ଟଙ୍କା ହେଉଛି ଛୋଟ ମୁଦ୍ରା ।
ସ୍ବାସ୍ଥ୍ୟ ହେଉଛି ବଡ ମୁଦ୍ରା ।
ପ୍ରେମ ହେଉଛି ଭାଗ୍ୟଶାଳୀ ମୁଦ୍ରା ।
ବନ୍ଧୁତା ହେଉଛି ମିଠା ମୁଦ୍ରା ।
କିନ୍ତୁ, ସମ୍ପର୍କ ହେଉଛି ଏକ ” ସୁନା ” ମୁଦ୍ରା ।
ଏହାକୁ ସୁରକ୍ଷିତ ରଖନ୍ତୁ ।
ଆଜିର ଏ ସମାଜରେ ବାସ କରୁଥିବା କିଛି ମୂର୍ଖ ଲୋକମାନଙ୍କ ମୂର୍ଖତା
ଝିଅ ଜନ୍ମ ହେଲେ କେହି ଖୁସି ହୁଅନ୍ତି ନାହିଁ କି ମିଠା ବାଣ୍ଟନ୍ତି ନାହିଁ କିନ୍ତୁ ବୋହୁ ସୁନ୍ଦରୀ ମିଳୁ ବୋଲି ସାରା ସଂସାର ଖୋଜି ବୁଲନ୍ତି ।
ଏବଂ ପୁଅ ହେଲେ ଗାଁ ସାରା ମିଠା ବାଣ୍ଟନ୍ତି କିନ୍ତୁ ସେ ପୁଅକୁ ଭଲ ଶିକ୍ଷା ସଂସ୍କାର ଧର୍ମ ଆଚରଣ ଶିଖାନ୍ତି ନାହିଁ ।
କେହି କେବେ ନିଜ ଇଛାରେ ବଦଳି ନଥାଏ, ମିଳିଥିବା ଦୁଃଖ ଆଉ ସମୟ ମଣିଷକୁ ବଦଳିଯିବାକୁ ବାଧ୍ଯ କରିଥାଏ ।
ଜ୍ଞାନୀ ଗୁଣୀ କହି ଯାଇଛନ୍ତି; କାକୁତି ମିନତୀ କାହିଁକି ହେଉଛ? ସେ ସମ୍ପର୍କ ବି କୋଉ କାମର, ଯାହା ତୁମକୁ ଖୋସାମତ କରି ମିଳେ !!
Time ଆଉ Relationship
କେବେ ସ୍ଥାୟୀ ହୋଇ ରହି ନ ଥାଆନ୍ତି,,,,
ଯେବେ Time ବଦଳିଲା,,,,, ସେବେ Relationship ହିଁ ଆପେ ଆପେ ବଦଳି ଯାଇଥାଏ ।
ଜୀବନ ଯୁଦ୍ଧରେ ମନୁଷ୍ୟ ପାଇଁ ନିରବତା ଏବଂ ହସ ହେଉଛି ଦୁଇଟି ଶକ୍ତିଶାଳୀ ଉପକରଣ….
ହସ ହେଉଛି ଅନେକ ସମସ୍ୟାର ସମାଧାନ ପାଇଁ ବାଟ ଟିଏ….
ଏବଂ ନିରବତା ହେଉଛି ଅନେକ ସମସ୍ୟାକୁ ଏଡ଼ାଇବା ପାଇଁ ସୁନ୍ଦର୍ ଉପାୟ….
ଅଦ୍ୟ ଅପ୍ରେଲ ମାସ ୧୭ ତାରିଖ ୨୦୨୫ ମସିହା (ଗୁରୁବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ବୈଶାଖ ମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଥୀ ଦିବା ଘ୦୩/୩୦ ଗତେ ପଞ୍ଚମୀ
ନକ୍ଷତ୍ର- ଅନୁରାଧା ଦିବା ଘ୦୬/୪୨ ଗତେ ଜ୍ୟେଷ୍ଠା
ଚନ୍ଦ୍ର – ବିଛା
ଯୋଗ- ବାରୀୟ।ନ୍
କରଣ – ବାଳବ
ସୌରମାସ- ମେଷ ୦୪ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୪୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୨/୧୯
*✧═════•❁❀
ଯୋଗିନୀ ନୈରୁତେ ଦିବା ଘ୦୩/୩୦ ଗତେ ଦକ୍ଷିଣେ
ତୁଳା ଓ କୁମ୍ଭ ରାଶିର ଘାତବାର
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୨/୫୫ ଗତେ ଘ୦୬/୦୧ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୧/୧୩ ଗତେ ଘ୦୩/୩୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଡିବା ଘ୦୬/୦ ୭ମଧ୍ୟେ ଓ ଘ୧୦/୧୮ଗତେ ଘ୧୨/୪୩ ମଧ୍ୟେ
* ═✧*══•❁❀❁•═════✧
ଅଦ୍ୟ ମୂଳା ଦିବା ଘ ୦୩/୩୦ ଗତେ ବେଲ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ଆଜି ଆପଣଙ୍କର ଆକସ୍ମିକ ଧନ ଲାଭ ଯୋଗ ରହିଛି। ସାହାଯ୍ୟ ର ହାତବଢାଇବା ପାଇଁ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।*
✧═════•❁❀❁•═════
ବୃଷ
: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।*
✧═════•❁❀❁•═════
ମିଥୁନ
: ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।*
✧═════•❁❀❁•═════
କର୍କଟ
: ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।*
✧═════•❁❀❁•═════
ସିଂହ
ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।*
✧═════•❁❀❁•═════
କନ୍ୟା
: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।*
✧═════•❁❀❁•═════
ତୁଳା
: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।*
✧═════•❁❀❁•═════
ବିଛା
: ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।*
✧═════•❁❀❁•═════
ଧନୁ
: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।*
✧═════•❁❀❁•═════
ମକର
: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।*
✧═════•❁❀❁•═════
କୁମ୍ଭ
: ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।*
✧═════•❁❀❁•═════
ମୀନ
: ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।