ଭୁବନେଶ୍ୱର: ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ ପ୍ରସଙ୍ଗରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଏହା କଦାପି ଗ୍ରହଣୀୟ ନୁହେଁ, ଷଡଯନ୍ତ୍ର ହୋଇଛି । ଏନେଇ ପ୍ରତ୍ୟେକ ଲୋକ ସ୍ୱର ଉଠାଇଲେଣି । ଗଜପତି ମହାରାଜଙ୍କୁ ଏନେଇ ଜଣାଇଛି । ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ଜଗନ୍ନାଥ ଧାମ ନାଁ କଦାପି ଗ୍ରହଣୀୟ ନୁହେଁ । ଏନେଇ ଗଜପତି ମହାରାଜଙ୍କୁ ଚିଠି ଲେଖିଛନ୍ତି ।










