥଳରୁ ଆସିଥିବା ଏକ ଭିଡିଓରେ ଦେଖାଯାଇଛି ଯେ, କେତେକ ଲୋକ ହ୍ରଦ ମଧ୍ୟରେ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି। ସ୍ଥାନୀୟ ଲୋକଙ୍କ ସହ ପୋଲିସ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରିପୋର୍ଟ ଅନୁସାରେ, ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ବ୍ୟକ୍ତି ନିଖୋଜ ରହିଛନ୍ତି। ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଘଟଣା ହଽାକ୍ ନିକଟବର୍ତ୍ତୀ ଡାଲ ହ୍ରଦରେ ଘଟିଥିବା ଜଣାପଡ଼ିଛି। ଗତ ବର୍ଷ ଏପ୍ରିଲ ୧୬, ୨୦୨୪ରେ ଶ୍ରୀନଗରର ଝେଲମ ନଦୀରେ ଏକ ନୌକା ଓଲଟି ପଡ଼ିଥିଲା, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଲୋକ ନିଖୋଜ ଥିଲେ। କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking