21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ସଫା

ବିଜାପୁର: ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ଉପରେ ବଡ଼ ପ୍ରହାର। ସୁରକ୍ଷାକର୍ମୀ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ମାଓବାଦୀଙ୍କୁ ଘେରାଉ କରିବାସହ ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲାର ଆନ୍ତଃରାଜ୍ୟ ସୀମାରେ ଥିବା କରେଗୁଟ୍ଟା ପାହାଡ଼ର ଜଙ୍ଗଲରେ ସକାଳୁ ସକାଳୁ ସୁରକ୍ଷା ବାହିନୀଙ୍କ ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିଲେ। ଏହି ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ପାଲଟା ଜବାବରେ ଯବାନମାନେ ଗୁଳି କରି ୫ ମାଓବାଦୀଙ୍କୁ ନିପାତ କରିଛନ୍ତି। ସୂଚନା ଅନୁସାରେ, ଛତିଶଗଡ଼ର ବିଜାପୁରରେ ସୁରକ୍ଷା ବାହିନୀର ଏକ ଦଳ ଏପର୍ଯ୍ୟନ୍ତ ଏହି ବଡ଼ ଅପରେସନରେ ୧ ହଜାରରୁ ଅଧିକ ମାଓବାଦୀଙ୍କୁ ଘେରାଉ କରିଛନ୍ତି। ଏହି ଅଭିଯାନରେ ଛତିଶଗଡ଼, ତେଲଙ୍ଗାନା ଓ ମହାରାଷ୍ଟ୍ରର ୨୦ ହଜାରରୁ ଅଧିକ ଯବାନ ସାମିଲ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking