19.1 C
Bhubaneswar
Tuesday, February 10, 2026
Homeଓଡିଶାସମରେ ‘ହାର୍ଣ୍ଣିଆ ଫେଷ୍ଟ - ୨୦୨୫’ ଆୟୋଜିତ

ସମରେ ‘ହାର୍ଣ୍ଣିଆ ଫେଷ୍ଟ – ୨୦୨୫’ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ହସ୍ପିଟାଲ ପରିସରରେ ‘ହାର୍ଣ୍ଣିଆ ଫେଷ୍ଟ – ୨୦୨୫’ ଆୟୋଜିତ ହୋଇଯାଇଛି । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଜେନେରାଲ୍ ସର୍ଜରୀ ବିଭାଗ ଏବଂ ଆସୋସିଏସନ୍ ଅଫ୍ ସର୍ଜନ୍ସ ଅଫ୍ ଇଣ୍ଡିଆ (ଓଡ଼ିଶା ଶାଖା)ର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଯୁବ ଡାକ୍ତରୀ ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ଓ ଡାକ୍ତରମାନେ ଉପକୃତ ହେବେ ବୋଲି କହିବା ସହ ଏହି ସମ୍ମିଳନୀର ଅନେକ ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ । ସୋଆରେ ପ୍ରାୟ ୫୫୦ରୁ ଉର୍ଦ୍ଧ୍ୱ କର୍ମଶାଳା ଓ ଆଲୋଚନା ଚକ୍ର ଏବଂ ୯୦ ରୁ ଅଧିକ ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜନ କରାଯାଇଥିବା ପ୍ରଫେସର ନନ୍ଦ କହିଥିଲେ । ଓଡିଶାର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ କଲେଜଗୁଡ଼ିକରୁ ଶହେରୁ ଉର୍ଦ୍ଧ୍ୱ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ, ଡାକ୍ତର, ପ୍ରଫେସର ଯୋଗ ଦେଇଥିଲେ । ହାର୍ଣ୍ଣିଆ ରୋଗର କାରଣ ଏବଂ ଚିକିତ୍ସା ପଦ୍ଧତି ବିଷୟରେ ତଥା ହାର୍ଣ୍ଣିଆ ରୋଗର ଚିକିତ୍ସା କ୍ଷେତ୍ରରେ ନବସୃଜନ ଓ ନୂତନ ଜ୍ଞାନ କୌଶଳ ବିଷୟରେ ଆଲୋଚନା କରାଯାଇଥିଲା ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଯୋଗ ଦେଇ କହିଥିଲେ ଯେ ବର୍ତମାନ ସମୟରେ ହାର୍ଣ୍ଣିଆ ରୋଗ ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଲାଣି । ବିଗତ ୧୦ ବର୍ଷ ମଧ୍ୟରେ ଏହି ରୋଗର ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି । ହାର୍ଣ୍ଣିଆ ରୋଗ ସବୁ ବୟସରେ ଦେଖା ଯାଉଥିବା ବେଳେ ଏହାର କୌଣସି ଲକ୍ଷଣ ଦେଖା ଯିବା ମାତ୍ରେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ ବୋଲି ସେ କହିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ କହିଥିଲେ ଯେ ଏଭଳି ସମ୍ମିଳନୀ ଦ୍ୱାରା କେବଳ ସମ୍ ହସ୍ପିଟାଲ ନୁହେଁ ଏଥିରେ ଯୋଗ ଦେଇଥିବା ଦକ୍ଷ ସର୍ଜନ, ସିନିୟର ପ୍ରଫେସର, ଫ୍ୟାକଲ୍ଟି ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଉପକୃତ ହେବେ । ଏହି ରୋଗରେ ଅସ୍ତ୍ରୋପଚାର ନିତାନ୍ତ ଆବଶ୍ୟକ ପଡିଥାଏ ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାର ନୂତନ ଜ୍ଞାନ କୌଶଳକୁ ପ୍ରୟୋଗ କରାଯାଇ ରୋଗୀର କିପରି ଚିକିତ୍ସା କରାଯାଇଯାରିବ ସେ ବିଷୟରେ ବୋଲି ପ୍ରଫେସର (ଡାକ୍ତର) ସାମନ୍ତସିଂହାର ଆଲୋକପାତ କରିଥିଲେ ।

ଏହି ଅବସରରେ ଏଏସଆଇ ଓଡିଶା ଚାପ୍ଟରର ସଭାପତି ଡ.ପ୍ରସନ୍ନ କର, ସେକ୍ରେଟାରୀ ଡ.ସୁଧାଂଶୁ ସୁତାର, ଅର୍ଗାନାଇଜିଂ ସେକ୍ରେଟାରୀ ପ୍ରଫେସର ତୁଷାର ମିଶ୍ର ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍‌) ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଜେନେରାଲ୍ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ଜିତେନ୍ଦ୍ର ନାରାୟଣ ସେନାପତି ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking