14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶ୧୦ ହଜାର ପାଇଁ ସ୍ତ୍ରୀ ମଥାର ସିନ୍ଦୁର ପୋଛିଲା ସ୍ୱାମୀ

୧୦ ହଜାର ପାଇଁ ସ୍ତ୍ରୀ ମଥାର ସିନ୍ଦୁର ପୋଛିଲା ସ୍ୱାମୀ

କୋଲାର: ଆନ୍ଧ୍ର ପ୍ରଦେଶ କୋଲାର ଜିଲ୍ଲା ପୂଜାରହାଲ୍ଲି ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଚ୍ୟାଲେଞ୍ଜ ଲଗେଇ ପ୍ରାଣ ହରାଇଛନ୍ତି ୨୧ ବର୍ଷୀୟ ଯୁବକ । ନାଁ ତାଙ୍କର କାର୍ତ୍ତିକ । ବିବାହକୁ ଗୋଟିଏ ବର୍ଷ ବିତିଥିବାବେଳେ ସ୍ତ୍ରୀ ମଥାରୁ ସବୁବେଳ ପାଇଁ ସିନ୍ଦୁର ଲିଭେଇ ଦେଇଛନ୍ତି ନିଜେ କାର୍ତ୍ତିକ । ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସହ ୧୦ ହଜାର ଟଙ୍କାର ବେଟ୍ ଲଗେଇ କାର୍ତ୍ତିକ ୫ ବୋତଲ ମଦ ପିଇଥିଲେ । ତା’ ପୁଣି ବିନା ପାଣି କି ସୋଢ଼ାରେ ।

ଲଗାତର ମଦପିଇ କାର୍ତ୍ତିକ ଅଣନିଶ୍ୱାସୀ ହୋଇଯାଇଥିଲେ, ପାଖରେ ଥିବା ସାଙ୍ଗମାନଙ୍କୁ ଡାକ୍ତରଖାନା ନେବାକୁ କହିଥିଲେ । ହେଲେ ସ୍ଥାନୀୟ ହସ୍ପିଟାଲରେ ପହଞ୍ଚିବାବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । କାର୍ତ୍ତିକଙ୍କ ସ୍ତ୍ରୀ ତାଙ୍କ ପାଖରେ ନ ଥିଲେ । ପିଲା ଜନ୍ମ କରିବା ପାଇଁ ସ୍ତ୍ରୀ ବାପଘରକୁ ଯାଇଥିଲେ । ସେଠାରେ ମା’ ଓ ନବଜାତ ରହୁଥିଲେ । ସାଙ୍ଗମାନଙ୍କ ସହ ୧୦ ହଜାର ଟଙ୍କାର ଚ୍ୟାଲେଞ୍ଜ ଲଗେଇଥିଲେ କାର୍ତ୍ତିକ । ଘଟଣାର ୮ ଦିନ ପୂର୍ବରୁ କାର୍ତ୍ତିକ ବାପା ହୋଇଥିଲେ । ଚ୍ୟାଲେଞ୍ଜରେ ସମ୍ପୃକ୍ତ କାର୍ତ୍ତିକଙ୍କ ସାଙ୍ଗ ବିରୋଧରେ ତାଙ୍କ ଘରଲୋକ ଅଭିଯୋଗ କରିଛନ୍ତି । ଯାହା ଆଧାରରେ ସ୍ଥାନୀୟ ପୋଲିସ ସେମାନଙ୍କୁ ଗିରଫ କରିଛି । ସ୍ୱତନ୍ତ୍ର ପୋଲିସ ଟିମ୍ ଘଟଣା ଯାଞ୍ଚ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking