19.1 C
Bhubaneswar
Sunday, December 21, 2025
Homeଅପରାଧଭଉଣୀକୁ ପିଟିପିଟି ମାରିଦେଲା ଭାଇ

ଭଉଣୀକୁ ପିଟିପିଟି ମାରିଦେଲା ଭାଇ

ବିହାର: ନିଜ ଭଉଣୀକୁ ହାତୁଡିରେ ପିଟିପିଟି ମାରିଦେଲା ଭାଇ। କେବଳ ଭଉଣୀ ନୁହେଁ ଭଉଣୀ ସହ ଥିବା ତାଙ୍କ ପ୍ରେମିକକୁ ବି ହାତୁଡିରେ ଅତି ନିର୍ମମ ଭାବରେ ପିଟିପିଟି ମାରିଦେଇଛି ଅଭିଯୁକ୍ତ ଭାଇ। ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିଜ ଘରେ ଭଉଣୀକୁ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଦେଇଥିଲା ଭାଇ। ତାପରେ ଭାଇର ରାଗ ମୁଣ୍ଡ ଉପରକୁ ଚଢି ଯାଇଥିଲା। ଆଉ ଉଭୟଙ୍କୁ ହାତୁଡିରେ ପିଟିପିଟି ମାରିଦେଇଥିଲା। ଏହି ଡବଲ ମର୍ଡର ଘଟିଛି ବିହାରର ମୋତିହାରୀରେ। ଜଣେ ଭାଇ ତା ନିଜ ଭଉଣୀକୁ ଆପତ୍ତିଜନକ ଆବସ୍ଥାରେ ପ୍ରେମିକ ସହ ଦେଖିଦେଇଥିଲା। ପରେ ଆଗ ପଛ କିଛି ନ ବିଚାରି ହତ୍ୟା କରିଦେଇଥିଲା।

ଭଉଣୀକୁ ଏପରି ଅବସ୍ଥାରେ ଦେଖି ନିଜ ରାଗକୁ କଣ୍ଟ୍ରୋଲରେ ରଖିପାରିନଥିଲା ଭାଇ। ଆଉ ଘରେ ଥିବା ଏକ ଲୁହା ହାତୁଡି ଆଣି ନିଜ ଭଉଣୀ ଓ ତାଙ୍କ ପ୍ରେମିକଙ୍କ ମୁଣ୍ଡକୁ ପିଟିପିଟି ମାରିଦେଇଥିଲା। ଦେଖିବାକୁ ଗଲେ ମୃତକ ପ୍ରେମିକ ଜଣଙ୍କ ପୂର୍ବରୁ ଜେଲ ଯାଇଥିଲେ। ତାଙ୍କ ନାଁରେ ହତ୍ୟା, ଚୋରି ଭଳି ଅନେକ ସାଂଘାତିକ ଅଭିଯୋଗ ରହିଥିଲା। ସେ ୨ ମାସ ପୂର୍ବରୁ ଜେଲରୁ ଫେରିଥିଲେ। ହେଲେ ଏପ୍ରିଲ ୧୦ ତାରିଖରେ ନିଜ ପ୍ରେମିକାକୁ ଦେଖା କରିବାକୁ ଯାଇ ପ୍ରାଣ ହରାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ କେଶରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକ ପ୍ରେମୀଙ୍କ ମୃତଦେହକୁ ନିଜ ହେପାଜତକୁ ନେଇଛି। ଆଉ ଅଭିଯୁକ୍ତକୁ ଗିରଫ କରିଛି। ମୃତ ଯୁବକଙ୍କ ମାଆଙ୍କ କହିବା କଥା, ତାଙ୍କ ପୁଅ ବିକାଶ କୁମାର ରାତି ପ୍ରାୟ ୧୦ଟାରେ ଖାଦ୍ୟ ଖାଉଥିଲା, ଯେତେବେଳେ ଝିଅଟି ତାଙ୍କୁ ଫୋନ୍ କରିଥିଲା।

ଯେତେବେଳେ ଫୋନ୍ ଆସିଲା ସେ ପଚାରିଲେ କାହାର ଫୋନ୍ ଥିଲା? କିଏ ଡାକୁଛି? ଆଉ ତାକୁ ବାରକୁ ଯିବାକୁ ମନା କରିଥିଲେ। ଏହାପରେ ବିକାଶଙ୍କ ମାଆ ଶୋଇ ପଡିଥିଲେ। ରାତିରେ ଯେତେବେଳେ ତାଙ୍କ ମା ଉଠି ଦେଖନ୍ତି ପୁଅ ଘରେ ନଥିଲା। ଏହି ସମୟରେ, ବିକାଶ ଫୋନ୍ କରି କହିଲା ଯେ ତାଙ୍କୁ ଡାକି ଘରେ ବନ୍ଦ କରି ଦିଆଯାଇଛି। ଏହା ପରେ ଫୋନ୍‌ଟି ବନ୍ଦ ଦେଖାଯିବା ଆରମ୍ଭ କଲା। ପରେ ଖବର ଆସିଲା ଯେ ଏକ ହତ୍ୟାକାଣ୍ଡ ଘଟିଛି। ମୃତକଙ୍କ ମାଆ ପ୍ରେମିକାର ମାଉସୀଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ସେ ତାଙ୍କୁ ବାରମ୍ବାର ଫୋନ୍ କରି ବିବାହ ବିଷୟରେ କଥା ହେଉଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking