27.1 C
Bhubaneswar
Sunday, February 22, 2026
Homeଅପରାଧଶ୍ଵଶୁର ଘରେ ଜ୍ବାଇଁକୁ ହତ୍ୟା

ଶ୍ଵଶୁର ଘରେ ଜ୍ବାଇଁକୁ ହତ୍ୟା

ଜଟଣୀ : ଶ୍ଵଶୁର ଘରେ ଜ୍ବାଇଁକୁ ହତ୍ୟା। ସ୍ତ୍ରୀକୁ ମାରିବାକୁ ଶ୍ଵଶୁର ଘରକୁ ରାତିଅଧରେ ଆସିଥିଲା ସ୍ଵାମୀ। ହେଲେ ଶ୍ଵଶୁର ଘର ଲୋକଙ୍କ ସହିତ ଗଣ୍ଡଗୋଳ ଏବଂ ମାରପିଟ୍‌ରେ ଚାଲିଗଲା ଜ୍ବାଇଁର ଜୀବନ। ଶନିବାର ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି ଜଟଣୀର ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହ ଗ୍ରାମରେ। ସୂଚନା ଅନସୁାରେ, ହତ୍ୟାର ଶିକାର ବ୍ୟକ୍ତି ଜଣକ ଶନିବାର ବିଳମ୍ବିତ ରାତିରେ ଶ୍ଵଶୁର ଘରକୁ ଆସିଥିଲେ। ସ୍ତ୍ରୀ ଦେଢ଼ବର୍ଷ ହେବ ଶାଶୁଘର ଛାଡ଼ି ବାପ ଘରେ ରହୁଥିଲା। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା। ଅଭିଯୋଗ ଅନୁସାରେ, ତାଙ୍କ ସ୍ଵାମୀ ଶନିବାର ରାତିରେ ସ୍ତ୍ରୀକୁ ମାରିବାକୁ ଶ୍ଵଶୁର ଘରକୁ ଆସିଥିଲେ। ସ୍ତ୍ରୀ ଏବଂ ଶାଶୁଙ୍କୁ ଆକ୍ରମଣ କରିଥିଲେ। ଫଳରେ ଶ୍ଵଶୁର ଘର ଲୋକେ ଜ୍ବାଇଁକୁ ପାଲଟା ଆକ୍ରମଣ କରିଥିଲେ। ଯାହାଫଳରେ ଚିକିତ୍ସାଧୀନ ଅବସ୍ଥାରେ ଜ୍ବାଇଁର ମୃତ୍ୟୁ ଘଟିଛି। ଅନ୍ୟପଟେ ମୃତକଙ୍କ ସ୍ତ୍ରୀ ଏବଂ ଶାଶୁ ମଧ୍ୟ ଚିକିତ୍ସାଧୀନ ରହିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking