21.1 C
Bhubaneswar
Thursday, December 18, 2025
Homeଅପରାଧସ୍ୱାମୀକୁ ହତ୍ୟା କଲା ରାକ୍ଷସୀ ସ୍ତ୍ରୀ

ସ୍ୱାମୀକୁ ହତ୍ୟା କଲା ରାକ୍ଷସୀ ସ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦେବରିୟାରେ ରବିବାର ଦିନ ଏକ ଟ୍ରଲି ବ୍ୟାଗରେ ମିଳିଥିବା ମୃତଦେହର ପରିଚୟ ୩୭ ବର୍ଷୀୟ ନୌଶାଦ ରୂପେ ହୋଇଛି। ପୋଲିସ କହିଛି ଯେ, ପ୍ରେମରେ ବାଧା ସୃଷ୍ଟି ନ ହେବା ପାଇଁ ଏଭଳି ହତ୍ୟା କାଣ୍ଡ ଘଟିଛି। ଏହି ଘଟଣାର ସୂତ୍ର ମିଳିବା ପରେ ପୋଲିସ ତାଙ୍କ ସ୍ତ୍ରି ଏବଂ ୩ଜଣଙ୍କୁ ହେପାଜତରେ ନେଇଛି। ପୋଲିସ କହିଛି ଯେ, ନୌଶାଦଙ୍କ ପତ୍ନୀଙ୍କର ସେହି ଗ୍ରାମରେ ଥିବା ଭଣଜାଙ୍କ ସହ ପ୍ରେମ ସମ୍ବନ୍ଧ ଥିଲା। ସ୍ତ୍ରୀ ନୌସାଦଙ୍କ ମୁଣ୍ଡକୁ ଛେଚି ଛେଚି ମାରିଛି। ଏହାପରେ ମୃତଦେହକୁ ଟ୍ରଲି ବ୍ୟାଗରେ ଭର୍ତ୍ତିକରି ଘଟଣାସ୍ଥଳରୁ ୬୦ କିମି ଦୂରରେ ନେଇ ଫିଙ୍ଗିଥିଲା। ଏହାପରେ ସ୍ଥାନୀୟ ବାସୀ ଏହି ମୃତଦେହକୁ ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ।

ନୌସାଦ ସାଉଦୀ ଆରବରେ ଚାକିରି କରୁଥିଲା ଏବଂ ଦଶ ଦିନ ପୂର୍ବରୁ ହିଁ ଗାଁକୁ ଫେରିଥିଲେ। ଏହାପରେ ଏହି ଘଟଣା ଘଟିଛି। ଯେତେବେଳେ ପୋଲିସ ମୃତଦେହ ଉଦ୍ଧାର କରିଥିଲା, ଏହି ସୁଟକେସରେ ଏକ ପାସପୋର୍ଟ ମିଳିଥିଲା. ଏହି ପାସପୋର୍ଟ ସାହାଯ୍ୟରେ ପୋଲିସ ଶବକୁ ଚିହ୍ନଟ କରିଥିଲା। ଏହାପରେ ପୋଲିସ ନୌଶାଦଙ୍କ ସ୍ତ୍ରୀଙ୍କୁ ହେପାଜତରେ ନେଇଥିଲା। ଜେରା ସମୟରେ ପତ୍ନୀ ଜଣକ ସେହି ଗ୍ରାମରେ ଥିବା ଜଣେ ଯୁବକଙ୍କ ନାମ ନେଇଥିଲା, ଯିଏ ତାଙ୍କ ସଂପର୍କରେ ଭଣଜା ଥିଲା। ପୋଲିସ ସେହି ଯୁବକଙ୍କ ପାଖରେ ପହଞ୍ଚି ପୂର୍ବରୁ ସେ ଫେରାର ହୋଇଯାଇଛନ୍ତି। ପୋଲିସ ଦାବି କରିଛି ଯେ, ଅଭିଯୁକ୍ତଙ୍କୁ ଧରଯିବା ସହ ଅନ୍ୟ ଅପରାଧୀମାନଙ୍କୁ ମଧ୍ୟ ଖୋଜାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking