21.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶନ୍ୟାସନାଲ ହେରାଲ୍ଡ ମାମଲା; ସୋନିଆ, ରାହୁଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ନ୍ୟାସନାଲ ହେରାଲ୍ଡ ମାମଲା; ସୋନିଆ, ରାହୁଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟ୍‌ରେ ସୋନିଆ, ରାହୁଲଙ୍କ ବ୍ୟତୀତ କଂଗ୍ରେସ ନେତା ସାମ୍ ପିଟ୍ରୋଡା ଏବଂ ସୁମନ ଦୁବେଙ୍କୁ ମଧ୍ୟ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି। ପ୍ରତିକ୍ରିୟା ଦେଇ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଇଡି ଚାର୍ଜସିଟ୍ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଦ୍ୱାରା ପ୍ରତିଶୋଧ ରାଜନୀତି ଏବଂ ଧମକ ବ୍ୟତୀତ ଅନ୍ୟ କିଛି ନୁହେଁ। ଏପ୍ରିଲ ୯ରେ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ମଙ୍ଗଳବାର ଦିନ ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗାନେ ଏହି ମାମଲା ଉପରେ ଶୁଣାଣି କରିବାକୁ ଏପ୍ରିଲ ୨୫ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

୨୦୧୩ ମସିହାରେ ସୁବ୍ରମଣ୍ୟମ ସ୍ୱାମୀଙ୍କ ଦ୍ୱାରା ଦାୟର ଏକ ଆବେଦନ ପରେ ଏହି ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ସମୟରେ ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଇଡି ଚାର୍ଜସିଟ୍ ଦାଖଲ କରିଥିବା ସୂତ୍ରରୁ ଜଣାପଡ଼ିଛି। ଗତ ସପ୍ତାହରେ, ଇଡି ଦିଲ୍ଲୀ, ମୁମ୍ବାଇ ଏବଂ ଲକ୍ଷ୍ନୌରେ ୬୬୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତିର ମାଲିକାନା ପାଇଁ ନୋଟିସ୍ ଜାରି ପୂର୍ବକ ନ୍ୟାସନାଲ ହେରାଲ୍ଡ ଖବରକାଗଜ ପ୍ରକାଶନ କରୁଥିବା ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜେଏଲ୍‌) ଏବଂ ଏହାର ମାଲିକ ୟଙ୍ଗ୍ ଇଣ୍ଡିଆନ୍ ବିରୋଧରେ ମନି ଲଣ୍ଡରିଂ ତଦନ୍ତର ଅଂଶ ସ୍ୱରୂପ ଜବତ କରିଥିଲା। ସୋନିଆ ଏବଂ ରାହୁଲ ୟଙ୍ଗ୍ ଇଣ୍ଡିଆନର ଅଧିକାଂଶ ଅଂଶୀଦାର, ଯାହା ୨୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହୋଇଥିଲେ ମଧ୍ୟ କଂଗ୍ରେସ ଦଳ ଦ୍ୱାରା ଦିଆଯାଇଥିବା ଋଣ ବିରୁଦ୍ଧରେ “ମାତ୍ର ୫୦ ଲକ୍ଷ ଟଙ୍କା’ ରେ ଏଜେଏଲ୍ ଏବଂ ଏହାର ସମ୍ପତ୍ତି କିଣିବା ଅଭିଯୋଗରେ ଇଡି ନଜରରେ ଅଛି। ତଦନ୍ତର ଅଂଶ ସ୍ୱରୂପ ୨୦୨୨ ମସିହାରେ ସୋନିଆ ଏବଂ ରାହୁଲ ଉଭୟଙ୍କୁ ପଚରାଉଚରା କରାଯାଇଥିଲା। ପ୍ରକାଶ, ଏହି ମାମଲାରେ ଇଡି ଦର୍ଶାଇ ଆସୁଛି ଯେ, ତଦନ୍ତ ପ୍ରକ୍ରିୟାରେ ୟଙ୍ଗ୍ ଇଣ୍ଡିଆନ୍ ଏବଂ ଏଜେଏଲର ସମ୍ପତ୍ତିକୁ “୧୮ କୋଟି ଟଙ୍କାର ନକଲି ଦାନ, ୩୮ କୋଟି ଟଙ୍କାର ନକଲି ଆଗୁଆ ଭଡ଼ା ଏବଂ ୨୯ କୋଟି ଟଙ୍କାର ନକଲି ବିଜ୍ଞାପନ ଆକାରରେ ଅପରାଧରୁ ଆହୁରି ଆୟ କରିବା ପାଇଁ ବ୍ୟବହାର କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking