18.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶବିରୋଧୀଙ୍କୁ ମୋଦୀଙ୍କ କଟାକ୍ଷ

ବିରୋଧୀଙ୍କୁ ମୋଦୀଙ୍କ କଟାକ୍ଷ

ଥିରୁଅନନ୍ତପୁରମ୍‌: କେରଳର ଥିରୁଅନନ୍ତପୁରମ୍ ଠାରେରେ ନବନିର୍ମିତ ବିଝିନ୍‌ଜମ ଅନ୍ତର୍ଜାତୀୟ ବନ୍ଦରକୁ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅନ୍ତର୍ଜାତୀୟ ବନ୍ଦରକୁ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ, ବିରୋଧୀଙ୍କୁ ପରୋକ୍ଷ ଭାବେ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଏହି ବନ୍ଦର ଉଦ୍‌ଘାଟନ ହେବା ଫଳରେ ଏବେ ଅନେକଙ୍କ ନିଦ ହଜିଯିବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଯୋଗଦେଇନଥିଲେ, କିନ୍ତୁ କଂଗ୍ରେସ ନେତା ଶଶୀ ଥରୁର ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଆପଣ ବିରୋଧୀ ଇଣ୍ଡି ବ୍ଲକ୍‌ର ଜଣେ ଟାଣୁଆ ନେତା। କିନ୍ତୁ ଏପ୍ରକାର କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୟ କରୁଛନ୍ତି। ତେବେ ଆଜିର କାର୍ଯ୍ୟକ୍ରମ ଅନେକ ଲୋକଙ୍କ ନିଦ ହଜିଯିବ। ବିଝିନଜମ ବନ୍ଦର କାର୍ଯ୍ୟକ୍ଷମ ହେବା ଦ୍ୱାରା କେରଳକୁ ବିଶ୍ୱ ସାମୁଦ୍ରିକ ମାନଚିତ୍ରରେ ପ୍ରମୁଖ ସ୍ଥାନ ମିଳିବାର ଆଶା ରହିଛି। ଏହି ବନ୍ଦର ଭାରତର ଅନ୍ତର୍ଜାତୀୟ ବ୍ୟାପାର ଏବଂ ଜାହାଜ ଚଳାଚଳ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବାର ସମ୍ଭାବନା ରହିଛି। ଅଦାନୀ ଗ୍ରୁପ୍ ପିପିପି ମୋଡ୍‌ରେ ଏହି ବନ୍ଦର ନିର୍ମାଣ କରିଛି। ଏଥିପାଇଁ ପ୍ରାୟ ୮୮୬୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking