18.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଏଲ୍‌ଓସିରେ ସୁରକ୍ଷା ବଢ଼ାଇଲା ପାକିସ୍ତାନ

ଏଲ୍‌ଓସିରେ ସୁରକ୍ଷା ବଢ଼ାଇଲା ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ୍ ତିକ୍ତତା ମଧ୍ୟରେ ଭାରତୀୟ ବାୟୁସେନା ଏବେ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଏହି ଯୁଦ୍ଧାଭ୍ୟାସର ନାମ ‘ଆକ୍ରମଣ’ ରଖାଯାଇଛି। ବାୟୁସେନା ଏହି ଯୁଦ୍ଧାଭ୍ୟାସରେ ରାଫେଲ ଯୁଦ୍ଧ ବିମାନକୁ ସାମିଲ କରିଛି। ଭାରତୀୟ ବାୟୁସେନା ପଶ୍ଚିମବଙ୍ଗର ଅମ୍ବାଲା ଏବଂ ହାସିମାରାରେ ଦୁଇଟି ସ୍କ୍ୱାର୍ଡନ୍ ରାଫେଲ୍ ବିମାନ ପରିଚାଳନା କରୁଥିବା ବେଳେ ଏବେ କେନ୍ଦ୍ରୀୟ କ୍ଷେତ୍ରରେ ଏକ ବଡ଼ ଧରଣର ଆକ୍ରମଣ ଅଭ୍ୟାସ କରିବା ନେଇ ସୂଚନା ମିଳିଛି। ରିପୋର୍ଟ ଅନୁସାରେ “ଏହି ଅତ୍ୟାଧୁନିକ ଲଢ଼ୁଆ ବିମାନଗୁଡ଼ିକ ଭୂମି ଆକ୍ରମଣ ଏବଂ ଇଲେକ୍ଟ୍ରୋନିକ୍ ଯୁଦ୍ଧ ଅଭ୍ୟାସ ସହିତ ଜଟିଳ ମିଶନ୍ ପରିଚାଳନା କରୁଛନ୍ତି। ଏତଦ୍‌ବ୍ୟତୀତ ଭାରତୀୟ ବାୟୁସେନା ଦକ୍ଷିଣ ଏସୀୟ କ୍ଷେତ୍ରରେ ଏହାର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଟାର୍ଗେଟ୍ କରିବା ପୂର୍ବକ ଏହି ଯୁଦ୍ଧାଭ୍ୟାସରେ ମିଟିଓର ଏୟାର ମିସାଇଲ ଏବଂ ରାମ୍ପେଜ୍ ଏବଂ ରକ୍ସ ପରି ଦୀର୍ଘ ଦୂରଗାମୀ ହାଇ ସ୍ପିଡ୍ କମ୍ ଡ୍ରାଗ୍ ମିସାଇଲକୁ ମଧ୍ୟ ସାମିଲ କରିଛି। ଏହି ଅଭ୍ୟାସକୁ ବାୟୁସେନା ମୁଖ୍ୟାଳୟ ଦ୍ୱାରା କଡ଼ା ନଜର ରଖାଯାଇଛି। ଭାରତୀୟ ବାୟୁସେନାର ଶ୍ରେଷ୍ଠ ପାଇଲଟମାନେ ଉଚ୍ଚ ଯୋଗ୍ୟତାପ୍ରାପ୍ତ ପ୍ରଶିକ୍ଷକଙ୍କ କଡ଼ା ତଦାରଖରେ ଏହି ଅଭ୍ୟାସରେ ଅଂଶଗ୍ରହଣ କରୁଛନ୍ତି।

ପ୍ରକାଶ, ଗତ ଫେବୃଆରୀ ୨୦୧୯ରେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଭିତରେ ଆକ୍ରମଣ କରିବା ପାଇଁ ଭାରତୀୟ ବାୟୁସେନାକୁ ବହୁଳ ଭାବରେ ବ୍ୟବହାର କରାଯାଇଥିଲା। ଭାରତୀୟ ବାୟୁସେନା ସେବେ ଠାରୁ ରାଫେଲ ଯୁଦ୍ଧ ବିମାନ ହାସଲ କରିଛି ଏବଂ ଏହି ଅଞ୍ଚଳରେ ନିଜର ନେତୃତ୍ୱ ଫେରିପାଇଛି। ଭାରତୀୟ ବାୟୁସେନା ୨୦୧୯ରେ ମିରେଜ୍ ୨୦୦୦ ଲଢ଼ୁଆ ବିମାନ ବ୍ୟବହାର କରିଥିଲା। କିନ୍ତୁ ଏବେ ରାଫେଲ ଭଳି ଲଢ଼ୁଆ ବିମାନ ସହ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଭଳି ଅନେକ ଫୋର୍ସ ମଲ୍ଟିପ୍ଲାୟର୍ ମଧ୍ୟ ବ୍ୟବହାର କରୁଛି। ଯାହା ଶତ୍ରୁ ପକ୍ଷର ବାୟୁବାହୀ ପ୍ରାରମ୍ଭିକ ଚେତାବନୀ ଏବଂ ନିୟନ୍ତ୍ରଣ ବିମାନ ବିରୁଦ୍ଧରେ ବହୁତ ପ୍ରଭାବଶାଳୀ ହୋଇପାରେ। ଅନ୍ୟ ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ସେନା ମଧ୍ୟ ଏବେ ଏଲଓସି ପ୍ରାନ୍ତରେ ନିଜ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଛି। ନିଜ ସେନାବଳରେ ପାକିସ୍ତାନ ମଧ୍ୟ ଅନେକ ଲଢ଼ୁଆ ବିମାନକୁ ସାମିଲ କରିବା ସହ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୀମାରେ ବଙ୍କରରେ ରହି ଭାରତୀୟ ସେନାର ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଜାରି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking