25.1 C
Bhubaneswar
Saturday, February 7, 2026
Homeଓଡିଶାଜିଲ୍ଲାସ୍ତରୀୟ ପି.ସି.ପି.ଏନ.ଡି.ଟି ପରାମର୍ଶ ଦାତା କମିଟି ବୈଠକ  

ଜିଲ୍ଲାସ୍ତରୀୟ ପି.ସି.ପି.ଏନ.ଡି.ଟି ପରାମର୍ଶ ଦାତା କମିଟି ବୈଠକ  

ଯାଜପୁର: ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାସ୍ତରୀୟ ପି.ସି.ପି.ଏନ.ଡି.ଟି ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଲିଙ୍ଗ ନିରୂପଣ କୁ କିଭଳି କଡ଼ାକଡ଼ି ଭାବରେ ରୋକାଯାଇ ପାରିବ ସେଥିପ୍ରତି ଗୁରୁତ୍ୱାରୋପ କରି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ଜିଲ୍ଲାରେ ଝିଅଙ୍କ ଅନୁପାତ ପୁଅଙ୍କ ଅପେକ୍ଷା କମ ଥିବାରୁ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ ।ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ପଞ୍ଜୀକୃତ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକର ସମୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ତରଫରୁ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକୁ ନିୟମିତ ତନଖି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନୂତନ କ୍ଲିନିକ୍ ପଞ୍ଜିକରଣ ଓ ନବୀକରଣ ପାଇଁ ଆବେଦନ ହୋଇଥିବା ଦରଖାସ୍ତ ଗୁଡ଼ିକ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଅଲଟ୍ରାସାଉଣ୍ଡ କ୍ଲିନିକ୍ ବୈଠକ ରେ ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ରେ ଲିଙ୍ଗ ଅନୁପାତ ଅର୍ଥାତ୍ ପ୍ରତି ୧୦୦୦ ପୁଅରେ ଝିଅ ଙ୍କ ସଂଖ୍ୟା ୯୦୩ ଥିବାବେଳେ କୋରେଇ, ବଡ଼ଚଣା, ମାର୍କଣ୍ଡପୁରରେ ସ୍ଥିତି ଉଦବେଗ ଜନିତ ରହିଥିବାରୁ ଏହା କୁ ବର୍ଦ୍ଧିତ କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଆଶା କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ନେଇ ବ୍ଲକ୍ ସ୍ତରରେ ଲିଙ୍ଗ ନିରୂପଣ ଓ କନ୍ୟା ଭ୍ରୁଣ ହତ୍ୟା ସମ୍ବନ୍ଧିତ ସଚେତନତା ଅଭିଯାନ କରିବାକୁ ଏବଂ ବ୍ଲକ୍ ସ୍ତରୀୟ ଓରିଏଣ୍ଟେସନ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲିଙ୍ଗ ନିରୂପଣ କରାଯାଉଥିବା ଖବର ପ୍ରଦାନକାରୀ ଙ୍କୁ ୨୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ପରେ ପି.ଆର.ଆଇ ସଦସ୍ୟ, ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ ବୁଦ୍ଧିଜୀବୀ, ସମାଜସେବୀ, ସ୍ୱେଚ୍ଛା ସେବୀ ସଂଗଠନର ସଦସ୍ୟ ମାନଙ୍କୁ ନେଇ କରାଯାଇଥିବା ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମର ଜିଲ୍ଲାପାଳ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ଦେଇଥିଲେ । ।ବୈଠକ ର ପ୍ରାରମ୍ଭ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ. ପ୍ରକାଶ ଚନ୍ଦ୍ର ବଳ ସ୍ଵାଗତ ଭାଷଣ ଦେଇଥିଲେ।ଉକ୍ତ ବୈଠକରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ବିଭାଗ) ଡ଼ା. ରମେଶ ଚନ୍ଦ୍ର ମଲ୍ଲିକ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଚିକିତ୍ସକ ଡ଼ା ନଗେନ୍ଦ୍ର ନାଥ ମହାପାତ୍ର, ସାମାଜସେବୀ ଶ୍ରୀ ଆନନ୍ଦ ଗୋପାଳ ମହାନ୍ତି, ଡ଼ା ରାଜକିଶୋର ପଣ୍ଡା, ଶ୍ରୀମତୀ ପ୍ରେମଲତା ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking