18.1 C
Bhubaneswar
Sunday, February 8, 2026
Homeଓଡିଶାମହାନଦୀର ଗଭୀର ଜଳରାଶିରେ ୪୫ ମିନିଟ ଧରି ଚେସ୍ ଖେଳିଲେ ମନ୍ତ୍ରୀ

ମହାନଦୀର ଗଭୀର ଜଳରାଶିରେ ୪୫ ମିନିଟ ଧରି ଚେସ୍ ଖେଳିଲେ ମନ୍ତ୍ରୀ

ଭୁବନେଶ୍ୱର: ମହାନଦୀର ଗଭୀର ଜଳରାଶିରେ ଦୀର୍ଘ 45 ମିନିଟ ଧରି ଚେସ୍ ଖେଳିଲେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଗୁରୁବାର ଦିନ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆୟୋଜିତ ଡକ୍ଟର ହରେକୃଷ୍ଣ ମହତାବଙ୍କ 127ତମ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ଓଡ଼ିଶା ୟାଚିଂ ସଂଘର ପ୍ରତିଷ୍ଠାତା ତଥା ଦେଶର ପ୍ରଖ୍ୟାତ ସ୍କୁବା ଡାଇଭର ସବୀର ବକ୍ସଙ୍କ ନିମନ୍ତ୍ରଣରେ କଟକ କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖରେ ସ୍କୁବା ଡାଇଭିଂ କରିବାକୁ ପହଞ୍ଚିଥିଲେ। ଉଭୟ ସବୀର ବକ୍ସ ଓ ମନ୍ତ୍ରୀ ଆବଶ୍ୟକୀୟ ଉପକରଣ ପୋଷାକ ପରିଧାନ କରି ମହାନଦୀର ଅଥଳ ଜଳରାଶିକୁ ଲମ୍ଫ ପ୍ରଦାନ କରିଥିଲେ। ଅକାତ କାତ ପାଣି ଭିତରେ ଉଭୟ ସବୀର ବକ୍ସ ଓ ମନ୍ତ୍ରୀ ଦୀର୍ଘ 45 ମିନିଟ ଧରି ଚେସ୍ ଖେଳିଥିଲେ। ଏତେ ସମୟ ଧରି ଗଭୀର ପାଣି ଭିତରେ ବୁଡ଼ି ରହି ଚେସ୍ ଖେଳିବାବେଳେ ଜଳଜୀବଙ୍କ ସ୍ବଚ୍ଛନ୍ଦ ବିଚରଣ ଖୁବ୍ ଚିତ୍ତାକର୍ଷକ ଥିଲା ବୋଲି ମନ୍ତ୍ରୀ କହିଛନ୍ତି। ପାଣି ଭିତରେ ବୁଡ଼ି ରହି ଚେସ୍ ଖେଳିବା ଓ ପାଖରେ ଛୋଟ ଛୋଟ ମାଛ, ଜଳଜୀବ ବୁଲିବା ତାଙ୍କ ପାଇଁ ସ୍ବପ୍ନଠାରୁ କମ୍ ନଥିଲା ବୋଲି ମନ୍ତ୍ରୀ କହିଛନ୍ତି।

() ଓଡ଼ିଶାର ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ପାଣି ବିତରେ ଚେସ୍ ଖେଳିବା ନିଆରା ମଜା ଥିଲା ବୋଲି ସ୍କୁବା ଡାଇଭର ସବୀର ବକ୍ସ ମତ ଦେଇଛନ୍ତି। ଏହାସହ ନୂଆ ସରକାରଙ୍କ ଅମଳରେ ଦୁଃସାହସିକ ଜଳକ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବା ଶୁଭ ସୂଚନା ବୋଲି ସେ କହିଛନ୍ତି।

() ନୂଆ ସରକାର ଆସିବା ପରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁବା ଡାଇଭିଂ, ୱାଟର ସର୍ଫିଂ, ୟାଚିଂ ପାଇଁ ପ୍ରତିଭା ଚୟନ ଶିବିରମାନ ଆୟୋଜନ କରାଯାଉଛି। ଏହାଫଳରେ ରାଜ୍ୟରୁ ଅଧିକରୁ ଅଧିକ ଦୁଃସାହସିକ କ୍ରୀଡ଼ାବିତ୍ ସୃଷ୍ଟି ହୋଇପାରିବେ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking