25.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶୟୁରୋପରେ ବିଦ୍ୟୁତ୍ ବିଭ୍ରାଟ: ଅନ୍ଧାରରେ ଫ୍ରାନ୍ସ-ସ୍ପେନ୍‌-ପର୍ତ୍ତୁଗାଲ

ୟୁରୋପରେ ବିଦ୍ୟୁତ୍ ବିଭ୍ରାଟ: ଅନ୍ଧାରରେ ଫ୍ରାନ୍ସ-ସ୍ପେନ୍‌-ପର୍ତ୍ତୁଗାଲ

ମାଦ୍ରିଦ୍‌: ସୋମବାର ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ପ୍ରାୟ ୧୨:୩୦ରେ (ସ୍ଥାନୀୟ ସମୟ) ୟୁରୋପୀୟ ଦେଶ ସ୍ପେନ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସରେ ଏକ ବଡ଼ଧରଣର ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳିଛି। ଫଳରେ ଏହି ତିନି ଦେଶରେ ପରିବହନ, ଯୋଗାଯୋଗ ଓ ଜରୁରିସେବୁ ସବୁ ଗୁରୁତର ଭାବେ ପ୍ରଭାବିତ ହୋଇଛି। ମେଟ୍ରୋ, ବିମାନବନ୍ଦର, ରେଳ ଏବଂ ମୋବାଇଲ୍ ନେଟୱାର୍କ ବିଫଳ ହୋଇଯାଇଛି। ମାଦ୍ରିଦ୍‌, ଲିସବନ, ବାର୍ସେଲୋନା, ସେଭିଲ ଏବଂ ଭାଲେନ୍ସିଆ ଭଳି ପ୍ରମୁଖ ସହରଗୁଡ଼ିକୁ ଅନ୍ଧକାରରେ ଆଚ୍ଛାଦିତ ହୋଇପଡିଥିବା ବେଳେ ଦେଶଗୁଡ଼ିକରେ ବ୍ୟାପକ ଅସ୍ତବ୍ୟସ୍ତତା ସୃଷ୍ଟି କରିଛି। ବିଦ୍ୟୁତ୍ କାଟ ଯୋଗୁଁ ଲକ୍ଷ ଲକ୍ଷ ଲୋକ ବିଦ୍ୟୁତ୍ ବିନା ବଞ୍ଚିବାକୁ ବାଧ୍ୟ ହୋଇଛନ୍ତି। ୟୁରୋନ୍ୟୁଜ୍ ପର୍ତ୍ତୁଗାଲ୍ ଅନୁଯାୟୀ, ପର୍ତ୍ତୁଗାଲ୍ ଏବଂ ସ୍ପେନର ରାଜଧାନୀରେ ଅନେକ ମେଟ୍ରୋ ଟ୍ରେନ୍‌ଗୁଡ଼ିକ ଷ୍ଟେସନ ମଧ୍ୟରେ ଥିବା ସୁଡ଼ଙ୍ଗରେ ଫସି ରହିଛନ୍ତି। ଫଳରେ ହଜାର ହଜାର ସଂଖ୍ୟକ ଲୋକ ମଧ୍ୟ ଏହି ମହାନଗରଗୁଡ଼ିକରେ ଫସି ରହିଛନ୍ତି। ପର୍ତ୍ତୁଗୀଜ୍ ପୋଲିସ ନିଶ୍ଚିତ କରିଛି ଯେ ପୋର୍ଟୋ ଏବଂ ଲିସବନରେ ମେଟ୍ରୋ ସେବା ବନ୍ଦ ରହିଛି ଏବଂ ସାରା ଦେଶରେ ଟ୍ରାଫିକ୍ ସିଗନାଲ ପ୍ରଭାବିତ ହୋଇଛି। ଏହା ବ୍ୟତୀତ, ଏଟିଏମ, ଇଲେକ୍ଟ୍ରୋନିକ୍ ପେମେଣ୍ଟ ସିଷ୍ଟମ ଏବଂ କୋର୍ଟ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି।

ମାଦ୍ରିଦ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ବିଦ୍ୟୁତ୍ ଅଭାବରୁ ଅସ୍ଥାୟୀ ଭାବେ ସ୍ଥଗିତ ରହିଛି। ପର୍ତ୍ତୁଗୀୟ ବିଦ୍ୟୁତ୍ ବିତରଣ ସଂସ୍ଥା ଇ-ରେଡେସ ଅନୁଯାୟୀ, ଏହି ବିଭ୍ରାଟ “ୟୁରୋପୀୟ ବିଦ୍ୟୁତ୍ ଗ୍ରୀଡ୍‌ରେ ଏକ ସମସ୍ୟା” ଯୋଗୁଁ ହୋଇଛି, ଯାହା ଉଚ୍ଚ ଭୋଲଟେଜ ଲାଇନ୍‌ରେ ତ୍ରୁଟି ସୃଷ୍ଟି କରିଛି। ତଥାପି, ନିର୍ଦ୍ଦିଷ୍ଟ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ସ୍ପେନର ବିଦ୍ୟୁତ୍ ଗ୍ରୀଡ୍ ଅପରେଟର ରେଡ୍ ଇଲେକ୍ଟ୍ରିକା କହିଛି ଯେ ସେମାନେ ଉତ୍ତର ଏବଂ ଦକ୍ଷିଣ ସ୍ପେନରେ ବିଦ୍ୟୁତ୍ ସେବା ପୁନଃସ୍ଥାପନ ଆରମ୍ଭ କରିଛନ୍ତି, କିନ୍ତୁ ସମ୍ପୂର୍ଣ୍ଣ ପୁନଃସ୍ଥାପନ ପାଇଁ ସମୟ ଲାଗିପାରେ। ତେବେ ଏପ୍ରକାର ବ୍ଲାକଆଉଟ୍‌ର ସମ୍ଭାବ୍ୟ କାରଣ ମଧ୍ୟରେ ଅନେକ କଥା କୁହାଯାଉଛି। ଯେପରିକି, ୟୁରୋପର ବୈଦ୍ୟୁତିକ ଗ୍ରୀଡ୍‌ରେ ଏକ ବିଫଳତା ଏହି ବ୍ଲାକଆଉଟ୍‌ର କାରଣ ହୋଇପାରେ। ସେହିପରି ଦକ୍ଷିଣ-ପଶ୍ଚିମ ଫ୍ରାନ୍ସର ଆଲାରିକ ପର୍ବତରେ ଅଗ୍ନିକାଣ୍ଡ ଘଟିଛି। ଏହା ପର୍ପିଗନାନ୍ ଏବଂ ପୂର୍ବ ନାର୍ବୋନ୍ ମଧ୍ୟରେ ଏକ ଉଚ୍ଚ-ଭୋଲଟେଜ୍ ବିଦ୍ୟୁତ୍ ତାରଗୁଡ଼ିକୁ କ୍ଷତିଗ୍ରସ୍ତ କରିଥିଲା। ପର୍ତ୍ତୁଗାଲର ଜାତୀୟ ବିଦ୍ୟୁତ୍ କମ୍ପାନୀ ଏହାକୁ ବିଦ୍ୟୁତ୍ ବିଭ୍ରାଟର ଏକ ସମ୍ଭାବ୍ୟ କାରଣ ଭାବରେ ବିଚାର କରୁଛି। ୟୁରୋନ୍ୟୁଜ୍ ସ୍ପେନ ରିପୋର୍ଟ କରିଛି ଯେ ସ୍ପେନିସ୍ ସରକାର ମୋନକ୍ଲୋଆରେ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଅନ୍ୟପକ୍ଷେ ସ୍ପାନିସ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ଏହି ବିଶାଳ ବିଦ୍ୟୁତ୍ ବିଭ୍ରାଟ ପଛରେ ସାଇବର ଆକ୍ରମଣ ଅଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଚାଲିଛି। ତଥାପି, ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking