24.1 C
Bhubaneswar
Friday, February 6, 2026
Homeଓଡିଶାକଳିଙ୍ଗରେ ଆରମ୍ଭ ହେଲା କଳିଙ୍ଗ ସୁପର କପ୍ ଟୁର୍ଣ୍ଣାମେଣ୍ଟ

କଳିଙ୍ଗରେ ଆରମ୍ଭ ହେଲା କଳିଙ୍ଗ ସୁପର କପ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆଜି ବହୁ ପ୍ରତିକ୍ଷୀତ କଳିଙ୍ଗ ସୁପର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ମେ’ ମାସ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଆଜି ପ୍ରଥମ ଦିନରେ କେରଳ ବ୍ଲାଷ୍ଟରସ୍ ଏଫ. ସି ଏବଂ ଇଷ୍ଟ ବେଙ୍ଗଲ ଏଫ. ସି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏବଂ କେରଳ ବ୍ଲାଷ୍ଟରସ୍ ଏଫ. ସି ଆଜିର ଏହି ଓପନିଙ୍ଗ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ।

ଆଜି ପ୍ରଥମ ଦିନର ମ୍ୟାଚ୍‌ରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସେମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ।

ଏଥିସହ ଆଜି କଳିଙ୍ଗ ଷ୍ଟାଡିୟମରେ ଫୁଟବଲ୍ ପ୍ରଶଂସକମାନଙ୍କର ବେଶ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତ ଦର୍ଶକମାନେ କ୍ରୀଡ଼ାବିତମାନଙ୍କର ଉତ୍ସାହ ବର୍ଦ୍ଧନ କରିବା ସହିତ ଆଜିର ଏହି ମ୍ୟାଚ୍‌କୁ ବେଶ୍ ଉପଭୋଗ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking