19.1 C
Bhubaneswar
Tuesday, February 10, 2026
Homeଓଡିଶାସନ୍ତୁଳିତ ରାଷ୍ଟ୍ରଗଠନ ପାଇଁ ୱାକଫ ବିଲରେ ସଂଶୋଧନ ଆବଶ୍ୟକତା ଥିଲା: ଦୁଶ୍ୟନ୍ତ ଗୌତମ

ସନ୍ତୁଳିତ ରାଷ୍ଟ୍ରଗଠନ ପାଇଁ ୱାକଫ ବିଲରେ ସଂଶୋଧନ ଆବଶ୍ୟକତା ଥିଲା: ଦୁଶ୍ୟନ୍ତ ଗୌତମ

ଭୁବନେଶ୍ୱର: ଗରୀବଙ୍କ ହକ୍ କେବଳ ଗରୀବଙ୍କୁ ହିଁ ମିଳିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ “ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”କୁ ପାଥେୟ କରି ଗରିବକଲ୍ୟାଣ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଯାଉଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶର ସମସ୍ତ ଗରୀବବର୍ଗର ଉତ୍‌ଥାନ ପାଇଁ ପ୍ରଧାନମନ୍ତ୍ରୀ ମୋଦଜୀ ସଂକଳ୍ପ ନେଇଛନ୍ତି । ୨୦୨୫ ମସିହା ଏପ୍ରିଲ ୨ ଏକ ବଡ ଐତିହାସିକ ଦିନ ଅଟେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ସଂସଦରେ ସଂଶୋଧିତ ୱାକଫ ବିଲ୍ ପାରିତ ହୋଇଛି। ଦେଶ ଓ ଲୋକଙ୍କ ହିତ ପାଇଁ ଏହି ବିଲ୍ ପାରିତ କରାଯାଇଛି। ଏହି ଐତିହାସିକ ନିଷ୍ପତିକୁ ଦେଶବାସୀ ସ୍ୱାଗତ କରିଛନ୍ତି। ଏହି ବିଲ୍ ପାରିତ ହେବା ଫଳରେ ୱାକଫ ଅନ୍ତର୍ଗତ ଦୁରୁପଯୋଗ ହେଉଥିବା ସମ୍ପତିକୁ ରକ୍ଷା କରାଯାଇ ପାରିବ। ଓା୍ୱକଫ୍ ବିଲ୍ ପାରିତ ହେବା ଦ୍ୱାରା ଗରିବ ମୁସଲମାନ ଓ ମହିଳାମାନେ ଆଗକୁ ବଢିପାରିବେ। ଭାରତ ସରକାରଙ୍କ ଦ୍ୱାରା ଆଗତ କରାଯାଇଥିବା ଐତିହାସିକ ସଂଶୋଧିତ ୱାକଫ୍ ଅଧିନିୟମକୁ ନେଇ ଅନେକ ତର୍କ ବିତର୍କ ଚାଲିଛି । ଏହି ସଂଶୋଧିତ ଅଧିନିମୟମ ବଳରେ ମୁସଲମାନ ସମ୍ପ୍ରଦାୟର କୌଣସି କ୍ଷତି ନ ହୋଇ ବରଂ ଲାଭ ହେବ ଏବଂ ବିଶେଷ ଭାବେ ମୁସଲମାନ ସମ୍ପ୍ରଦାୟର ଗରୀବ ଓ ମହିଳାମାନେ ଲାଭାନ୍ୱିତ ହେବେ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଦୁଶ୍ୟନ୍ତ ଗୈାତମ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ “ୱାକଫ ସୁଧାର ଜନଜାଗରଣ ଅଭିଯାନ କର୍ମଶାଳା”ରେ ଯୋଗଦେଇ ଶ୍ରୀ ଗୈାତମ କହିଛନ୍ତି ଯେ, ‘ୱାକଫ’ର ଅର୍ଥ ହେଉଛି ‘ଦାନ’ । ମାତ୍ର ଦାନ ସୁତ୍ରରେ ମିଳୁଥିବା ସଂପତିକୁ କୌଣସି ଦାତବ୍ୟ କାର୍ଯ୍ୟରେ ବ୍ୟବହାର କରା ନଯାଇ ବ୍ୟକ୍ତିଗତ ସ୍ୱାର୍ଥ ଚରିତାର୍ଥ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା । ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଆର୍ଥିକ ସ୍ଥିତିରେ କୌଣସି ସୁଧାର ଆସୁନଥିଲା । ବିଶେଷ ଭାବେ ମୁସଲମାନ ସମ୍ପ୍ରଦାୟର ଗରୀବ ମା’ ଓ ଭଉଣୀମାନଙ୍କୁ ବଂଚିତ ରଖାଯାଉଥିଲା । ଦେଶର ତୃତୀୟ ସର୍ବାଧିକ ଜମିର ମାଲିକାନା ଥିବା ‘ୱାକଫ ବୋର୍ଡ’ର ସଂପତିକୁ ମାତ୍ର କେଇଜଣ ଉପଭୋଗ କରୁଥିବାବେଳେ ଗରୀବ ଏବଂ ମୁସଲମାନ ସମ୍ପ୍ରଦାୟର ମା’ ଓ ଭଉଣୀମାନେ କେବଳ କଷ୍ଟ ଭୋଗୁଥିଲେ । କେବଳ କେତେଜଣ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିବିଶେଷ ‘ୱାକଫ’ ସଂପତିକୁ ହଡପ କରିନେଉଥିଲେ । ଅନେକ ସ୍ଥାନରେ ୱାକଫ୍ ଜାଗାରେ ବଡ଼ ବଡ ହୋଟେଲ ଓ ମଲ୍ ଆଦି ତିଆରି ହୋଇଥିôବା ନେଇ ଅନେକ ପ୍ରମାଣ ରହିଛି । ‘ୱାକଫ’ ସଂପତିର ଦୁରୁପଯୋଗକୁ ରୋକାଯାଇ ସନ୍ତୁଳିତ ରାଷ୍ଟ୍ରଗଠନ ପାଇଁ ୱାକଫ ବିଲ ସଂଶୋଧନ ନିହାତି ଆବଶ୍ୟକତା ଥିଲା ବୋଲି ଶ୍ରୀ ଗୌାତମ କହିଛନ୍ତି ।

ଏହି ଅଧିନିୟମ ବଳରେ ଦୁରୁପଯୋଗ ହେଉଥିବା ସମ୍ପତିର ରକ୍ଷା କରାଯାଇପାରିବ। ଏହି ଅଧିନିୟମ ବଳରେ କୌଣସି ମସ୍‌ଜିଦ୍‌, ଦର୍‌ଘା କିମ୍ବା ଆସ୍ଥାସ୍ଥଳକୁ ଭଙ୍ଗାଯିବ ନାହିଁ। ମୁସ୍‌ଲମାନମାନଙ୍କ ନାମରେ ଥିôବା କୌଣସି ସମ୍ପତିକୁ ଛୁଆଁ ଯିବ ନାହିଁ। ଯେଉଁମାନଙ୍କ ନାଁରେ ଯେଉଁ ସମ୍ପତି ରହିଛି, ସେମାନେ ହିଁ ତାହାର ମାଲିକ ରହିବେ । ଏହି ସଂଶୋଧିତ ଅଧିନିୟମ ବଳରେ ମୁସଲିମ୍ ସଂପ୍ରଦାୟର ବିଧବା ମହିଳାଙ୍କୁ ଘର ଓ ଗରିବଙ୍କୁ ରୋଜଗାର ମିଳିପାରିବ। ଏଥିସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଯେଉଁ ବିକାଶମୂଳକ କାର୍ଯ୍ୟ ପାଇଁ ଏହି ସମ୍ପତି ଦାନରେ ଦିଆଯାଇଥିଲା ତାହାକୁ ପାରଦର୍ଶିତାର ସହ ଚିହ୍ନଟ କରିବା ପାଇଁ ନୂତନ ଆଇନ୍‌ରେ ବ୍ୟବସ୍ଥା ରହିଛି। ପାରଦର୍ଶିତାର ସହ ୱାକଫ ବୋର୍ଡ ଗଠନ କରାଯାଇ ସେଥିରେ ସବୁଲୋକଙ୍କୁ ଯୋଡ଼ାଯିବ ଏବଂ ମୁସଲିମ୍ ସମ୍ପ୍ରଦାୟର ସାମୁହିକ ବିକାଶ କରାଯିବ ବୋଲି ଶ୍ରୀ ଗୈାତମ କହିଛନ୍ତି ।

ମୁସଲିମ୍ ସମ୍ପ୍ରଦାୟର ବହୁ କ୍ଷତି ହେବ ବୋଲି କଂଗ୍ରେସ ଦଳ ଅପପ୍ରଚାର କରୁଛି, ଯାହାକି ସଂପୂର୍ଣ୍ଣ ଅମୁଳକ ଓ ବିଭ୍ରାନ୍ତକାରୀ । ବାସ୍ତବରେ ୱାକଫ୍ ବୋର୍ଡକୁ ଜମି ଲୁଣ୍ଠନର ଲାଇସେନ୍ସ ଦେଇଥିଲା କଂଗ୍ରେସ । ସାମୁହିକ, ସାଂସ୍କୃତିକ ଓ ଧାର୍ମିକ ସମ୍ପତି ଉପରେ ବି ୱାକଫ୍ ବୋର୍ଡ ଲୋଲୁପ ଦୃଷ୍ଟି ପକାଉଥିଲା । ଏନେଇ କେନ୍ଦ୍ରଠାରୁ ରାଜ୍ୟ ଏବଂ ମଣ୍ଡଳସ୍ତର ପର୍ଯ୍ୟନ୍ତ ଜନସଚେତନତା ସୃଷ୍ଟି କରାଯିବ। ଏଥିପାଇଁ ଜନଜାଗରଣ ଅଭିଯାନ ଆରମ୍ଭ କରାଯାଇଛି। ଆସନ୍ତା ୨୨ ଓ ୨୩ ତାରିଖ ଦିନ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜନ କରାଯାଇ ଏହି ସଂଶୋଧିତ ବିଲ୍ ବିଷୟରେ ସବୁ ଲୋକଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ଗୈାତମ କହିଛନ୍ତି । ଏହି କର୍ମଶାଳାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ୱାକଫ ବୋର୍ଡ ସଂଶୋଧନ ବିଲ୍ ରାଜ୍ୟ ସଂଯୋଜକ ଅଶୋକ ମିଶ୍ର, ସହ ସଂଯୋଜକ ଶିବାଜୀ ମହାନ୍ତି, ଲଲାଟେନ୍ଦୁ ବଡୁ, ସଂଖ୍ୟା ଲଘୁମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖଙ୍କ ସମେତ ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking